EXCLUSIVE : ମୋ ସ୍ୱାମୀ ଦରବୁଢୀ ପ୍ରେମରେ ପଡି ଅନୈତିକ ସମ୍ପର୍କ ରଖି ମୋ ସଂସାର କୁ ଉଜାଡିଦେଲା….ସେ

ସ୍ତ୍ରୀ ଓ ଝିଅଙ୍କୁ ଛାଡି ଅନ୍ୟ ଜଣେ ମହିଳାଙ୍କୁ ନେଇ ଫେରାର ହୋଇଗଲେ ସ୍ଵାମୀ ଅସିତ୍ ଶତପଥୀ। ଆଉ ମୁଣ୍ଡରେ ହାତ ଦେଇ ବସିଛନ୍ତି ପତ୍ନି ବନସ୍ମିତା ଶତପଥୀ। ବାପାକୁ ଝୁରି ହେଉଛି କୁନି ଝିଅ। ଆମେ କହୁଛୁ ସେହି ଅସିତ୍ ଶତପଥୀଙ୍କ ବିଷୟରେ ଯିଏକି ରତ୍ନାମଣି ଦାସ ନାମକ ବିବାହିତ ମହିଳାଙ୍କ ସହ ଗୁପ୍ତ ପ୍ରେମ ସମ୍ପର୍କ ରଖିଥିଲେ। ରତ୍ନାମଣି ଜଣେ ମନ୍ଦିର ପୂଜକଙ୍କର ସ୍ତ୍ରୀ ଆଉ ତାଙ୍କର ଦୁଇଟି ପୁଅ ଥିଲେ ଏବଂ ଦୁଇ ଝିଅ ମଧ୍ୟ ରହିଛନ୍ତି। ତଥାପି ରତ୍ନାମଣିଙ୍କ ପ୍ରେମରେ ପଡ଼ିଥିଲେ ଅସିତ୍ ଶତପଥୀ। ଆଉ ରତ୍ନାମଣିଙ୍କ ସ୍ବାମୀ ରଙ୍ଗାଧର ଦାସଙ୍କୁ ପ୍ରେମିକା ସହ ମିଶି ହତ୍ୟା କରିଥିବାର ମଧ୍ୟ ଅଭିଯୋଗ ହୋଇଛି ଅସିତ୍ ଶତପଥୀଙ୍କ ନାଆରେ।


ତେବେ ଏବେ ସାମ୍ନାକୁ ଆସିଛନ୍ତି ଅସିତ୍ ଶତପଥୀଙ୍କ ସ୍ତ୍ରୀ ବନସ୍ମିତା ଶତପଥୀ ଆଉ ସ୍ଵାମୀଙ୍କ ଗୁମର ଖୋଲିଛନ୍ତି। ବନସ୍ମିତାଙ୍କ କହିବା ଅନୁଯାୟୀ ବିବାହ ପରଠାରୁ ତାଙ୍କ ସ୍ଵାମୀ ଅନ୍ୟ ମହିଳାଙ୍କ ସହ ସମ୍ପର୍କ ରଖି ଆସୁଥିଲେ।ବନସ୍ମିତା ଏହାକୁ ବିରୋଧ କରିବା ପରେ କିଛି ଦିନ ସବୁକିଛି ଠିକ୍ ଠାକ୍ ଚାଲିିଲା। କିନ୍ତୁ ଅସିତ୍ ଗାଁକୁ ଆସି ଦୋକାନ କରିବା ପରେ ପୁଣି ସବୁ କିଛି ବଦଳି ଗଲା।

ମୋ ସ୍ବାମୀ ପୁଣିଥରେ ନାଗୁଣୀ କୁନି ପ୍ରେମରେ ପଡିଗଲେ ଯିଏକି ଚାରି ଚାରିଟା ପିଲାର ମାଆ ଥିଲା। ଚାରି ଚାରିଟା ପିଲାର ମା ହୋଇ ମଧ୍ୟ ସେ ମୋ ସ୍ୱାମୀକୁ ପ୍ରେମ୍ କଲା। ଆଉ ମୋ ସ୍ୱାମୀ ମଧ୍ୟ ଭୁଲି ଗଲେ କି ତାଙ୍କର ବି ସ୍ତ୍ରୀ ପିଲା ଅଛନ୍ତି। ଆଉ ସେ କୁନି ସହ ଯାଇ ଅନୈତିକ ପ୍ରେମ ସମ୍ପର୍କ ରଖିଲେ। ଗାଁ ସାଇ ପଡିଶା ଲୋକଙ୍କ ଟାହି ଟାପରାକୁ ଖାତିର ନକରି ସେ କୁନି ସହ ରୋମାନ୍ସ କଲେ।

ତେବେ ଏତେ ସବୁ ପରେ ମଧ୍ୟ ବନସ୍ମିତା ଚୁପ୍ ରହିଥିଲେ। କିନ୍ତୁ ସେ ଯେତେବେଳେ ଜାଣିବାକୁ ପାଇଲେ ଯେ ତାଙ୍କ ସ୍ବାମୀ ତାଙ୍କ ପ୍ରେମିକା ସହ କୁଆଡେ଼ ଫେରାର ହୋଇ ଯାଇଛନ୍ତି ସେତେବେଳେ ସେ ମୁଁହ ଖୋଲିଛନ୍ତି। ଅସିତଙ୍କ ପ୍ରେମିକା ସ୍ବାମୀଙ୍କୁ କିଏ ଜଣେ ହତ୍ୟା କରିଛି ଆଉ ଗାଁ ଲୋକଙ୍କ କହିବା କଥା ହେଉଛି କି ଅସିତ୍ ତାଙ୍କ ପ୍ରେମିକା ସହ ମିଶି ତାଙ୍କ ସ୍ବାମୀଙ୍କୁ ହତ୍ୟା କରିଛି। ଆଉ ସ୍ବାମୀଙ୍କ ଚିତା ନ ଲିଭୁଣୁ ପ୍ରେମିକାକୁ ନେଇ ଅସିତ କୁଆଡେ଼ ଫେରାର ହୋଇ ଯାଇଛନ୍ତି।

ଆଜ୍ଞା ହଁ ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ଜିଲ୍ଲାର ରାଜକନିକା ବ୍ଲକ ଭାମଣ୍ଡା ଗ୍ରାମରେ ଘଟି ଯାଇଥିବା ହତ୍ୟା କାଣ୍ଡର ନୂଆ ମୋଡ଼ ନେଉଛି। ସ୍ବାମୀକୁ ମାରି ପ୍ରେମିକା ସହ ଫେରାର ହୋଇ ଯାଇଥିବା ଅସିତ୍ ଶତପଥୀଙ୍କ ସ୍ତ୍ରୀ ଓ ଝିଅ ଏବେ ଆଖିରୁ ଲୁହ ଗଡ଼ାଉଛନ୍ତି। ଏବଂ ତାଙ୍କ ସଂସାରକୁ ବରବାଦ କରିଥିବା ମହିଳାଙ୍କୁ ଫାଶୀ ଦଣ୍ଡ ଦିଆଯାଉ ବୋଲି ଦାବୀ କରିଛନ୍ତି। ଆଉ ତାଙ୍କ ସ୍ବାମୀଙ୍କ ଭୁଲ ପାଇଁ ମଧ୍ୟ କଠୋର ଦଣ୍ଡ ଦିଆଯାଉ ବୋଲି କହିଛନ୍ତି ବନସ୍ମିତା ଶତପଥୀ।

Leave a Comment