EXCLUSIVE- ଦେଶ କେବେ ସ୍ୱାଧୀନ ହୋଇଥିଲା ମୁଁ ଜାଣିନି ହେ ଭଗବାନ ଏ କିପରି ପ୍ରଶ୍ନ….ଏହି ଯୁବକ ଙ୍କ କଥା ଶୁଣିଲେ ଆପଣ ବି ପାଗଳ ହେବେ ?

ଡିଜିଟାଲ ଦୁନିଆରେ ସବୁଠାରୁ ମୁଖ୍ୟ ଭୂମିକା ଗ୍ରହଣ କରିଛି ସୋସିଆଲ ମିଡିଆରେ। ସୋସିଆଲ ମିଡିଆରେ ଆମେ ଗୋଟିଏ ସ୍ଥାନରେ ରହି ମଧ୍ୟ ଦେଶ ବିଦେଶର ଟିକିନିଖି ଖବର ଖୁବ୍ ସହଜରେ ଏବଂ ଅଳ୍ପ ସମୟ ମଧ୍ୟରେ ପାଇ ପାରୁଛୁ। ତେବେ ସୋସିଆଲ ମିଡିଆରେ ବେଳେବେଳେ ଏମିତି କିଛି ଭିଡ଼ିଓ ସାମ୍ନାକୁ ଆସିଥାଏ ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥାଏ। ତେବେ ବର୍ତ୍ତମାନ ସମୟରେ ସୋସିଆଲ ମିଡିଆରେ ଏମିତି ଏକ ଭିଡ଼ିଓ ଭାଇରାଲ ହେବାରେ ଲାଗିଛି ଯାହାକୁ ଦେଖିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇ ଯିବେ।

ତେବେ ଆପଣ ମାନେ ସମସ୍ତେ ଜାଣିଥିବେ ଆମ ଦେଶ ନିକଟରେ ୭୬ ତମ ସ୍ଵାଧୀନତା ଦିବସ ପାଳନ କରିଛି। ଆମ ଦେଶ ୧୯୪୭ ମସିହା ଅଗଷ୍ଟ ୧୫ ତାରିଖରେ ସ୍ଵାଧୀନ ହୋଇଥିଲା ଏ କଥାକୁ କିଏ ବା ନ ଜାଣେ। ପିଲା ଠାରୁ ବୁଢା ପର୍ଯ୍ୟନ୍ତ ଏହି ଦିନକୁ ଖୁବ୍ ଆନନ୍ଦର ସହ ପାଳନ କରିଥାନ୍ତି।

ତେବେ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ ଆମ ଦେଶରେ ଏପରି କିଛି ଯୁବପିଢି ରହିଛନ୍ତି ଯେଉଁ ମାନଙ୍କୁ ଟିକିଏ ବି ଜଣା ନାହିଁ କି ଆମ ଦେଶ କେବେ ସ୍ଵାଧୀନ ହୋଇଥିଲା ଇଣ୍ଡିପେଣ୍ଡେନ୍ସ ଡେର ଓଡ଼ିଆ ଅର୍ଥ କଣ। ଆଜ୍ଞା ସ୍ଵାଧୀନତା ଦିବସ ଉପଲକ୍ଷେ ଗଣ ମାଧ୍ୟମ ଯୁବପିଢି ମାନଙ୍କୁ ସ୍ଵାଧୀନତା ଦିବସକୁ ନେଇ କିଛି ପ୍ରଶ୍ନ ପଚାରା ଯାଇଥିଲା କିନ୍ତୁ ଦୁଃଖ ଏବଂ ଲଜ୍ୟାର କଥାକି କାହା ଠୁ ବି ସନ୍ତୋଷ ଜନକ ଉତ୍ତର ଦେଇ ପାରି ନଥିଲେ।

ପ୍ରଥମ ପ୍ରଶ୍ନ ପଚରା ଯାଇଥିଲା, ଆମ ଦେଶ କେବେ ସ୍ଵାଧୀନ ହୋଇଥିଲା? ଉତ୍ତରରେ ଜଣେ ଯୁବକ କହିଥିଲେ କି ହେ ଭଗବାନ ମୋର ମନେ ପଡୁନି ଭାଇ। ଆଉ ଜଣେ ଯୁବତୀ ସିଧା ସଳଖ ମୁଁ କହି ପାରିବିନି କହିଥିଲେ। ଅନ୍ୟ ଜଣେ ଯୁବତୀଙ୍କ ଉତ୍ତର ରହିଥିଲା ଦେଶ ୧୯୪୭ ମସିହା ସେପ୍ଟମ୍ବର ୧୫ରେ ସ୍ଵାଧୀନ ହୋଇଥିଲା।

ଏହାପର ପ୍ରଶ୍ନ ରହିଥିଲା ଇଣ୍ଡିପେଣ୍ଡେନ୍ସ ଡେ କୁ ଆମେ ଓଡ଼ିଆରେ କେଉଁ ଦିବସ ରୂପେ ପାଳନ କରୁ? ଏହାର ମଧ୍ୟ ସନ୍ତୋଷ ଜନକ ଉତ୍ତର ମିଳିପାରି ନଥିଲା। ଜଣେ ଯୁବକ କହିଥିଲେ କି ଇଣ୍ଡିପେଣ୍ଡେନ୍ସ ଡେ କୁ ସ୍ଵାଧୀନ ଭାରତ ରୂପେ ପାଳନ କରାଯାଏ। ଆଉ ଜଣେ କହିଥିଲେ କି ଗଣତନ୍ତ୍ର ଦିବସ। ଆଉ ଜଣେ ଯୁବତୀ କହିପାରିବେ ନାହିଁ ବୋଲି କହିଥିଲେ। ଅନ୍ୟ ଜଣେ ଯୁବକ କହିଥିଲେ କି ଅଗଷ୍ଟ ୧୫।

ଏପରିକି ବର୍ତ୍ତମାନ ସମୟରେ ଆମ ଭାରତର ରାଷ୍ଟ୍ରପତି, ଗୃହମନ୍ତ୍ରୀ କିଏ ପଚରା ଯାଇଥିଲା ଯାହାର ଉତ୍ତର ମଧ୍ୟ ସଠିକ୍ କହି ନଥିଲେ ଏହି ଯୁବକ ଯୁବତୀମାନେ ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ତେବେ ଏହି ଭିଡ଼ିଓଟି ବର୍ତ୍ତମାନ ସମୟରେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି।

Leave a Comment