ତେବେ ଆଜି କାଲି ର ଯୁବ ପିଢ଼ି ପାଠ ପଢା ସରିଲା ପରେ ଏକ ଭଲ ଚାକିରୀ କରିବା ପାଇଁ ମନ ରେ ଆଶା ବାନ୍ଧି ଥାଏ | କିନ୍ତୁ ଆପଣ ତ ଜାଣିଛନ୍ତି ଯେ ଆଜି କାଲି ର ଯୁଗ ରେ ଭଲ ଚାକିରୀ ଟି ପାଇବାକୁ ହେଲେ ସାଧାରଣ ଜ୍ଞାନ ଥିବା ନିହାତି ଜରୁରୀ, କାରଣ କିଛି ଚାକିରୀ ପାଇବାକୁ ହେଲେ ଏକ ପରୀକ୍ଷା ରେ ଉତୀର୍ଣ୍ଣ ହେବାକୁ ପଡି ଥାଏ | ଆଉ ଏହି ପରୀକ୍ଷା ରେ ଅନେକ ସାଧାରଣ ଜ୍ଞାନ ଉପରେ ପ୍ରଶ୍ନ ଆସି ଥାଏ, ଯାହାକୁ ଭଲ ଭଲ ପିଲା ମାନେ ମଧ୍ୟ ଉତ୍ତର ଦେଇ ପାରି ନଥାନ୍ତି |
କିଛି ଇଣ୍ଟରଭ୍ୟୁ ରେ ମଧ୍ୟ ଅନେକ ମଜାଳିଆ ପ୍ରଶ୍ନ ପଚରା ଯାଇ ଥାଏ ଯାହାକୁ ଜାଣିବା ନିହାତି ଆବଶ୍ୟକ ନହେଲେ ଆମେ ସେଥିରେ ଅସଫଳ ହୋଇ ଫେରି ଆସି ଥାଉ | ଆହୁରି ଏମିତି ମଧ୍ୟ ପ୍ରଶ୍ନ ରହିଛି ଯାହା ଖୁବ ମଜାଦାର ହୋଇ ଥାଏ ଅର୍ଥାତ ଢଗ ଢମାଳି ଅଛି ଯାହାର ଉତ୍ତର ଦେବା ପାଇଁ ଖୁବ ମଜା ଲାଗିଥାଏ | ତେବେ ଆଜି ଏଭଳି କିଛି ଜେନେରାଲ ନଲେଜ ର ଉତ୍ତର ସମ୍ପର୍କ ରେ ଜଣାଇବୁ ଯାହା ଦ୍ୱାରା ଭବିଷ୍ୟତ ରେ ଆପଣଙ୍କର ଅନେକ କାମ ରେ ଆସିବ |
ପ୍ରଶ୍ନ 1. ତାହା କେଉଁ ପ୍ରାଣୀ ଅଟେ ଯିଏ ନର ରୁ ମାଦା ହୋଇ ଯାଇଥାଏ ?
ଉତ୍ତର :-ଅକ୍ଟୋପସ
ପ୍ରଶ୍ନ 2. ବେଲୁନ ରେ କେଉଁ ଗ୍ୟାସ ଭରା ଯାଇଥାଏ ?
ଉତ୍ତର :- ହାଇଡ୍ରୋଜେନ ଗ୍ୟାସ
ପ୍ରଶ୍ନ 3. ବିଶ୍ୱର ସର୍ବ ପୁରାତନ ଖବର କାଗଜ କେଉଁଠି ଅଟେ ?
ଉତ୍ତର :- ସ୍ବିଡେନ ଅଫିସିଆଲ ଜେନେରାଲ
ପ୍ରଶ୍ନ 4. ତାହା କେଉଁ ପକ୍ଷୀ ଅଟେ ଯିଏ ପଛ ଦିଗକୁ ଉଡିଥାଏ ?
ଉତ୍ତର :- ଗୁଞ୍ଜନ ପକ୍ଷୀ
ପ୍ରଶ୍ନ 5. ପୃଥିବୀ ତୁଳନା ରେ ସୂର୍ଯ୍ୟ କେତେ ଗୁଣ ବଡ଼ ଅଟନ୍ତି ?
