Exclusive : ଶେଷରେ ମିଡ଼ିଆ ଆଗରେ ଅର୍ଚନା ନାଗର ଇଜତ ଉତ୍ତାରିଲା ଶ୍ରଦ୍ଧାଞ୍ଜଳି ,ଖୁବ ଶୀଘ୍ର ଖୋଲିବ ଅର୍ଚ୍ଚନାଙ୍କ ଗୁମର – ଦେଖନ୍ତୁ video

ଲେଡି ବ୍ଲାକମେଲର ଅଚ୍ଚର୍ନା ନାଗ ମାମଲାରେ ଦିନକୁ ଦିନ ନୂଆ ଖୁଲାସା ହେବାରେ ଲାଗିଛି । ଇଡି ଆଜି ଅର୍ଚ୍ଚନା ଓ ସହଯୋଗୀ ଶ୍ରଦ୍ଧାଞ୍ଜଳୀଙ୍କୁ ମୁହାଁମୁହିଁ ଜେରା କରାଯାଇଛି । ଜେରାରେ 4 ଇଡି ଅଧିକାରୀ ଓ 2 ଜଣ ସାକ୍ଷୀ ସାମିଲ ଥିବା ଜଣାପଡିଛି । ଜେରା ବେଳେ ଅର୍ଚ୍ଚନାଙ୍କ ପୋଲି ଖୋଲିଦେଇଛନ୍ତି ଶ୍ରଦ୍ଧାଞ୍ଜଳୀ ।ଲକ୍ଷାଧିକ ଟଙ୍କା ଆର୍ଥିକ କାରବାର ନେଇ ଶ୍ରଦ୍ଧାଞ୍ଜଳୀ ମୁହଁ ଖୋଲିଛନ୍ତି ।

ସୂଚନା ଅନୁସାରେ ବହୁ ଚର୍ଚିତ ଲେଡି ବ୍ଲାକମେଲର ଅର୍ଚନା ନାଗଙ୍କର ଷ୍ଟୋରି ଏବେ ବହୁତ ଚର୍ଚାର ବିଷୟ ପାଲଟିଛି । ଗୋଟି ଗୋଟି କରି ନୂତନ ଚେହେରା ସାଥିକୁ ନୂଆ ନୂଆ କଳାକରନାମାର ପର୍ଦ୍ଧାଫାଶ ମଧ୍ୟ ହେଉଛି । ଯେପରି ଅର୍ଚନା କେସରେ ସମ୍ପୃକ୍ତ ଶ୍ରଦ୍ଧାଞ୍ଜଳିଙ୍କର ବୟାନ ଏବେ ସାମ୍ନାକୁ ଆସିଛି । ସମସ୍ତଙ୍କର ଶ୍ରଦ୍ଧାଞ୍ଜଳିଙ୍କର ବୟାନକୁ ହିଁ ଅପେକ୍ଷା ରହିଥିଲା । କାରଣ ତାଙ୍କ ଠାରୁ ଇଡି ଅର୍ଚନା କେସର ବହୁତ କିଛି ଠୋସ ପ୍ରମାଣ ସଂଗ୍ରହ କରିପାରିବ ।

ଶ୍ରଦ୍ଧାଞ୍ଜଳୀଙ୍କ କହିବା ମୁତାବକ, ‘ହନିଟ୍ରାପ୍ ଅର୍ଥରୁ ଅର୍ଚ୍ଚନା ନେଉଥିଲେ ସିଂହଭାଗ । ଇଡିକୁ ଏକାଧିକ ବ୍ୟକ୍ତିଙ୍କ ନାଁ କହିଛନ୍ତି ଶ୍ରଦ୍ଧାଞ୍ଜଳୀ । ଶ୍ରଦ୍ଧାଞ୍ଜଳୀଙ୍କ ଖୁଲାସା ପରେ ଅନେକ ବଡ଼ବଡ଼ିଆ ଲୋକଙ୍କ ମୁଖା ଖୋଲିଯିବ ବୋଲି ଆଶା କରାଯାଉଛି ।ଅର୍ଚନା ମଧ୍ୟ ନାଗ ଫାସର ବହୁତ କିଛି ଗୁମର ଆଜି ଇଡି ଆଗରେ ବଖାଣୀ କରି କହିଛନ୍ତି । ଶ୍ରଦ୍ଧାଞ୍ଜଳିଙ୍କର କହିବା ଅନୁସାରେ ଅର୍ଚନା ନିଜ ଫାଇଦା ଅନୁସାରେ ହିଁ ଗଣମାଧ୍ୟମକୁ ବ୍ୟବହାର କରି ଆସୁଥିଲା । ଅର୍ଚନାଙ୍କର ଏହି କଳା କାର୍ଯ୍ୟରେ ମୁଖ୍ୟ ସହଜ ଖଗେଶ୍ଵର ନିର୍ବାହ କରୁଥିଲା । ଉଭୟ ମିଶି ଯୋଜନା ମୁତାବକ କାର୍ଯ୍ୟ କରି ତାଙ୍କର ଗୋଟି ଗୋଟି କରି କଳା ସାମ୍ରାଜ୍ୟକୁ ବିସ୍ତାର କରୁଥିଲା ।

