ଗତବର୍ଷ ଓଡ଼ିଶା ରେ ପାଖାପାଖି ୫ ହଜାର ୪ ଶହ ୭୬ ଜଣଙ୍କ ଜୀବନ ଯାଇଛି। ଆଉ ସେଥିପାଇଁ ସରକାର ସେହି ସବୁ ଦୁର୍ଘଟଣା କୁ ଆଖି ଆଗରେ ରଖିକି ଦୁର୍ଘଟଣା କେମିତି କମ୍ ହୋଇ ପାରିବ ତାହା ବର୍ତ୍ତମାନ ଆରମ୍ଭ ହୋଇ ଯାଇଛି। ଆଉ ଆଜିଠାରୁ ଆରମ୍ଭ ହୋଇଛି ପରିବହନ ବିଭାଗ ପକ୍ଷରୁ ନାବାଳକ କିମ୍ବା ନାବାଳିକା ଗାଡ଼ି ଚଳାଇ ପାରିବେ ନାହିଁ।
ସଡ଼କ ଦୁର୍ଘଟଣା ବୃଦ୍ଧିକୁ ଦେଖି ରାଜ୍ୟ ପରିବହନ କର୍ତ୍ତୃପକ୍ଷ ଙ୍କ ପକ୍ଷରୁ ନିଆଯାଇଛି ଏଭଳି ପଦକ୍ଷେପ। ସ୍କୁଲ ଛାତ୍ର ଛାତ୍ରୀ ଗାଡ଼ି ଚଳାଉଥିଲେ ସାବଧାନ। ତେବେ ଆସନ୍ତାକାଲି ଠାରୁ ଆରମ୍ଭ ହୋଇ ସାରିଛି କଡ଼ାକଡ଼ି ନିୟମ। ଆଉ ଯିଏ ନିୟମ ଉଲଘଂନ କରିବ ତା ଉପରେ ନିଆଯିବ ଦୃଢ଼ କାର୍ଯ୍ୟାନୁଷ୍ଠାନ ବୋଲି ପରିବହନ ବିଭାଗ ପକ୍ଷରୁ ସୂଚନା ମିଳିଛି।
ଆଉ ଅମାନିଆ ହୋଇ ଯଦି ଧରା ପଡ଼ିଲେ ତେବେ ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ହୋଇପାରେ ଫାଇନ୍। ଏହା ସହ ଗାଡ଼ି ମାଲିକ କିମ୍ବା ଅଭିଭାବକ ଙ୍କୁ ମଧ୍ୟ ଯିବାକୁ ପଡ଼ିପାରେ ଜେଲ୍। ଏହା ବ୍ୟତୀତ ୨୫ ବର୍ଷ ପର୍ଯ୍ୟନ୍ତ ଗାଡ଼ି ଲାଇସେନ୍ସ କରିପାରିବେ ନାହିଁ। ୧୮ ବର୍ଷ ରୁ କମ୍ ବୟସର ପିଲା ମାନଙ୍କ ପାଇଁ ଏହି ନିୟମ ଲାଗୁ ହୋଇଛି। ପରିବହନ କମିଶନରଙ୍କ ବିଭାଗ ଏହି ସୂଚନା ଦେଇଛନ୍ତି।
ଆଉ ସେହି ନିୟମକୁ ଆଖି ଦୃଷ୍ଟିରେ ରଖି ବର୍ତମାନ ଆରମ୍ଭ ହୋଇ ଯାଇଛି କଡ଼ାକଡ଼ି ଯାଞ୍ଚ। ସବୁ ଜାଗାରେ ପୋଲିସ ରହି ଯାଞ୍ଚ କରୁଛନ୍ତି। ତେବେ ଏହି ଭିଡିଓରେ ଦେଖିବାକୁ ମିଳିଛି କି, ପିଲାଟି ବିନା ଡ୍ରାଇଭିଂ ଲାଇସେନ୍ସ ରେ ଗାଡ଼ି ଚଳାଇ ଦୋକାନ ଯାଉଥିଲା, ଆଉ ସେହି ସମୟରେ ପୋଲିସ ସେହି ପିଲାକୁ ଧରିଥିଲେ।
ଆଉ ଫାଇନ୍ ମଧ୍ୟ ଲଗାଇଥିଲେ। ତାପରେ ସେ ପିଲାର ଅଭିଭାବକ ଙ୍କୁ ଡକାଇଥିଲେ। ଆଉ ତାପରେ ସେମାନଙ୍କୁ ସେଠାରୁ ଯିବା ପାଇଁ ଦେଇଥିଲେ। ଏହି ସବୁ ରାଜ୍ୟ ସରକାରଙ୍କ କାର୍ଯ୍ୟାନୁଷ୍ଠାନ ଦେଖି ରାଜ୍ୟବାସୀ ପ୍ରଶଂସା କରିଛନ୍ତି। ଆଉ ଏଠାରେ ଜଣେ ଗ୍ରାମବାସୀ କହିଥିଲେ ଯେ, ସରକାର ଯାହା ନିଷ୍ପତ୍ତି ଗ୍ରହଣ କରିଛନ୍ତି ତାହ ପିଲାର ଭବିଷ୍ୟତ ପାଇଁ ଉଚିତ ପଦକ୍ଷେପ ବୋଲି।
ତେଣୁ ଯେଉଁ ପିଲାର ୧୮ ବର୍ଷ ହୋଇ ନାହି କିମ୍ବା ଯାହାରା ଡ୍ରାଇଭିଂ ଲାଇସେନ୍ସ ନାହିଁ ତାଙ୍କୁ ଗାଡ଼ି ଚଳାଇବା ପାଇଁ ରୋକଠୋକ ବାରଣ କରିଥିଲେ। ଯଦି ୧୮ ବର୍ଷରୁ କମ୍ ନାବାଳକ କିମ୍ବା ନାବାଳିକା ଗାଡ଼ି ଚଳାଇବେ ତାହେଲେ ସିଧାସଳଖ ପରିବହନ ବିଭାଗ ତାଙ୍କୁ ଧରିବେ ୨୫ ହଜାର ଟଙ୍କା ଫାଇନ୍ କଟାଯିବ ଏବଂ ତାଙ୍କ ଗାଡ଼ିକୁ ମଧ୍ୟ ଜବତ କରାଯିବ ବୋଲି କୁହାଯାଇଛି।
ଆଉ ଏହି ପ୍ରକ୍ରିୟା ଆସନ୍ତାକାଲି ଠାରୁ ଆରମ୍ଭ ହୋଇଛି ଏବଂ ଏପ୍ରିଲ୍ ପ୍ରଥମ ସପ୍ତାହ ପର୍ଯ୍ୟନ୍ତ ଏହି ପ୍ରକ୍ରିୟା ଚାଲିବ ବୋଲି ପରିବହନ ବିଭାଗ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। କାରଣ ବର୍ତ୍ତମାନ ସମୟରେ ଅଧିକାଂଶ ସମୟରେ ନାବାଳକ କିମ୍ବା ନାବାଳିକା ମାନେ ଗାଡ଼ି ଚଳାଉଛନ୍ତି। ସେଥିପାଇଁ ପରିବହନ ବିଭାଗ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି ବୋଲି କୁହାଯାଉଛି।