ଉତ୍ତର :- 109 ଗୁଣ ବଡ଼
ପ୍ରଶ୍ନ 6. ତାହା କେଉଁ ମସିହା ଅଟେ ଯାହାକୁ ସିଧା ଲେଖିଲେ ଯାହା ହୋଇ ଥାଏ ଓଲଟା ଲେଖିଲେ ମଧ୍ୟ ସେଇଆ ହୋଇଥାଏ ?
ଉତ୍ତର :- 1991
ପ୍ରଶ୍ନ 7. ତାହା କେଉଁ ଫୁଲ ଅଟେ ଯାହା କେବଳ 12 ବର୍ଷ ରେ ଥରେ ମାତ୍ର ଫୁଟି ଥାଏ ?
ଉତ୍ତର :- ନୀଳ କୁରଞ୍ଜି
ପ୍ରଶ୍ନ 8. ଏମିତି କେଉଁ ମସଲା ଯେଉଁଥିରେ ଗୋଟିଏ ସହରର ନାମ ଆସିଥାଏ ?
ଉତ୍ତର :- କାଶ୍ମୀର ଚିଲି
ପ୍ରଶ୍ନ 9. ସରଗରୁ ଆସିଲା ଟୋକା ଟିଏ ତା ମୁଣ୍ଡରେ ଟୋପି ଟିଏ ?
ଉତ୍ତର :- ତାଳ
ପ୍ରଶ୍ନ 10. ଡିସେମ୍ବର ମାସରେ ଉତ୍ତର ମେରୁ ରେ କେଉଁ ଋତୁ ହୋଇ ଥାଏ ?
ଉତ୍ତର :- ଶୀତ ଋତୁ
ପ୍ରଶ୍ନ 11. କେଉଁ ଲାଇଟ ଜଳେ ନାହିଁ ?
ଉତ୍ତର :- ସନ ଲାଇଟ
ପ୍ରଶ୍ନ 12. ଜନ୍ମ ହେବାର କେତେ ଦିନ ପରେ ଗୋଟେ ଶିଶୁ ହସି ଥାଏ ?
ଉତ୍ତର :- 1 ମାସ ପରେ
ପ୍ରଶ୍ନ 13. କେଉଁ ଜିନିଷ ଶୁଖିଲେ 2 କେଜି ଆଉ ଓଦାରେ ଏକ କେଜି ଏବଂ ଜଳି ଗଲେ 3 କେଜି ହୋଇଥାଏ ?
ଉତ୍ତର :- ସଲଫର
ପ୍ରଶ୍ନ 14. ଚଢେଇ ନୁହେଁ ସେ ଗଛର ଫଳ ପେଟ ଭରା ଥାଏ ପାଣି ଅଥଳ ?
ଉତ୍ତର :- ନଡ଼ିଆ
ପ୍ରଶ୍ନ 15. କେଁ କବାଟ କେଁ କବାଟ, ପୋଖରୀ ମଝିରେ କରୁଛି ନାଟ ଚୁଳିଆ ଚଢେଇ ଧରିଛି ଟାଣି ଶୁଖିଲା ଗଛରୁ ଝରୁଛି ପାଣି ?
ଉତ୍ତର :- ଆଖୁ ପେଡ଼ା ଶାଳ
ପ୍ରଶ୍ନ 16. କଞ୍ଚାରେ ଚଟଣି ପାଚିଲେ ଶଢା ଫୁଲରେ ବାସନା ବହୁତ କଡ଼ା ?
ଉତ୍ତର :- ଆମ୍ବ
ପ୍ରଶ୍ନ 17. ତାହା କେଉଁ ଜିନିଷ ଗରିବ ମାନେ ଫିଙ୍ଗି ଦିଅନ୍ତି ଧନୀ ଲୋକ ମାନେ ସାଇତି ରଖନ୍ତି ତାହା କଣ ?
ଉତ୍ତର :- ସିଙ୍ଗାଣି