intresting gk – ଜାଣନ୍ତୁ ଏଭଳି ମଜାଦାର ପ୍ରଶ୍ନ ଯାହାର ଉତ୍ତର ଦେବାରେ ୯୯% ଲୋକ ହେଲେ, ବୁଦ୍ଧିମାନ ଲୋକ ହିଁ ଉତ୍ତର ଦେଇ ପାରିବ ?

ଆଜି କାଲି ର ଯୁବ ପିଢ଼ି ପାଠ ପଢା ସରିଲା ପରେ ଏକ ଭଲ ଚାକିରୀ କରିବା ପାଇଁ ମନ ରେ ଆଶା ବାନ୍ଧି ଥାଏ | କିନ୍ତୁ ଆପଣ ତ ଜାଣିଛନ୍ତି ଯେ ଆଜି କାଲି ର ଯୁଗ ରେ ଭଲ ଚାକିରୀ ଟି ପାଇବାକୁ ହେଲେ ସାଧାରଣ ଜ୍ଞାନ ଥିବା ନିହାତି ଜରୁରୀ, କାରଣ କିଛି ଚାକିରୀ ପାଇବାକୁ ହେଲେ ଏକ ପରୀକ୍ଷା ରେ ଉତୀର୍ଣ୍ଣ ହେବାକୁ ପଡି ଥାଏ | ଆଉ ଏହି ପରୀକ୍ଷା ରେ ଅନେକ ସାଧାରଣ ଜ୍ଞାନ ଉପରେ ପ୍ରଶ୍ନ ଆସି ଥାଏ, ଯାହାକୁ ଭଲ ଭଲ ପିଲା ମାନେ ମଧ୍ୟ ଉତ୍ତର ଦେଇ ପାରି ନଥାନ୍ତି | କିଛି ଇଣ୍ଟରଭ୍ୟୁ ରେ ମଧ୍ୟ ଅନେକ ମଜାଳିଆ ପ୍ରଶ୍ନ ପଚରା ଯାଇ ଥାଏ ଯାହାକୁ ଜାଣିବା ନିହାତି ଆବଶ୍ୟକ ନହେଲେ ଆମେ ସେଥିରେ ଅସଫଳ ହୋଇ ଫେରି ଆସି ଥାଉ | ତେବେ ଆଜି ଏଭଳି କିଛି ଜେନେରାଲ ନଲେଜ ର ଉତ୍ତର ସମ୍ପର୍କ ରେ ଜଣାଇବୁ ଯାହା ଦ୍ୱାରା ଭବିଷ୍ୟତ ରେ ଆପଣଙ୍କର ଅନେକ କାମ ରେ ଆସିବ |

ପ୍ରଶ୍ନ 1. ସାପର ସମୁଦାୟ କେତୋଟି ଦାନ୍ତ ଥାଏ ?
ଉତ୍ତର :- 200ଟି

ପ୍ରଶ୍ନ 2. ମଶା କେଁଉ ବ୍ଲଡ଼ ଗ୍ରୁପ ବ୍ୟକ୍ତିଙ୍କୁ ଅଧିକ କାମୁଡି ଥାଆନ୍ତି ?
ଉତ୍ତର :- O ବ୍ଲଡ଼ ଗ୍ରୁପ

