ଦିନକୁ ଦିନ ସୋସିଆଲ ମିଡିଆର ଚାହିଦା ବେଶ୍ ବଢ଼ି ବଢ଼ି ଚାଲିଛି। ପିଲାଠୁ ଆରମ୍ଭ କରି ବୁଢା ପର୍ଯ୍ୟନ୍ତ ସମସ୍ତେ ବର୍ତ୍ତମାନ ର ସମୟ ରେ ସୋସିଆଲ ମିଡ଼ିଆ ସମୟ ବିତାଇବା ପାଇଁ ପସନ୍ଦ କରୁଥିବାର ଦେଖିବାକୁ ମିଳୁଛି।ଏହି ଇଣ୍ଟରନେଟ୍ ଯୁଗରେ ଲୋକମାନେ ସବୁ କିଛି ଏହି ସୋସିଆଲ ମିଡିଆ ମାଧ୍ୟମରେ ଜାଣି ପାରୁଛନ୍ତି। କାରଣ ସୋସିଆଲ ମିଡ଼ିଆ ଏମିତି ଏକ ମାଧ୍ୟମ ସାଜି ପାରିଛି ଯାହା ଦ୍ଵାରା ଲୋକେ ଦେଶ ବିଦେଶରେ ଘଟି ଚାଲି ଥିବା ପ୍ରତିଟି ଘଟଣାର ଟିକି ନିଖି ତଥ୍ୟ ମାତ୍ର କିଛି ସେକେଣ୍ଡ ମଧ୍ୟରେ ପାଇ ପାରୁଛନ୍ତି। ସେଥି ପାଇଁ ତ ବ୍ୟସ୍ତ ବହୁଳ ଜୀବନରୁ ଯଦି କିଏ ଟିକିଏ ସମୟ ପାଉଛି ସେ ସୋସିଆଲ ମିଡିଆରେ ହିଁ ବ୍ୟସ୍ତ ହୋଇ ଯାଉଛି।
ତେବେ ସୋସିଆଲ ମିଡିଆରେ ବେଳେ ବେଳେ ଏଭଳି କିଛି ଦୃଶ୍ୟ ଦେଖିବା ପାଇଁ ମିଳିଥାଏ ଯାହା ଦେଖିଲେ ଆମକୁ ଖୁବ୍ ପସନ୍ଦ ଆସିଥାଏ ଏଭଳି ଭିଡିଓ ବେଳେ ବେଳେ ସୋସିଆଲ ମିଡିଆରେ ଦେଖିବା ପାଇଁ ମିଳି ଥାଏ ଯାହା ଦେଖିଲେ ଆମକୁ ଏକ ଭିନ୍ନ ଧରଣର ଖୁସି ମିଳି ଥାଏ। ସୋସିଆଲ ମିଡିଆରେ ଆମେ ବିଭିନ୍ନ ପ୍ରକାର ଭିଡିଓ ବାବଦରେ ଅବଗତ ହୋଇ ପାରୁଛୁ। ଯାହା ଆମକୁ ମନୋରଞ୍ଜନ ମଧ୍ୟ ପ୍ରଦାନ କରୁଛି।ତେବେ ଏହି ସୋସିଆଲ ମିଡ଼ିଆ ମାଧ୍ୟମରେ ବହୁତ୍ ଜିନିଷ ଭାଇରାଲ ମଧ୍ୟ ହେଉଛି ଆଉ ଲୋକେ ରାତାରାତି ଷ୍ଟାର ମଧ୍ୟ ପାଲଟି ଯାଉଛନ୍ତି।
କିନ୍ତୁ ବର୍ତ୍ତମାନ ମିଡ଼ିଆ ମାଧ୍ୟମରେ ଯେଉଁ ଭିଡିଓ ଟି ସାମ୍ନାକୁ ଆସିଛି ଯାହାକୁ ଆପଣ ଥରେ ଦେଖିଲେ ବା ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବେ। ତେବେ ଖବରଟି ହେଉଛି ଜଣେ ମୁସଲିମ ଯୁବତୀ ଜଣକ ରାସ୍ତା ଉପରେ ମରି ଯାଇଥିବା କୁକୁରକୁ ଆଣି ରାସ୍ତାର ଗୋଟିଏ ପାର୍ଶ୍ଵରେ ରଖିଲେ। ତେବେ ବର୍ତ୍ତମାନ ସମୟରେ ମଣିଷ ମଣିଷକୁ ବି ସାହାଯ୍ୟ କରିବା ପାଇଁ ଆଗ୍ରହ କରି ନଥାନ୍ତି। ଆଉ ଏ ତ ସାମାନ୍ୟ ପଶୁକୁ କିଏ ସାହାଯ୍ୟ କରିବ।ଆଜିକାଲି ରାସ୍ତା ଉପରେ କୁକୁର କି କୌଣସି ପକ୍ଷୀ କୁ ଗାଡ଼ିରେ ବଜେଇ ଦେଇ ମାରି ଦେଇ ପଳାଉଛନ୍ତି। ସେହି ପଶୁ ପକ୍ଷୀ କୁ ରାସ୍ତା ଉପରୁ ଉଠାଇବାକୁ କୁଣ୍ଠାବୋଧ ପ୍ରକାଶ କରିଥାନ୍ତି।
ଠିକ୍ ସେମିତି ଗୋଟିଏ କୁକୁରକୁ ଗୋଟିଏ ଗାଡ଼ି ଚଳେଇ ମାରି ଦେଇଛି। ଆଉ ସେହି ମୃତ୍ କୁକୁରକୁ ମଝି ରାସ୍ତାରୁ ଜଣେ ମୁସଲିମ ଯୁବତୀ ଉଦ୍ଧାର କରି ରାସ୍ତା କଡ଼ରେ ଆଣି ରଖିଥିଲେ। ତେବେ ଜଣେ ମୁସଲିମ ଯୁବତୀ ହୋଇ ମଧ୍ୟ ତାଙ୍କର ପଶୁ ପ୍ରତି ମାନବିକତା ଦେଖାଇଛନ୍ତି। ଯାହାର ଭିଡିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଆଉ ସମସ୍ତେ ମଧ୍ୟ ଏହି ଭିଡିଓ କୁ ପସନ୍ଦ କରିବା ସହିତ ସେହି ମୁସଲିମ ଯୁବତୀ ଙ୍କୁ ପ୍ରଶଂସା କରିଛନ୍ତି।