ପୁଣି ଗୁରୁ ଛାତ୍ର ସମ୍ପର୍କରେ ଲାଗିଲା କଳଙ୍କର ଦାଗ ! ନବମରେ ପଢ଼ୁଥିବା ଛାତ୍ରୀର ସବୁ ସାରିଦେଲା ଟ୍ୟୁସନ ସାର, ଏବେ ଗର୍ଭବତୀ

ବର୍ତ୍ତମାନ ଦୁନିଆ ଦିନକୁ ଦିନ ଖୁବ ଖରାପ ହେବାକୁ ଲାଗିଲାଣି, ପ୍ରତିଦିନ ଏମିତି ଘଟଣା ଗୁଡିକ ଘଟିବାର ଲାଗୁଛି ଯାହାକୁ ଶୁଣିବା ପରେ ଦେହ ଶୀତେଇ ଉଠୁଛି । ମଣିଷ ଆଜି ଯେତିକି ଶିକ୍ଷିତ ହେଉଛନ୍ତି ସେ ସେତିକି ତଳକୁ ତଳକୁ ଖସି ଯାଉଛି ନିଜ ରକ୍ତ ସମ୍ପର୍କୀୟ ବ୍ୟକ୍ତି ମାନେ ହିଁ ଏମିତି ସର୍ବନାଶ କରୁଛନ୍ତି ଯାହା ବିଷୟରେ ଆପଣ କେବେ ହୁଏତ ଚିନ୍ତା ବି କରିନଥିବେ ।ଦିନକୁ ଦିନ ଦୁନିଆରେ ଅନ୍ୟାୟ ଅନିତି,ଦୁର୍ନୀତି ଓ ବଳତ୍କାର ପରି ଅନେକ ଭୟଙ୍କର କାଣ୍ଡ ଘଟୁଛି ।

ମଣିଷ ନିଜର କିଛି ସମୟର ଖୁସି ପାଇଁ ଆଖିରେ ଅନ୍ଧ ପୁଟୁଳି ବାନ୍ଧି ଦେଇଛି ଆଉ ସେହି ସମୟରେ ସେ କଣ କରୁଛି ନିଜେ ବି ଜାଣିପାରୁନି ।ତେବେ ସେମିତି ଦେଖୁ ନାହାଁନ୍ତି କେମିତି ଜଣେ ଶିକ୍ଷକ ହୋଇ ଜଣେ ଛାତ୍ରୀ ଙ୍କ ସହ ଏମିତି କିଛି କରିଛି ଯାହାକୁ ଶୁଣିଲେ ଆପଣଙ୍କ ଏହି ଗୁରୁ ଓ ଶିଷ୍ୟ ମଧ୍ୟରେ ଥିବା ସମ୍ପର୍କ ଉପରୁ ଭରଷା ଉଠିଯିବ ।

ଗୁରୁ ବ୍ରହ୍ମା ଗୁରୁ ବିଷ୍ଣୁ ଗୁରୁ ଦେବ ମହେଶ୍ୱର, ଏହାର ଯଥାର୍ଥ ପ୍ରାୟତଃ ସମସ୍ତେ ଜାଣନ୍ତି। କିନ୍ତୁ ବର୍ତ୍ତମାନ ସମୟରେ ଗୁରୁ ଶବ୍ଦର ଅର୍ଥ ବଦଳି ଯାଇଛି। ଗୁରୁ ରାକ୍ଷସ ପାଲଟି ଯାଇଛି। ଆଉ ଏହି ଭିଡିଓରେ ଆପଣ ଦେଖିବାକୁ ପାଇବେ ସେହି ଟ୍ୟୁସନ ସାର୍ ଯିଏ ଝିଅ ବୟସର ଝିଅ କୁ ଦୁଷ୍କର୍ମ କରି ଗର୍ଭବତୀ କରି ଦେଇଛି।

ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବାରିପଦା ଠାକୁରମୁଣ୍ଡା ବ୍ଲକ୍ ଅଞ୍ଚଳରେ। ମୟୁରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ବ୍ଲକ୍ ପୁରୁଣାପାଣି ଗ୍ରାମ ଗ୍ରାମର ଶିକ୍ଷକ ରବିନ୍ଦ୍ର କୁମାର ମହାନ୍ତ। ରବିନ୍ଦ୍ର ସାର୍ କେନ୍ଦୁଜିଆଣି ଅନ୍ତର୍ଗତ ଜଡ଼ିବିଲ ଉଚ୍ଚ ବିଦ୍ୟାଳୟରେ ଶିକ୍ଷକତା କରନ୍ତି। ସମୟକ୍ରମେ ସେ କିଛି ପିଲାଙ୍କୁ ନେଇ ଟ୍ୟୁସନ ଆରମ୍ଭ କରିଥିଲେ।

 ହେଲେ ପାଠ ପଢ଼ାଉ ପଢ଼ାଉ ନବମ ଶ୍ରେଣୀ ଛାତ୍ରୀ କୁ ଗର୍ଭବତୀ କରାଇ ଦେଇଥିଲେ। ନାବାଳିକା କୁ ପରୀକ୍ଷାରେ ପାସ୍ କରାଇଦେବା ବିଭିନ୍ନ ପ୍ରଲୋଭନ ଦେଖାଇ ଧମକ ଦେଇ ଦୁଷ୍କର୍ମ କରିଥିବା ନେଇ ଅଭିଯୋଗ ହୋଇଛି। ନିଜେ ନାବାଳିକା ଜଣକ ମାଙ୍କ ସାମ୍ନାରେ ସବୁ ସତ କଥା କହିବା ପରେ ମା ଝିଅକୀ ଧରି ଠାକୁରମୁଣ୍ଡା ଥାନାରେ ପହଞ୍ଚିଥିଲେ।

ଆଉ ଶିକ୍ଷକଙ୍କ ନାଁ ରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ ପରେ ପୋଲିସ ତଦନ୍ତ ଆରମ୍ଭ କରିଛି। ସେପଟେ ଅଭିଯୁକ୍ତ ଶିକ୍ଷକକୁ ଅଟକ ରଖିଥିବା ବେଳେ ଶିକ୍ଷକ ରବିନ୍ଦ୍ର କୁମାର ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନେବା ପାଇଁ ସର୍ବସାଧାରଣ ରେ ଜୋର ଧରିଛି।

Leave a Comment