EXCLUSIVE ସୁଭଦ୍ରାକୁ ଏଯାଏଁ ମିଳିଲାଣି ୨୦ ହଜାର ଟଙ୍କା, ମୋବାଇଲ, ସାଇକେଲ ଆଉ ରାସନ…ଶୁଣନ୍ତୁ ତାଙ୍କ ମୁହଁରୁ …

ମୁଖ୍ୟମନ୍ତ୍ରୀ ସାର୍ ଭୂମିଷ୍ଠ ପ୍ରଣାମ। ମୁଁ ସୁଭଦ୍ରା ପଣ୍ଡା, ବଡ଼ ହେଲା ପରେ ଜାଣିଲି ମୋତେ ମୋ ବାପା ପାଳିଛନ୍ତି। ମୁଁ ଯେତେବେଳେ ୨୧ ଦିନର ହୋଇଥିଲି ସେତେବେଳେ ସେ ମୋତେ ଆଣି ପାଳିଥିଲେ। ମୋର ପ୍ରକୃତ ବାପା କିଏ ମୁଁ ଜାଣିନି? ଘର ପାଖ ଲୋକଙ୍କ ଠୁ ଶୁଣିଲି ମୁଁ କୁଆଡ଼େ ଅନ୍ୟ ଜାତିର ଛୁଆ। ତେଣୁ ମୋ ବାପା ଙ୍କ କୁଟୁମ୍ବ ବ୍ରାହ୍ମଣ ମାନେ ମୋତେ ତାଙ୍କ ଘରେ ପୁରାଇ ଦିଅନ୍ତିନି।

ମୁଁ ଯେତେବେଳେ ଦ୍ୱିତୀୟ ଶ୍ରେଣୀରେ ପଢ଼ୁଥିଲେ ବାପା ରୋଗରେ ଆକ୍ରାନ୍ତ ହୋଇ ଚାଲିଗଲେ। ମା ଆଠ ବର୍ଷ ହେଲା ପାଗଳ ଭଳି ଜୀବନ ବିତାଉଛି। ମୋତେ ପିଟା ମରା କରୁଛନ୍ତି। ଖାଇବାକୁ ବି ଭଲରେ ପାଉନୁ। ଏତେ ବଡ଼ ଦୁନିଆରେ କେମିତି ବଞ୍ଚିବି। ଖୁସି ମୋର ଆଶା ନାହିଁ। ହେଲେ ବଞ୍ଚିବା ପାଇଁ ପାଠ ପଢ଼ି ନିଜ ଗୋଡ଼ରେ ଠିଆ ହେବାକୁ ଇଚ୍ଛା କରୁଛି।


ମୋ ଚାରି ପାଖ ମୋତେ ଅନ୍ଧାର ଦିଶୁଛି। ତେଣୁ ଶେଭ ଆଶା ଭରସାରେ ଆପଣଙ୍କୁ ଜଣାଉଛି। ମୁଁ ପାଠ ପଢ଼ିବାକୁ ଚାହେଁ। ନିଜ ଗୋଡ଼ରେ ଛିଡ଼ା ହେବାକୁ ଚାହେଁ। ରୋଗୀଣା ମା ଙ୍କୁ ନେଇ ଆଉ ଲଢ଼ି ପାରୁନି ସାର୍। ମୋତେ ବଞ୍ଚାନ୍ତୁ ସାର୍ ମୁଁ ବଞ୍ଚିବାକୁ ଚାହେଁ।

 

ଏହି ଗୋଟିଏ ଚିଠିରେ କେତେ ଯେ କଷ୍ଟ କେତେ ଯେ ଯନ୍ତ୍ରଣା ଲେଖା ହୋଇଛି ତାହା କେବଳ ସେହି କୁନି ଝିଅ ଟି କହି ପାରିବ। ଏହି ଚିଠି ପ୍ରତିଟି ଶବ୍ଦ ଲେଖିବା ପାଇଁ ସୁଭଦ୍ରା କେତେ ଯେ ସାହାସ ଜୁଟେଇଥିବ ତାହା ଏହି ସମାଜରେ ବଞ୍ଚୁଥିବା ଲୋକଙ୍କ କଳ୍ପନା କରିବା କଷ୍ଟକର। ଶିକ୍ଷୟତ୍ରୀ ହେବାକୁ ଚାହୁଁଥିବା ସୁଭଦ୍ରା ଏହି ସମାଜରେ ବଡ଼ ହିନିମାନି ହୋଇଛି।

ନୀଚ ଜାତିର ବୋଲି ଶିକାର ହୋଇଛି ଏହି କୁନି ଝିଅ। ବାପା ଚାଲିଯିବା ପରେ ମା ଝିଅ ବହୁତ ଦାରିଦ୍ର୍ୟତା ଭିତରେ ଜୀବନ କାଟିଛନ୍ତି। ଆଉ ସେହି ମା ଝିଅ କୁ ଗାଁ ଲୋକେ କେହି ଆହା ବୋଲି କହୁ ନଥିଲେ। ଆଉ ଏମିତି ଜୀବନ ଯୋଗୁଁ ଝିଅ ଟି ମୁଖ୍ୟମନ୍ତ୍ରୀ ଙ୍କୁ ଚିଠି ଲେଖିଥିଲେ। ଆଉ ଏହି ଚିଠି ଏବେ ଗଣମାଧ୍ୟମ ରେ ଭାଇରାଲ ହେବା ପରେ ତାଙ୍କ ପାଖକୁ ଏବେ ସାହାଯ୍ୟ ର ସୁଅ ଛୁଟିବାରେ ଲାଗିଛି।

 

ବାଲେଶ୍ୱର ଜିଲ୍ଲାର ବାଘାଯତୀନ ଟିମ୍ ଏବଂ ମୁଁ ତୁମର ସାଥୀ ଟିମ୍ ର ମଧ୍ୟ ଲୋକ ଆସି ସୁଭଦ୍ରା ଙ୍କୁ ସାଇକେଲ ସହିତ ଗୋଟିଏ ମୋବାଇଲ ଏବଂ ଘରର ସାମଗ୍ରୀ ସବୁ ଦେଇ ଯାଇଥିଲେ। ଆଉ ଘର କରେଇ ଦେବେ ବୋଲି ରେମୁଣା ବିଧାୟକ ପ୍ରତିଶ୍ରୁତି ମଧ୍ୟ ଦେଇଛନ୍ତି।

Leave a Comment