Femily Tips – ସହବାସରେ ଅନିଚ୍ଛା ଏବଂ ସମ୍ବନ୍ଧ ରଖିବାକୁ ଇଛା ନ ହେବା || କାରଣ || ଚିକିତ୍ସା

ତେବେ ଆଜିକାଲି ର ଜୀଵନ ରେ ପ୍ରାୟ ବ୍ୟକ୍ତି ଙ୍କର ଶରୀର ରେ କିଛି ନା କିଛି ସମସ୍ୟା ଦେଖିବା ପାଇଁ ମିଳୁଛି, ଆମେ ଆମ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ନ ଦେଉ ଥିବାରୁ ଏଭଳି ସମସ୍ୟା ର ସମ୍ମୁଖୀନ ହେବା ପାଇଁ ପଡିଥାଏ | ତେବେ ଏଥିରୁ ପୁରୁଷ ମାନଙ୍କର ଗୋଟିଏ ହିଁ ସମସ୍ୟା ରହିଥାଏ ତାହା ହେଉଛି ସେକ୍ସ ପ୍ରତି ଆଗ୍ରହ ନ ଆସିବା | ତେବେ ସ୍ୱାମୀ ସ୍ତ୍ରୀ ଙ୍କ ସମ୍ପର୍କ ରେ ସେକ୍ସ ସମ୍ପର୍କ ନିହାତି ଆବଶ୍ୟକ ହୋଇ ଥାଏ ଏବଂ ଏହା ସହିତ ଡାକ୍ତର ଙ୍କ କହିବା ଅନୁଯାଇ କି ଖାଇବା ପିଇବା ଯେମିତି ଗୁରୁତ୍ୱପୂର୍ଣ୍ଣ ରହିଛି ସେମିତି ଶରୀର ରେ ସେକ୍ସ ପ୍ରତି ଆଗ୍ରହ ରହିବା ମଧ୍ୟ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ | ଅନେକ ପୁରୁଷ ଙ୍କର ଏଭଳି ସମସ୍ୟା ଦେଖା ଦେଲେ ସେମାନେ କାହାକୁ କିଛି କହି ପାରନ୍ତି ନାହିଁ, କିନ୍ତୁ ଏଭଳି ସମସ୍ୟା ଦେଖା ଦେଲେ ଡାକ୍ତରଙ୍କ ସହ ପରାମର୍ଶ ନିହାତି କରିବା ଆବଶ୍ୟକ, ତେବେ ଆସନ୍ତୁ ଏହି ସମ୍ପର୍କ ରେ ଆଲୋଚନା କରିବା |

ସହବାସ ରେ ଅନିଚ୍ଛା କାରଣ:-
-ସେକ୍ସ ପ୍ରତି ଅନିଚ୍ଛା ଆସିବାର ପ୍ରଥମ କାରଣ ହେଉଛି କି ବ୍ୟଜଟି ଅଧିକ ଷ୍ଟ୍ରେସ ଓ ଚିନ୍ତା ରେ ରହିଲେ ତାଙ୍କର ଟେଷ୍ଟଷ୍ଟିରଣ ହରମୋନ ଠିକରେ କ୍ଷରଣ ହେଇ ନଥାଏ | ଏହା ସହିତ ଏକ ବ୍ୟକ୍ତି ଅଧିକ ମୋଟା ହୋଇ ଗଲେ ମଧ୍ୟ ତାର ସେକ୍ସ କରିବାର ଇଚ୍ଛା କମି ଯାଇଥାଏ |

– ବ୍ୟକ୍ତି ର ଯେତେ ବେଳେ ଅଧିକ ବୟସ ହୋଇ ଯାଇଥାଏ ସେତେ ବେଳେ ତାର ହର୍ମୋନ ରେ ଇନବାଲାନ୍ସ ହୋଇ ଯାଏ ଯାହା ଦ୍ୱାରା ତାଙ୍କର ମହିଳା ଙ୍କ ପ୍ରତି ଆଗ୍ରହ କମି ଯାଇଥାଏ |

– ଆଉ ଆପଣ ଅଧିକ ଆଲକୋହଲ ପିଉଥିଲେ ଓ ନିଶା କରୁଥିଲେ ବି ଶରୀରର ଟେଷ୍ଟଷ୍ଟିରଣ ହରମୋନ ର କ୍ଷରଣ କମି ଯାଇଥାଏ ଓ ଆପଣ ସହବାସ କଣ୍ଟିନ୍ୟୁ କରିପାରନ୍ତି ନାହିଁ |

– ଏହା ସହିତ ଅନେକ ପିଲା ଅଛନ୍ତି ଯେଉଁ ମାନେ କି ଖୁବ ଅଳ୍ପ ବୟସରୁ ଫିଜିକାଲ ରିଲେଟେଡ଼ ଫିଲ୍ମ ଆଦି ଦେଖିବା ଯୋଗୁଁ ବଡ଼ ହେଲେ ତାଙ୍କର ସହବାସ ର ଇଛା ଆସି ନଥାଏ |

ସହବାସ ରେ ଅନିଚ୍ଛା ଆସୁଥିଲେ ଜାଣିବେ କେମିତି:-
– ଏହା ଜାଣି ରଖନ୍ତୁ କି ଏମିତି ଅସୁବିଧା କୌଣସି ବି ପୁରୁଷ ଙ୍କ କ୍ଷେତ୍ରରେ ଆସୁ ଥିଲେ ସେମାନଙ୍କୁ କେବଳ ସହବାସ ରେ ନୁହେଁ ବରଂ ଅନ୍ୟ କାମ ଗୁଡିକରେ ମଧ୍ୟ ସେମାନେ ମନ ଲଗାଇ ପାରନ୍ତି ନାହିଁ | ରିଲେଶନ ରଖୁଥିଲେ ବି ତାହାକୁ କଣ୍ଟିନ୍ୟୁ କରିପାରନ୍ତି ନାହିଁ, ଆଉ ଏତିକି ବେଳେ ଡାକ୍ତର ଙ୍କ ପରାମର୍ଶ ନେବା ନିତାନ୍ତ ଜରୁରୀ ହୋଇ ଥାଏ |

ସହବାସ ରେ ଅନିଚ୍ଛା ର ଚିକିତ୍ସା:-
– ତେବେ ଏହି ସମସ୍ୟା କୁ ନେଇ ଯେତେ ବେଳେ ଆପଣ ଏକ ଡାକ୍ତର ଙ୍କ ପାଖକୁ ଯାଇଥାନ୍ତି ସେତେ ବେଳେ ସେହି ଡାକ୍ତର ଜଣଙ୍କ ଆପଣ ଙ୍କୁ ଅନେକ ପ୍ରଶ୍ନ ପଚାରି ଥାଆନ୍ତି ଆଉ ଏହାପରେ ସେହି ଅନୁସାରେ ଆପଣ ଙ୍କୁ ଡୋଜ ପରେ ଡୋଜ ମେଡ଼ିସିନ ଖାଇବା ପାଇଁ ଦେଇ ଥାଆନ୍ତି |

– ଏହା ସହିତ ଆପଣ ଙ୍କୁ ଏକ ରେଗୁଲାର ଡାଏଟ ରେ ରହିବାକୁ ପଡ଼ିବ ଯେମିତି କି ପ୍ରତିଦିନ କିଛି ଏକ୍ସସାଇଜ ସହ ଆପଣଙ୍କ ଜୀଵନ ଶୈଳୀ କୁ ପରିବର୍ତ୍ତନ କରିବା ପାଇଁ ପଡ଼ିବ |

Leave a Comment