ଆମେ ଜାଣିଛୁ କି ଆମ ଓଡ଼ିଶା କଳା ଆଉ ସଂସ୍କୃତି ର ଗନ୍ତାଘର । ତାହା ବ୍ୟତୀତ ଅନେକ ପ୍ରକାରର ପ୍ରଶ୍ନ ଗୁଡିକ ଆମର ଓଡ଼ିଆ ମାନଙ୍କର ଜାଣିବା ଆବଶ୍ୟକ କାରଣ ତାହା ଆମର ଜୀବନ ସହିତ ଜଡିତ ହୋଇକି ଅଛି ।ତେବେ ଆଜି ଆମେ ଆମେ ଜାଣିବା ଓଡିଶା ରେ ପ୍ରଚଳିତ ଥିବା କେତେକ ଢୋଗ ଆଉ ରୂଢି ଲୋକ ବାଣୀ ବିଷୟରେ । ଆଉ ଯାହା କୁହାଯାଉଛି କି ଆମର ବିଭିନ୍ନ ପରୀକ୍ଷା ରେ ପଚାରା ଯାଉଥିବା କେତେକ ଜରୁରୀ ପ୍ରଶ୍ନ ପ୍ରଶ୍ନ ବିଷୟରେ ଆଲୋଚନା କରିବା ଯାହା କୁ ଜାଣିବା ଯୋଗୁ ଆମର ସାଧାରଣ ଜ୍ଞାନ ବଢିବା ସହିତ ଓଡିଶା ର ପ୍ରଚଳିତ ଥିବା କଥା ଗୁଡିକ ବିଷୟରେ ଆଲୋଚନା କରିବା।
୧- କାହାର ଦାନ୍ତ ଅଛି ହେଲେ କାମୁଡ଼ି ପାରେ ନାହିଁ? ଉ- ପାନିଆ
୨- ଛୋଟ ପିଲାଙ୍କର ଏମିତି ଏକ ଖେଳନା ଯାହାକୁ ଦୁନିଆର ସବୁଠୁ ବଡ଼ ଲୋକ ମଧ୍ୟ କିଣି ପାରିବେ ନାହିଁ? ଉ- ଜହ୍ନ ମାମୁ
୩- ଆଖି ଥିଲେ ବି ଅନ୍ଧ, ତାହା କଣ ଅଟେ? ଉ- ମୂର୍ଖ ଲୋକ
୪- ପବନ ଖାଇଲେ କିଏ ମରେ? ଉ- ଝାଳ
୫- ପଡ଼େ କିନ୍ତୁ ନିଆଁ ନୁହେଁ, ତାହା କଣ ଅଟେ? ଉ- ଲଙ୍କା
୬- ମୃତ୍ୟୁ ପରେ ବି କିଏ ଠିଆ ହୋଇ ପାରେ କିଏ? ଉ- ଗଛ
୭- ଚଲେଇଲେ ଚାଲେ କିନ୍ତୁ ଆଗକୁ ଯାଇପାରେ ନାହିଁ? ଉ- ଫ୍ୟାନ୍ ବା ପଙ୍ଖା
୮- ଭଙ୍ଗା ହେଲେ ବି ସେ ଗୋଟିଏ, ତାହା କଣ? ଉ- ଖିଲି ପାନ
୯- ଖାଇଲେ କିଏ ମରେ? ଉ- ଭୋକ
୧୦- ଦିନରେ ଶୁଏ ମଜୁରୀ ନିଏ, ସେ କିଏ? ଉ- ରାତ୍ର ଜଗୁଆଳ
୧୧- ଶାଶୁକୁ କଫି ଦରକାର ଏବଂ ସ୍ୱାମୀଙ୍କୁ ଚା। ସ୍ତ୍ରୀ ପ୍ରଥମେ କଣ କରିବେ? ଉ- ଗ୍ୟାସ ଅନ କରିବେ
୧୨- ଗୋଟିଏ ଘରେ ଜଣେ ଅନ୍ଧ, ଜଣେ ଛୋଟା ଏବଂ ଜଣେ କାଲ ରହୁଛନ୍ତି। ତେବେ ଅଟା ପେଶୀବ ପାଇଁ କିଏ ଯିବ? ଉ- କେହି ନୁହେଁ, କାରଣ ଅଟାକୁ ପେଶିବା ଦରକାର ନାହିଁ।
୧୩- ଜଣେ ବ୍ୟକ୍ତି ଗୋଟିଏ ଆଙ୍ଗୁଳିରେ ୫ ସେକେଣ୍ଡ ରେ, ୫ ଜଣକୁ ଉପରକୁ ପଠେଇଦେଲେ। ସେ କିଏ ଥିଲା? ଉ- ଲିଫ୍ଟ ମ୍ୟାନ
୧୪- ରାମୁର ୬ ବର୍ଷ ବେଳେ ତା ଭଉଣୀର ବୟସ ତାର ଅଧା ଥିଲା। ରାମୁକୁ ୪୦ ବର୍ଷ ବେଳେ ତା ଭଉଣୀର ବୟସ କେତେ ହୋଇଥିବ? ଉ- ୩୭ ବର୍ଷ
୧୫- ଆପଣ ଏମିତି ଗୋଟିଏ ରୁମ ରେ ଅଛନ୍ତି ଯେଉଁଠି ମାଙ୍କଡ଼ ହାତରେ କଦଳୀ, ଠେକୁଆ ହାତରେ ଗାଜର ଏବଂ କୁକୁର ମୁହଁରେ ହାଡ଼ ଅଛି। ସେଠାରେ ସବୁଠାରୁ ବୁଦ୍ଧିମାନ ପ୍ରାଣୀ କିଏ? ଉ- ଆପଣ
୧୬- ତାହା କଣ ଯାହାକୁ ବାନ୍ଧିବା ପରେ ମଧ୍ୟ ଚାଲିଥାଏ? ଉ- ହାତ ଘଣ୍ଟା
୧୭- ଦଶ କିଲୋ ଲୁହା ଓ ଦଶ କିଲୋ ତୁଳା ମଧ୍ୟରେ କାହାର ଓଜନ ବେଶୀ? ଉ- ଉଭୟ ସମାନ
୧୮- ଗାଁ ସହରରେ ବୁଲୁଥାଏ ମନ୍ଦିର ଯିବାକୁ ଡରୁଥାଏ ତାହା କଣ? ଉ- ଚପଲ
୧୯- ଯାଏ ନୀଳ କାରରେ ଆସେ ନାଲି କାରରେ ସେ କିଏ? ଉ- ପାନ ଛେପ