ଅର୍ଚ୍ଚନା କାହା ଉପରେ ଟାର୍ଗେଟ କରାଯାଇ ତା’ ର ନାଗଫାସରେ ଫସାଇ ତାକୁ ବ୍ଲାକମେଲ କରିବ । ତାହାର ଆଗରୁ ହିଁ ପ୍ଳାନ କରାଯାଉଥିଲା । ଶ୍ରଦ୍ଧାଞ୍ଜଳୀ ଏହି ସବୁ ଘଟଣାର ନିଜେ ହେଉଛନ୍ତି ଜଣେ ଭୁକ୍ତଭୋଗୀ । କୋଭିଡ ସମୟରେ ଶ୍ରଦ୍ଧାଞ୍ଜଳିଙ୍କୁ ଘରୁ ଡାକି କେମିତି ଲୋକଙ୍କୁ ଫସାଇବାକୁ ପଡିବ । ତାହା ଅର୍ଚ୍ଚନା ଶ୍ରଦ୍ଧାଞ୍ଜଳିଙ୍କୁ ବତାଉଥିଲେ ।ଶ୍ରଦ୍ଧାଞ୍ଜଳି ଅର୍ଚନା ନାଗର ସବୁ ବ୍ଲୁ ପ୍ରିଣ୍ଟ ଗୁମର ଗୋଟି ଗୋଟି କରି ଖୋଲି କହିଛି । ଅର୍ଚନା ପ୍ରଥମେ କିଛି କିଛି ଲୋକଙ୍କୁ ଟାର୍ଗେଟ କରି ତାପରେ ଫେସବୁକରେ ଫ୍ରେଣ୍ଡ ରିକୱେଷ୍ଟ ପଠାଉଥିଲା ।

ତାପରେ ଅର୍ଚନାଙ୍କର ନିର୍ଦ୍ଧେଶରେ ଶ୍ରଦ୍ଧାଞ୍ଜଳୀ ଗୋଟି ଗୋଟି ଲୋକଙ୍କୁ ନଜର ମାୟା ଜାଲରେ ଫସାଉଥିଲା । ପ୍ରଥମେ ବନ୍ଧୁତ୍ଵର ପରିଚୟ ସୃଷ୍ଟି କରି ତାପରେ ଖେଳ ଆରମ୍ଭ ହୋଇଯାଉଥିଲା । ତାପରେ ପ୍ରେମ ରୂପକ ଛଳନାରେ ସେହି ସବୁ ଲୋକ ମାନଙ୍କୁ ରୁମ୍ କୁ ଡାକି ଅଣା ଯାଉଥିଲା । ତାପରେ ସେହି ରୁମ୍ ର ଭିଡିଓ ଶୁଟିଙ୍ଗ କରିବାର ବ୍ୟବସ୍ତା ଖଗେଶ୍ଵର କରୁଥିଲା

ଅନ୍ୟପଟେ ED ହାତରେ ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗଙ୍କ ଡାଏରୀ । ଭୁବନେଶ୍ୱର ଖଣ୍ଡଗିରି ଥାନାରୁ ଅର୍ଚ୍ଚନାଙ୍କ 2ଟି ଡାଏରୀ ସଂଗ୍ରହ କରିଛି ଇଡି । ଏହି ଡାଏରୀରୁ ହନିଟ୍ରାପ୍ କଳାସାମ୍ରାଜ୍ୟ ଗୁମର ଖୋଲିବା ନେଇ ଆଶା କରାଯାଉଛି । ଡାଏରୀରେ ବହୁ ବଡ଼ବଡ଼ିଆଙ୍କ ନାଁ ଥିବା ପୂର୍ବରୁ ଚର୍ଚ୍ଚା ହେଉଥିଲା । ଏପଟେ ଡିଜିଟାଲ ଏଭିଡେନ୍ସ ପାଇଁ ରାଜ୍ୟ ଫୋରେନସିକ ଲ୍ୟାବ୍‌କୁ ଯାଇ ରିପୋର୍ଟ ମାଗିଛି ଇଡି । ଏପର୍ଯ୍ୟନ୍ତ ଡିଜିଟାଲ ଏଭିଡେନସ୍ ରିପୋର୍ଟ ଦେଇନି ରାଜ୍ୟ ଫୋରେନସିକ ଲ୍ୟାବ ।

Leave a Comment