ପ୍ରଶ୍ନ 3. କେଁଉ ଦେଶରେ ସୂର୍ଯ୍ୟ ମଧ୍ୟ ରାତ୍ରିରେ ଉଦୟ ହୋଇଥାନ୍ତି ?
ଉତ୍ତର :- ନରୱେ

ପ୍ରଶ୍ନ 4. କଳା ମାଟିରେ କେଁଉ ଫସଲ କରାଯାଏ ?
ଉତ୍ତର :- କପା

ପ୍ରଶ୍ନ 5. କେଁଉ ଦେଶରେ ଗୋଟିଏ ବି ଜେଲ ନାହିଁ ?
ଉତ୍ତର :- ନେଦରଲ୍ୟାଣ୍ଡ

ପ୍ରଶ୍ନ 6. କେଁଉ ଗଛର କାଠ ସୁନା ଠାରୁ ବି ଅଧିକ ଦାମ ?
ଉତ୍ତର :- ଲାଲ ଚନ୍ଦନ ଗଛ

ପ୍ରଶ୍ନ 7. ଏମିତି କେଁଉ ଜୀବ ଅଛି ଯାହାର ଉଭୟ ରକ୍ତ ମାଂସ କଳା ?
ଉତ୍ତର :- କଡ଼କନାଥ କୁକୁଡ଼ା

ପ୍ରଶ୍ନ 8. ଗାଁ ରୁ ସହର ବୁଲୁଥାଏ ମନ୍ଦିର ଯିବାକୁ ଡରୁଥାଏ ସେ କିଏ ?
ଉତ୍ତର :- ଚପଲ

ପ୍ରଶ୍ନ 9. ମନ୍ଦିରକୁ ଯିଏ ହଳଦିଆ ଶାଢ଼ୀ ପିନ୍ଧି ଯାଏ ବାହାରକୁ ଆସେ ଲଙ୍ଗଳା ହୋଇ ସେ କିଏ ?
ଉତ୍ତର :- କଦଳୀ

ପ୍ରଶ୍ନ 10. କେଁଉ ଜୀବ ଆକାଶକୁ ଦେଖି ପାରେ ନାହିଁ ?
ଉତ୍ତର :- ଘୁଷୁରୀ

ପ୍ରଶ୍ନ 11. କୁକୁଡ଼ା ଅଣ୍ଡା ଦିଏ ଗାଈ କ୍ଷୀର ଦିଏ କିଏ ଅଣ୍ଡା ଏବଂ କ୍ଷୀର ଦିଏ ?
ଉତ୍ତର :- ଦୋକାନୀ

ପ୍ରଶ୍ନ 12. ମିଛ କହିବା ସମୟରେ ମଣିଷର କେଁଉ ଅଙ୍ଗ ଗରମ ହୋଇଯାଏ ?
ଉତ୍ତର :- ନାକ

ପ୍ରଶ୍ନ 13. ଖଜୁରୀ ଖାଇଲେ କଣ ଶୀଘ୍ର ବଢିଥାଏ ?
ଉତ୍ତର :- ରକ୍ତ

ପ୍ରଶ୍ନ 14. କେଁଉ ଶାଗ ଖାଇଲେ ମଣିଷର ଦୃଷ୍ଟି ଶକ୍ତି ବଢିଥାଏ ?
ଉତ୍ତର :- ପାଳଙ୍ଗ ଶାଗ

ପ୍ରଶ୍ନ 15. ମା ଠାରୁ ଜନ୍ମ ହୁଏ ମାକୁ ଛୁଇଁଲେ ମରେ ସେ କିଏ ?
ଉତ୍ତର :- ଲୁଣ

ପ୍ରଶ୍ନ 16. କେଁଉ ଜୀବ ପକ୍ଷୀ ପରି ବସା ତିଆରି କରି ରହିଥାଏ ?
ଉତ୍ତର :- କିଙ୍ଗ କୋବ୍ରା

ପ୍ରଶ୍ନ 17. ତାହା କଣ ବର୍ଷା ପଡିଲେ ଉପରକୁ ଉଠିଥାଏ ?
ଉତ୍ତର :- ଛତା

ପ୍ରଶ୍ନ 18. ଟିକି ବାଛୁରୀ ବେକରେ ପଘା ଟିକି ଦାନ୍ତରେ କାମୁଡେ଼ ଲୁଗା ସେ କିଏ ?
ଉତ୍ତର :- ଛୁଞ୍ଚି

ପ୍ରଶ୍ନ 19. କେଁଉ ଗଛ ସାପ ବିଷକୁ କାଢ଼ି ନେଇ ଥାଏ ?
ଉତ୍ତର :- କାଙ୍କଡ଼

ପ୍ରଶ୍ନ 20. ଓଡ଼ିଶାର କେଁଉ ଜିଲ୍ଲା ମଧ୍ୟରେ ବଗ ଶବ୍ଦ ଆସିଥାଏ ?
ଉତ୍ତର :- ଦେବଗଡ଼

Leave a Comment