ତେବେ ଆଜି ଏଭଳି ଖବର ସମ୍ପର୍କ ରେ କହିବୁ ଯାହାକୁ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇ ଯିବେ | ଆପଣ କେବେ ଭାବି ଥିବେ ଜଣେ ସ୍ତ୍ରୀ ଯେତେ ବେଳେ ତା ସ୍ୱାମୀ ଆଗରେ ନିଜ ଜୀବନ ହରିବାକୁ ବସେ ଠିକ ସେତିକି ବେଳେ ସ୍ୱାମୀ ଟି ତାକୁ ରକ୍ଷା କରିବା ବଦଳ ରେ ତା ମାନସିକତା କୁ ପରିବର୍ତ୍ତନ କରିବା ବଦଳ ରେ ତାହାର ଭିଡ଼ିଓ ସୁଟ କରୁଛି | ଆଉ ଭିଡ଼ିଓ ସୁଟ କରିବାର କାରଣ ହେଉଛି କି ପଛରେ ତାକୁ ଯେମିତି କେହି ନ କୁହନ୍ତି ତା ସ୍ୱାମୀ ତା ସ୍ତ୍ରୀକୁ ହତ୍ୟା କରି ଜୀବନ ନେଇ ଯାଇଛି |
ସେଥିପାଇଁ ସ୍ୱାମୀ ଜଣଙ୍କ ପୁରା ସତର୍କ ରେ ଅଛନ୍ତି ତେଣୁ ସ୍ତ୍ରୀ ଯେତେ ବେଳେ ଜୀଵନ ହରୁଛି ସ୍ୱାମୀ ସେହି ଦୃଶ୍ୟ ର ମୋବାଇଲ ରେ ରେକର୍ଡ କରୁଛି | ଆଉ ସ୍ତ୍ରୀ ର ମୃତ୍ୟୁ ପରେ ଶାଶୁ ଶଶୁର ଙ୍କୁ ଫୋନ କରି ଜଣାଉଛନ୍ତି ଆଉ ଯେତେ ବେଳେ ଶାଶୁ ଶଶୁର ଘରେ ପହଞ୍ଚୁଛନ୍ତି ସେତେ ବେଳେ ସ୍ୱାମୀ ମୋବାଇଲ ରେକର୍ଡ କରିଥିବା ଦୃଶ୍ୟ ଟିକୁ ଦେଖୁଛନ୍ତି | ଆଉ କହୁଛନ୍ତି କି ଦେଖନ୍ତୁ ଆଜ୍ଞା ମୁଁ ଆପଣଙ୍କ ଝିଅକୁ ହତ୍ୟା କରି ନାହିଁ ଆପଣଙ୍କ ଝିଅ ନିଜେ ନିଜେ ଜୀବନ ହାରିଛି |
ଆଉ ଯେତେ ବେଳେ ଶାଶୁ ଶଶୁର ପଚାରନ୍ତି କି ଆପଣ ଏ ଭିଡ଼ିଓ ପାଇଲେ କେମିତି, ସେତେ ବେଳେ ସ୍ୱାମୀ ଜଣଙ୍କ କୁହନ୍ତି କି ଏହି ଭିଡ଼ିଓ ମୁଁ କରିଛି | ମୁଁ ଜାଣିଛି ଆପଣଙ୍କ ଝିଅର ମୃତ୍ୟୁ ପରେ ଆପଣ ଥାନାରେ ଅଭିଯୋଗ କରିବେ ଆଉ ଏହା ହେଉଛି ତାର ପ୍ରମାଣ | ଏହି ଖବର ଶୁଣିବା ପରେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହେଉ ଯାଉ ଥିବେ ଯେ ଏ କିଭଳି ସ୍ୱାମୀ ଅଟେ | ତେବେ ଉତ୍ତରପ୍ରଦେଶ ର କାନପୁର ରେ ଏଭଳି ଏକ ଅଭାବନୀୟ ଘଟଣା ଘଟି ଯାଇଛି, ଜଣେ ବ୍ୟକ୍ତି ତାଙ୍କ ସ୍ତ୍ରୀ ଯେତେ ବେଳେ ଜୀବନ ହାରିବା ପାଇଁ ଉଦ୍ୟମ କରୁ ଥିଲେ ସେହି ସମୟରେ ସେ ଭିଡ଼ିଓ ରେକର୍ଡିଙ୍ଗ କରୁଛନ୍ତି |
ଏହି ଯୁବକ ଙ୍କ ନାଁ ହେଉଛି ସଞ୍ଜୟ ଗୁପ୍ତା 5 ବର୍ଷ ତଳେ ସେ ସେବିତା ଗୁପ୍ତା ଙ୍କୁ ବିବାହ କରି ଥିଲେ, କିଛି ଦିନ ହେବ ତାଙ୍କ ପରିବାର ଭିତରେ ଖୁବ ଅଶାନ୍ତି ଥିଲା | ଆଉ ମଙ୍ଗଳବାର ସଞ୍ଜୟ ଙ୍କ ସହ ପ୍ରବଳ ଝଗଡ଼ା ହେବା ପରେ ସେ ଜୀବନ ହାରିବା ପାଇଁ ଉଦ୍ୟମ କରି ଥିଲେ | ଆଉ ଏହି ସମୟରେ ତାଙ୍କ ସ୍ୱାମୀ ଉପସ୍ଥିତ ମଧ୍ୟ ଥିଲେ ଆଉ ତାଙ୍କ ସ୍ତ୍ରୀ କୁ ଏଭଳି କାମରୁ ଅଟକାଇବା ପରିବର୍ତ୍ତେ ତାଙ୍କର ଶେଷ ଭିଡ଼ିଓ ରେକର୍ଡିଙ୍ଗ କରି ଥିଲେ | ତେବେ ସେବିତା ଙ୍କ ବାପା ମା ତୁରନ୍ତ ହସ୍ପିଟାଲ ନେଇ ଥିଲେ କିନ୍ତୁ ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରି ଥିଲେ | ଯାହାକୁ ନେଇ ଏବେ ସେବିତା ଙ୍କ ପରିବାର ଲୋକ ଥାନାରେ ଏକ ମାମଲା ରୁଜୁ କରିଛନ୍ତି |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।