ଆମ ଓଲିଓଡ଼ ଇଣ୍ଡଷ୍ଟ୍ରି ରେ ଅନେକ ପ୍ରସିଦ୍ଧ ଗାୟକ ଓ ଗାୟିକା ମାନେ ଅଛନ୍ତି ଯେଉଁ ମାନେ ଅତି ସୁନ୍ଦର ଗୀତ ଗାଇ ନିଜ କଣ୍ଠ ମାଧ୍ୟମ ରେ ସମସ୍ତଙ୍କୁ ବାନ୍ଧି ରଖି ଥାଆନ୍ତି | ତେବେ ଆଜି ସେଭଳି ଏକ ପ୍ରସିଦ୍ଧ ଗାୟକ ସାକ୍ଷାତକାର ରେ ଆସିଛନ୍ତି ଯାହାକୁ ଆପଣ ମାନେ ବି ବେସ ଭଲ ଭାବରେ ଜାଣିଛନ୍ତି | ତେବେ ସେ ହେଉଛନ୍ତି ଗାୟକ ସ୍ୱୟଂ ପାଢ଼ୀ ଯିଏ କି ନିଜ ରୋମାଣ୍ଟିକ ଗୀତ ମାଧ୍ୟମ ରେ ସମସ୍ତ ଦର୍ଶକ ଙ୍କୁ ତାଙ୍କ ଭଲ ପାଇବାରେ ବାନ୍ଧି ରଖିଛନ୍ତି | ସେ ଅନେକ ଫିଲ୍ମ ରେ ରୋମାଣ୍ଟିକ ଗୀତ ଗାଇ ସାରିଲେଣି କେବଳ ଓଡ଼ିଶା ରେ ନୁହେଁ ବରଂ ଓଡ଼ିଶା ବାହାରେ ମଧ୍ୟ ସେ ଖୁବ ପରିଚିତ |
ତେବେ ସାକ୍ଷାତକାର ତାଙ୍କୁ ପଚରା ହୋଇ ଥିଲା କି ମ୍ୟାଡ଼ାମ ଙ୍କ ସହ କେଉଁଠି ଦେଖା ହୋଇ ଥିଲା ଆଉ ସେ ଉତ୍ତର ରେ କହି ଥିଲେ, ମୋ ସ୍ତ୍ରୀ ଯିଏ କି ପୂର୍ବରୁ ମୋର ଗାର୍ଲଫ୍ରେଣ୍ଡ ଥିଲା ସେ ମୋ ସହ ଗୋଟେ କଲେଜ ଗୋଟେ ଟ୍ୟୁସନ ରେ ପାଠ ପଢୁ ଥିଲା ଆଉ ସେଇଠୁ ହିଁ ଆମର ପ୍ରେମ ହୋଇଛି | ତାଙ୍କୁ ପଚରା ହୋଇ ଥିଲା କି ଘରେ ଝଗଡା ହେଉ ଥିଲେ ଆପଣ ତ ରୋମାଣ୍ଟିକ ଗୀତ ଗାଇ ସ୍ତ୍ରୀ କୁ ମନେଇ ଦେଉ ଥିବେ | କିନ୍ତୁ ଉତ୍ତର ରେ ସ୍ୱୟଂ ପାଢ଼ୀ କହି ଥିଲେ କି ଏମିତି କଲେ ମୋ ସ୍ତ୍ରୀ କୁହେ କି ତମ ଷ୍ଟାର ପଣିଆ ତମେ ବାହାରେ ରଖ ଘରେ ଦେଖାଅନି | ଆଉ ମୋର ସଙ୍ଗୀତ ଲାଇନରେ ସ୍ୱପ୍ନ ଅଛି କି କେବଳ ମୁଁ ଓଡ଼ିଶା ନୁହେଁ ବରଂ ବିଭିନ୍ନ ଭାଷାରେ ମୁଁ ଗୀତ ଗାଇବା ପାଇଁ ଚାହେଁ |
ସ୍ୱୟଂ ପାଢ଼ୀ ଓଲିଓଡ଼ ଇଣ୍ଡଷ୍ଟ୍ରି କୁ ନେଇ କହିଛନ୍ତି କି ଯଦି ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ରେ ଭଲ ଭଲ ଫିଲ୍ମ ରିଲିଜ ହୁଏ ଆଉ ଲୋକ ମାନଙ୍କର ଭଲ ପାଇବା ମଧ୍ୟ ଯଦି ସେହି ହିସାବରେ ମିଳେ ଆଉ ସେହି ହିସାବରେ ଯଦି ଲୋକ ମାନେ ଫିଲ୍ମ ଦେଖିବା ପାଇଁ ଯାଆନ୍ତି ତେବେ ଓଡ଼ିଆ ଫିଲ୍ମ ଆଗକୁ ଯାଇ ପାରନ୍ତା |
ତେବେ ଆଗକୁ ଏକ ଫିଲ୍ମ ଆସୁଛି ଆଉ ମୁଁ ସେଥିରେ ମୁଁ ଗାଇଛି ସେହି ଗୀତ ଟି ହେଉଛି ରାଜଜେମା ରାଜଜେମା ଅଲିଅଳି ରାଜଜେମା, ଯାହାକୁ ଏହି ଗୀତ ଟିକୁ ସ୍ୱୟଂ ପାଢ଼ୀ ଗାଇ ମଧ୍ୟ ଶୁଣାଇ ଥିଲେ | ସ୍ୱୟଂ ପାଢ଼ୀ ଏହା କହିଛନ୍ତି କି ଯଦି ଦର୍ଶକ ମାନେ ମୋର କେଉଁ କଥା ଜାଣି ନାହାଁନ୍ତି ତେବେ ତାହା ହେଉଛି ମୁଁ ଖେଳକୁ ବହୁତ ଭଲ ପାଏ ମୁଁ ତାସ ଖେଳିବା ପାଇଁ ଭଲ ପାଏ, ମତେ ଏକ୍ସସାଇଜ କରିବା ପାଇଁ ଭଲ ଲାଗେ ବୋଲି ସ୍ୱୟଂ ପାଢ଼ୀ କହିଛନ୍ତି |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।