Exclusive Interview – ଗୀତ ଏତେ ହିଟ ହେବା କଥା ଭାବିନଥିଲି ,କିନ୍ତୁ ଜାଣିଥିଲି ମୋ ଡେଷ୍ଟିନେସନ ମ୍ୟୁଜିକ ବୋଲି… ଏ ନେଇ କଣ କହିଲେ T souri , ଦେଖନ୍ତୁ Video

ତେବେ ବର୍ତ୍ତମାନ ସମୟରେ ସାକ୍ଷାତକାର ରେ ଏକ ଅତିଥି ଆସି ପହଞ୍ଚିଛନ୍ତି ଯାହାଙ୍କୁ ଆପଣ ବେସ ଭଲ ଭାବରେ ଜାଣିଛନ୍ତି | ତାଙ୍କର ଗୋଟିଏ ଗୀତ “ସୀତାଲୋ ଜଳୁଛି ଯାହାର ଚିତା” ଏହି ଗୀତ ଟିକୁ ଆପଣ ନିଶ୍ଚିତ ଭାବରେ ଶୁଣି ଥିବେ ଯାହାକି ଏହି ଗୀତ ଟି ବେସ ଲୋକ ପ୍ରିୟତା ହାସଲ କରିଥିଲା | ତେବେ ଏହି ଗାୟକ ଜଣଙ୍କ ଆଉ କେହି ନୁହଁନ୍ତି ସେ ହେଉଛନ୍ତି ଗାୟକ ଟି ସୌରି ଯିଏ କି ତାଙ୍କ କଣ୍ଠ ମାଧ୍ୟମରେ ସମସ୍ତଙ୍କୁ ମୁଗ୍ଧ କରାଇ ଦିଅନ୍ତି | ତେବେ ଆଜି ସେ ସାକ୍ଷାତକାର ମାଧ୍ୟମ ରେ ନିଜ ଜୀବନର କିଛି ସ୍ମୁତି ଓ ଅନୁଭୂତି କୁ ସେୟାର କରିଛନ୍ତି |

ଟି ସୌରୀ କହିଛନ୍ତି କି ମତେ ଯିଏ ବି ଯେତେବେଳେ ଦେଖେ ସେ ପଚାରନ୍ତି କି ଭାଇ ତୁମେ ଆଗରୁ ଯେମିତି ଦେଖା ଯାଉ ଥିଲେ ଏବେ ମଧ୍ୟ ସେମିତି ଅଛ ଏଇଟା କେମିତି | ଆଉ ଏହାର ମୁଖ୍ୟ କାରଣ ହେଉଛି ମୋ ଲାଇଫ ଷ୍ଟାଇଲ ଯେମିତି ଥିଲା ସେମିତି ଅଛି ଆଉ ଏହି ଢାଞ୍ଚା ରେ ହିଁ ବଞ୍ଚେ | ମୁଁ ସକାଳେ ଉଠିଲେ ଯୋଗ କରେ ଆଉ ଖାଇବା ଉପରେ ମୁଁ ଘରେ ହିଁ କେବଳ ଖାଏ ବାହାରେ କେଉଁଠି ବି ଖାଏ ନାହିଁ ଆଉ ମୁଁ ନନଭେଜ ବି ଖାଏ ନାହିଁ | ଆଉ ମୁଁ ଯେଉଁ ପ୍ରଫେସନ ରେ ରହିଛି ସେଥିରେ ଲୋକ ଜଲଦି ବୁଢ଼ା ମଧ୍ୟ ହୁଅନ୍ତି ନାହିଁ |

ମୁଁ ପ୍ରଥମେ ଯେତେବେଳେ ଏହି ଇଣ୍ଡଷ୍ଟ୍ରି କୁ ଆସିଲି ସେତେବେଳେ ଷ୍ଟେଜ ପ୍ରଗ୍ରାମ ସବୁ କରୁ ଥିଲି ଆଉ ସେତେବେଳେ ଗୀତ ମଧ୍ୟ ହିଟ ହେଉ ଯାଉ ଥିଲା | ଆଉ ସେହି ସମୟରେ ମୁଁ ବହୁତ ବ୍ୟସ୍ତ ରହୁ ଥିଲି ତେଣୁ କରି ମତେ ଚୁଟି କାଟିବା ପାଇଁ ଟାଇମ ବି ମିଳେ ନାହିଁ ଯାହା ଦ୍ୱାରା ସେ ଧୀରେ ଧୀରେ ବଢ଼ି ଗଲା | ଆଉ ଯିଏ ମୋର ମ୍ୟୁଜିକ ଡାଇରେକ୍ଟର ସେ ମତେ କହିଲେ କି ତତେ ଲମ୍ବା ଚୁଟି ସୁଟ କରୁଛି ଟୁ ରଖେ ଆଉ ତାପରଠାରୁ ମୁଁ ଲମ୍ବା ଚୁଟି ରଖିବା ଆରମ୍ଭ କଲି |

ଏଇ ସୀତା ଲୋ ଜଳୁଛି ଯାହାର ଚିତା ଏହି ଗୀତଟି ଏତେ ମାତ୍ରାରେ ହିଟ ହେବ ବୋଲି ମୁଁ ଭାବି ନଥିଲି କିନ୍ତୁ ଏହା ମୋ ଡେଷ୍ଟିନେସନ ମ୍ୟୁଜିକ ବୋଲି ମୁଁ ଜାଣିଥିଲି | ମୁଁ ଯେତେବେଳେ ଅନୁଗୁଳ ରେ ପ୍ଲସ2 ପଢ଼ୁଥିଲି ସେତେବେଳେ ଆମେ କଲେଜ ପିଲା ଗ୍ରୁପ ହୋଇ କଟକର ଏକ ଷ୍ଟେଜ ପ୍ରଗ୍ରାମକୁ ଯାଇ ଥିଲୁ | ଆଉ ସୌରଭ ନାୟକଙ୍କ ଘର ପାଖରେ ହିଁ ସେ ସୋ ହେଉଥିଲା ସେଠାରେ ମୋ ଗୀତ ଶୁଣି ସୌରଭ ନାୟକ ମତେ ଡକାଇଲେ ଆଉ କହିଲେ କି ନିଶ ଉଠିନି କିନ୍ତୁ ଭଲ ଗାଉଛୁ ତ | ତାପରେ ସେ ହିଁ ମତେ ଚାନ୍ସ ଦେଇ ଥିଲେ ଆଉ ପରେ ପରେ ତାହା ଭଗବାନ ଏବଂ ଭାଗ୍ୟ କାରଣ ମୁଁ ନିଜେ ବି ଜାଣି ନଥିଲି ମୁଁ ଏତେ ଭଲ ପାଇବା ହାସଲ କରି ପାରିବି ବୋଲି ଟି ସୌରୀ କହିଛନ୍ତି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment