ତେବେ ଆମେ ଜାଣୁଛୁ ଆମ ହିନ୍ଦୁ ସଭ୍ୟତା ରେ ନାନା ମୁନି ଙ୍କର ନାନା ମତ | ତେବେ ଆଜି ଆମେ ଆପଣଙ୍କୁ ବତାଇବାକୁ ଯାଉଛି କିଛି ଏମିତି କଥା ଯାହାକୁ ମାନିକି ଚଳିଲେ ଆପଣଙ୍କ ସମସ୍ତ ପ୍ରକାରର ଅସୁବିଧା ମାନ ଦୂରେଇଯିବା | ତାହା ବ୍ୟତୀତ ଆପଣଙ୍କ ସମେତ ଆପଣଙ୍କର ଘରେ ସୁଖ ଶାନ୍ତି ଓ ଆନନ୍ଦ ଭରିଯିବ ଆସନ୍ତୁ ସେ ସବୁ ବିଷୟରେ ଜାଣିବା କି କେଉଁ କେଉଁ ଉପାୟରେ ଆମେ ଠାକୁର ଙ୍କର ପୂଜା କରିବା ସହିତ କେଉଁ ସବୁ ଉପାୟ ଗୁଡିକ ମାନିଲେ ଆମର ଶୁଭ ହୋଇଥାଏ |ତାହେଲେ ଆସନ୍ତୁ ସେହି ସବୁ ଉପାୟ ବିଷୟରେ ଜାଣିବା |
ତେବେ ଘର ଓ ବାହାରର ଶାନ୍ତି ସହିତ ଭଗବାନ ଙ୍କୁ ପ୍ରସନ୍ନ କରିବା ପାଇଁ ହେଲେ:-
1- ପ୍ରଥମେ ଆମେ ମନେ ରଖିବା କି କୌଣସି ପୂଜା କାର୍ଯ୍ୟ କରିବା ସମୟରେ ଅର୍ଥାତ ଯେତେବେଳେ ଆମେ ବେଳ ପତ୍ର କୁ ନେଇକି ଶିବ ଙ୍କ ମୁଣ୍ଡରେ ଲଗାଉଛେ ତାହେଲେ ବେଳ ପତ୍ର ର ଡେମ୍ଫ ସହିତ ପୂଜା ରେ ନ ଲଗେଇକି ଡେମ୍ଫ କୁ ଛିଣ୍ଡିକି ଲଗେଇବା ଆବଶ୍ୟକ ହୋଇଥାଏ |
2- ଦ୍ୱିତୀୟ ରେ ଆମର କାନ ଜଣିତ ସମସ୍ୟା ସବୁ ଦୁରେଇ ଯିବ ଯଦି ଆପଣ ଶନିବାର ଦିନ କାନ ରେ ତେଲ ପକାଇବେ ତାହା ପୁଣି ସୂର୍ଯ୍ୟ ଅସ୍ତ ହେଲା ପରେ ବୋଲି କୁହାଯାଉଛି |
3- ତାହା ବ୍ୟତୀତ ଆପଣ ମାନେ ଯଦି ମନ୍ଦାର ଫୁଲ କୁ ତ ବିଭିନ୍ନ ପ୍ରକାରର ପୂଜା ପର୍ବ ରେ ବ୍ୟବହାର କରିଥାଉ | ତେବେ ଯଦି ଆପଣ ମାନେ ଧଳା ମନ୍ଦାର କୁ ନେଇକି ସୋମବାର ଦିନ ଶିବ ଙ୍କ ପାଖରେ ଲଗାଇବେ ତାହେଲେ ଶୁଭ ହୋଇଥାଏ |
4- ଏହା ବ୍ୟତିତ ଯଦି ଆପଣଙ୍କର ଠାକୁର ଘରେ ପୂଜା କରୁଥିବା ଘଣ୍ଟି ଉପରେ ଗରୁଡ଼ ଙ୍କର ଚି଼ହ୍ନ ଥାଏ ତାହେଲେ ମଧ୍ୟ ଆମର ଶୁଭ ହୋଇଥାଏ |
5-ଆପଣ ମାନେ ରବିବାର ଦିନ ଦୁବ ଘାସ କୁ ଛିଣ୍ଡାଇବେ ନାହିଁ ଓ ରବିବାର ଓ ବୁଧୁବାର ରେ ବର ଗଛ ମୂଳରେ ପାଣି ଢାଳିବେ ନାହିଁ ଯାହା ଅଶୁଭ ହୋଇଥାଏ |
6-ଛୋଟ ପିଲାମାନଙ୍କ ର ସ୍ମରଣ ଶକ୍ତି କୁ ବଢାଇବା ପାଇଁ ଆପଣ ମାନେ ବର ଆଉ ଆଶ୍ୱସ୍ତ ଗଛ ସାଙ୍ଗ ରେ ଥିବା ସ୍ଥାନରେ ପିଲାଙ୍କୁ 20 ମିନିଟ ବସାଇବେ | ଯାହା ଫଳରେ ସ୍ମରଣ ଶକ୍ତି ବଢିଥାଏ ବୋଲି କୁହାଯାଉଛି |
7-ଯଦି ଆପଣ ମାନେ ରାତିରେ ଶୋଇବା ବେଳେ ଘୁଙ୍ଗୁଡ଼ି ମାରୁଛନ୍ତି ତାହା ସହିତ ଆପଣଙ୍କର ପେଟ ରେ ଚର୍ବି ବଢ଼ି ଯାଇଥାଏ | ତାହେଲେ ଆପଣ ମାନେ ରାତିରେ ଶୋଇବା ବେଳେ 2 ଟି ଗୁଜୁରାତି କୁ ନେଇକି ଚୋବେଇକି ଖାଇବା ଆଉ ତାହା ପରେ ଉଷୁମ ପାଣି ର ସେବନ କରିଲେ ସମସ୍ତ ସମସ୍ୟା ଦୁରେଇ ଯିବ |
8-ଏହା ବ୍ୟତୀତ ଶୋଇକି ଉଠିଲେ କେବେ ହେଲେ ଦୋ ଚାରଣି ମହିଳା, କଅଁଳା ପିଲା ଯିଏ କି ଲଙ୍ଗଳା ଥିବ ସେମାନଙ୍କର ମୁହଁ ଦେଖନ୍ତୁ ନାହିଁ ଅଶୁଭ ହୋଇଥାଏ |
9- ଛିଡା ହେଇକି କେବେ ହେଲେ ପାଣି ପିଅନ୍ତୁ ନାହିଁ ତାହା ଆମ ହାର୍ଟ ଉପରେ ଖରାପ ପ୍ରଭାବ ପକାଇଥାଏ |
10- ପାଣି ରେ କେବେ ହେଲେ ମଳ ବା ମୂତ୍ର କୁ ତ୍ୟାଗ କରନ୍ତୁ ନାହିଁ ଯାହା ଖରାପ ବୋଲି କୁହାଯାଇଥାଏ | ତେବେ ଏହା ଥିଲା କେତେକ ଉପାୟ ଯାହାକୁ ମାନି ଚାଲିଲେ ଆମର ଶୁଭ ହୋଇଥାଏ|