ତେବେ ଆପଣ ମାନେ ଜାଣିଥିବେ କି ବେଶ୍ କିଛି ଦିନ ହେବ ସୋସିଆଲ ମିଡିଆରେ ବେଶ୍ ଚର୍ଚ୍ଚାରେ ରହି ଆସିଛନ୍ତି ଆଲବମ୍ ଅଭିନେତ୍ରୀ ନିଶା ମହାରଣା।ନିଶା ମହାରଣା ଓରଫ୍ ଝିଲି ମଲ୍ଲିକ ଏବେ ଓଡ଼ିଶାର ସନି ଲିଓନ ଭାବେ ସବୁଆଡେ ଚର୍ଚ୍ଚାରେ ଅଛନ୍ତି। ନିଜର ବୋଲ୍ଡ ଅନ୍ଦାଜ ଓ ଅଶ୍ଳୀଳ ଭାଷା ଶୈଳୀ ସହ ହଟ୍ ନୃତ୍ୟ ପାଇଁ ନିଶା ମହାରଣା ବେଶ୍ ଚର୍ଚ୍ଚାରେ ରହି ଆସିଛନ୍ତି।
ନିଜର ଖୋଲା ଖୋଲି ଭାବରେ କଥାବାର୍ତ୍ତା ଏବଂ ନିଜର ବୋଲ୍ଡ ଅନ୍ଦାଜ କୁ ନେଇ ସେ କିଛି ଦିନ ତଳେ ବେଶ୍ ଚର୍ଚ୍ଚାକୁ ଆସିଥିଲେ। ଏହା ପରେ ତାଙ୍କର ହଟ୍ ଫୋଟ ଏବଂ ରିଲସ ମଧ୍ୟ ସାମ୍ନାକୁ ଆସିଥିଲା। ଯାହାକୁ ନେଇ ସେ ସୋସିଆଲ ମିଡିଆରେ ଟ୍ରୋଲ ମଧ୍ୟ ହୋଇଥିଲେ। ଏମିତି କି ତାଙ୍କ ବିରୋଧରେ ଥାନାରେ ଅଭିଯୋଗ ମଧ୍ୟ ହୋଇଥିଲା।
କିନ୍ତୁ ତଥାପି ନିଶା ନିଜକୁ ଓଡ଼ିଶାର ସନ୍ନୀ ଲିଓନୀ ବୋଲି କହିଥିଲେ।ନିଜ ବୋଲ୍ଡ ଅନ୍ଦାଜ ପାଇଁ ସେ କୁଆଡେ ଆମ ଓଡ଼ିଶାର ସନ୍ନୀ ଲିଓନୀ ହେବେ ବୋଲି ଘୋଷଣା କରିଛନ୍ତି ନିଶା ମହାରଣା।ଆଉ ଏବେ ଯାତ୍ରାରେ ପ୍ରଦର୍ଶିତ କରୁଥିବା ଲଙ୍ଗଳା ନୃତ୍ୟ ନେଇ ସେ ବିବାଦ ଘେରକୁ ଚାଲି ଆସିଛି।
ସମସ୍ତେ ନିଶା ମହାରଣାଙ୍କ ନାଁ ରେ ସ୍ୱର ଉଠାଇଛନ୍ତି ,ଏମିତିକି ନିଶା ମହାରଣାଙ୍କୁ ଯାତ୍ରାକୁ ଅନୁମତି ଦିଆଯାଉ ନାହିଁ। ଯାହାକୁ ନେଇ କଳାକାର ଠାରୁ ଦର୍ଶକ ସମସ୍ତଂକ ପ୍ରତିକ୍ରିୟା ଦେଖିବାକୁ ମିଳୁଛି। ନିଶା ମହାରଣା ରାଜଧାନୀ ଅପେରା ରେ ପ୍ରୋଗ୍ରାମ କରି ପାରିବେ ନାହିଁ। ଅର୍ଥାତ୍ ଯାତ୍ରାରେ ନିଶା ମହାରଣା ନାଚି ପାରିବେ ନାହିଁ।ନାଚିପାରିବେନି ଆଇଟମ୍ ଗାର୍ଲ ନିଶା ମହାରଣା ଓରଫ ଝିଲି ମଲିକ । ନାଚକୁ ନେଇ ବିବାଦ ଉପୁଜିବା ପରେ ଏଭଳି ସୂଚନା ଦେଇଛି ଯାତ୍ରା କମିଟି ।
ସୂଚନା କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ୍ ଅଧୀନ ବଡ଼ ମୂଳବସ ପଡ଼ିଆରେ ଯାତ୍ରା ଚାଲିଛି । ଯାତ୍ରାରେ ନିଶାଙ୍କ ଝଲକ ଦେଖିବାକୁ ମିଳିବ ବୋଲି ସେ ନିଜେ ସୋସିଆଲ ମିଡିଆରେ ପ୍ରଚାର କରିଥିଲେ । ଯାତ୍ରା କମିଟି ପକ୍ଷରୁ ମଧ୍ୟ ଏନେଇ ମାଇକ୍ ପ୍ରଚାର କରାଯାଇଥିଲା ।
ତେବେ ନିଶାଙ୍କୁ ନେଇ କିଛି କଳାକାର ବିରୋଧ କରିବା ପରେ ବିବାଦ ସୃଷ୍ଟି ହୋଇଥିଲା । ପରେ କମିଟି ତରଫରୁ ନିଶାଙ୍କୁ ବାରଣ କରାଯାଇଛି । ଯାତ୍ରା ହେବ ।ଯାତ୍ରାକୁ ନେଇ ବିବାଦ ସୃଷ୍ଟି ହେବା ପରେ କିଛି କଳାକାର ମତ ଦେଇଛନ୍ତି ଯେ ଯଦି ନିଶା ମହାରଣା ମଞ୍ଚ ଉପରକୁ ଯାଆନ୍ତି ତାଙ୍କୁ ଗୋଡେଇ ଗୋଡେଇ ପିଟିବେ।