ଗର୍ଭାବସ୍ଥା ( PREGNANCY ) ରେ ଶାରୀରିକ ସଂପର୍କ ରଖିବେ ନା ନାହିଁ !!

ଏହି ଦୁନିଆରେ ପ୍ରତ୍ୟେକ ମହିଳା ଚାହାଁନ୍ତି କି ସେମାନେ ମା ହବାର ସୌଭାଗ୍ୟ ଶୀଘ୍ର ପ୍ରାପ୍ତ କରନ୍ତୁ, ଏମିତି ମଧ୍ୟ ବହୁତ ମହିଳା ଅଛନ୍ତି ଯେଉଁମାନେ ମା ହୋଇପାରୁ ନାହାନ୍ତି ।ତେଣୁ ଜଣେ ମହିଳା ଯେତେବେଳେ ଗର୍ଭବତୀ ଥାଏ ସେତେବେଳେ ସେ ବହୁତ ସଜାଗ ହେବା ଆବଶ୍ୟକ ଯାହା ଦ୍ଵାରା ତାର ଗର୍ଭର ଶିଶୁ ଉପରେ କୌଣସି ଖରାପ ପ୍ରଭାବ ନପଡୁ ।

ଅନେକ ଦମ୍ପତି ମାନଙ୍କ ମନରେ ପ୍ରଶ୍ନ ଥାଏ କି ଯେତେବେଳେ ମା ଜଣେ ଗର୍ଭବତୀ ଥାଏ ସେତେବେଳେ ଉଭୟ ସଂଭୋଗ କରିବା ଉଚିତ କି ନୁହଁ ।ମୁଁ ଆଜି ଆପଣକୁ ଆପଣଙ୍କ ମନରେ ଆସୁଥିବା ଏହି ପ୍ରଶ୍ନ ବିଷୟରେ ସମ୍ପୂର୍ଣ୍ଣ କଥା କହିବି ।ତେବେ ଏହି କଥାର ସମ୍ପୂର୍ଣ୍ଣ କଥା ବିଷୟରେ ଜାଣିବା ।

ମହିଳା ଜଣଙ୍କ ଗର୍ଭବତୀ ଥିବା ସମୟରେ ଉଭୟ ସ୍ୱାମୀ ସ୍ତ୍ରୀ ମିଳାମିଶା ସହିତ ସଂଭୋଗ ମଧ୍ୟ କରିପାରେ, ଏହା ଗର୍ଭରେ ଥିବା ଶିଶୁ ଉପର କୌଣସି ପ୍ରଭାବ ପକାଇ ନଥାଏ ।ଏହା ଏକ ଉଚ୍ଚ ଧରଣର ବିପଦ ହୋଇ ନଥାଏ, ଏହା ଦ୍ଵାରା ଗର୍ଭରେ ଶିଶୁ କୌଣସି ବିପଦ ଗ୍ରସ୍ତ ହୋଇ ନଥାଏ ।ସାଧାରତଃ ମହିଳା ଗର୍ଭବତୀ ଥିବା ସମୟରେ ତାର ୟୁଟ୍ରେସ୍ ସ୍ନାୟୁ ଗୁଡିକ ବହୁତ ମଜବୁତ ଥାଏ ଯାହାକି ଶିଶୁକୁ ସର୍ବଦା ସୁରକ୍ଷିତ ରଖିଥାଏ ।ଆବଶ୍ୟକ ସମୟରେ ସ୍ୱାମୀ ସ୍ତ୍ରୀ ଯଦି ଏହି ସମୟରେ ସଂଭୋଗ କରନ୍ତି ତେବେ ତାହା ଶିଶୁ ପାଇଁ କୌଣସି ବିପଦ ଆଣି ନଥାଏ ।

କିନ୍ତୁ ଯଦି କୌଣସି ମହିଳାଙ୍କ ଗର୍ଭବତୀ ସମୟରେ ତାର ସ୍ୱାସ୍ଥ୍ୟରେ କୌଣସି ବିପଦ ଥିବ କିମ୍ବା ମହିଳା ଜଣଙ୍କ ଗର୍ଭବତୀ ହେବାରେ ପୂର୍ବରୁ କୌଣସି ପ୍ରୋବ୍ଲେମ ରହିଥିବ ।ଏହା ସହିତ ମହିଳାଙ୍କର ଯଦି ବାରମ୍ବାର ମିସକାରେଜ୍ ହେଉଥିବ କିମ୍ବା ଶିଶୁ ଫୁଲ ଟର୍ମ ହେବା ପୂର୍ବରୁ ଡେଲିଭରି ହୋଇ ଯାଉଥିବ, ଏହା ସହ ଯଦି ମାର ଗର୍ଭାଶୟ ଖୋଲା ରହୁଥିବ ଏହି ସବୁ ପ୍ରୋବ୍ଲେମ ଥିଲେ ସେହି କ୍ଷେତ୍ରରେ ଡାକ୍ତର ପ୍ରାୟତଃ ସ୍ୱାମୀ ସ୍ତ୍ରୀ ଉଭୟଙ୍କୁ ବୁଝାଇ ସଂଭୋଗ କରିବା ପାଇଁ ବାରଣ କରନ୍ତି ।

କୌଣସି କ୍ଷେତ୍ରରେ ଯଦି ଗର୍ଭବତୀ ମା ପେଟରେ ଯାଆଁଳା ପିଲା ଥିବ, କିମ୍ବା ତାଙ୍କ ପାର୍ଟନରଙ୍କ ପେଳଭିନ ଇନଫେକ୍ସନ ଥିବ ତେବେ ମଧ୍ୟ ଏହି ସମୟରେ ସଂଭୋଗ କରିବା ଉଚିତ ନୁହଁ ।ଯଦି ଗର୍ଭବତୀ ମା ଗର୍ଭବତୀ ପ୍ରଥମ ତିନି ମାସ ଭିତରେ କୌଣସି ଯନ୍ତ୍ରଣା ଭୋଗ କରୁନାହିଁ କି ସେ ସମ୍ପୂର୍ଣ୍ଣ ସୁସ୍ଥ ଥିବାର ଆପଣ ଦେଖୁଛନ୍ତି ତେବେ ଏହି ସମୟରେ ସ୍ୱାମୀ ସ୍ତ୍ରୀ ଉଭୟ ମିଳାମିଶା କରି ପାରିବେ ।ଏହା ଦ୍ଵାରା କୌଣସି ସମସ୍ୟା ଦେଖା ଦେଇନଥାଏ, ଉଭୟ ମା ଓ ଛୁଆ ସୁସ୍ଥ ରୁହନ୍ତି ।ଯଦି ମାର କୌଣସି ପ୍ରୋବ୍ଲେମ ରହିଥାଏ ତେବେ ଆପଣ ଡାକ୍ତରଙ୍କ ପରାମର୍ଶରେ ଶରୀରିକ ସମ୍ପର୍କ ରଖନ୍ତୁ।

 

Leave a Comment