ଗୋଟିଏ ବେଦିରେ ଦୁଇଟି କନ୍ୟାକୁ ବିବାହ କଲେ ଯୁବକ।ଚଉଠି ରାତିରେ ଘଟିଲା ଏହି କାଣ୍ଡ……..ଜାଣନ୍ତୁ ସମ୍ପୂର୍ଣ୍ଣ ଖବର।

ବିବାହ ବନ୍ଧନ ଆମ ଧର୍ମ ର ଏକ ପବିତ୍ର ବନ୍ଧନ ହୋଇଥାଏ।ବିବାହ ବନ୍ଧନ ରେ କେବଳ ଗୋଟିଏ ପୁରୁଷ ଓ ନାରୀ ବାନ୍ଧି ହୋଇ ନଥାନ୍ତି କିନ୍ତୁ ଦୁଇ ଟି ପରିବାର ମଧ୍ୟ ବାନ୍ଧି ହୋଇ ଥାଏ। ଏହା । ବିବାହ କରି ସାରିବା ପାରେ ଉଭୟ ସ୍ବାମୀ ସ୍ତ୍ରୀ ଉଭୟ ଙ୍କୁ ସମସ୍ତ ପ୍ରକାର ଖୁସି ଦେଇ ଥାଆନ୍ତି। ବିବାହ ପରେ ଶାରିରୀକ ସମ୍ପର୍କ ମଧ୍ୟ ଏକ ସୁନ୍ଦର୍ ଅନୁଭୂତି ହୋଇଥାଏ ।ଉଭୟ ସ୍ବାମୀ ସ୍ତ୍ରୀ ଙ୍କ ମଧ୍ୟରେ ଉଭୟ ଶାରିରୀକ ଓ ମାନସିକ ସମ୍ପର୍କ ଦ୍ଵାରା ତାଙ୍କର ଏକ ପରିବାର ଗଢି ଉଠିଥାଏ ।

ତେବେ ଆଜି ଆମେ ଯେଉଁ ଘଟଣା ବିଷୟ ରେ ଆଲୋଚନା କରିବାକୁ ଯାଉଛୁ ସେହି କଥା ଶୁଣି ସାରିବା ପରେ ଏକ ଏହି ସବୁ କଥା ଆପଣ ଙ୍କୁ ମୂଲ୍ୟହୀନ ଲାଗିବ ଆଉ ଆପଣ ହସି ହସି ଗଡି ଯିବେ । ସାମାଜିକ ଗଣମାଧ୍ୟମ ରେ ବର୍ତ୍ତମାନ ଏକ ଭିଡିଓ ବହୁତ ଜୋରରେ ଚର୍ଚ୍ଚା ହେଉଛି।ତେବେ ଆସନ୍ତୁ ଜାଣିବା କଣ ରହିଛି ସେହି ଭିଡିଓ ରେ । 

ତେବେ ଘଟଣା ଟି ଆସିଛି ଉତ୍ତରପ୍ରଦେଶ ସ୍ଥିତ କୋରିଆ ଗ୍ରାମ ରୁ । ଏହି ଗ୍ରାମ ରେ ଜଣେ ଯୁବକ ଏକା ସହିତ ଦୁଇ ଟି ଯୁବତୀ ଙ୍କୁ ବିବାହ କରିଛି । ଯୁବକ ଜଣଙ୍କ କୋରିଆ ଗ୍ରାମ ର ସନ୍ଦୀପ ଅଟନ୍ତି ଆଉ ସେ ପୁରା ବଲିଉଡ୍ ଷ୍ଟାଇଲ ରେ ଦୁଇ ଜଣ ଯୁବତୀ ଙ୍କୁ ବିବାହ କରିଛନ୍ତି । ତେବେ ସୂଚନା ଅନୁସାରେ ସେ ତାଙ୍କ ର ଦିତୀୟ ପ୍ରେମିକା ସହିତ ମନ୍ଦିର ରେ ବିବାହ କରୁଥିଲେ ।

ଏହି ସମୟ ରେ ପ୍ରଥମ ପ୍ରେମିକା ଜଣଙ୍କ ମନ୍ଦିର ରେ ହାଜର ହୋଇ ଗଲେ । ସେଠାରେ ସେ ସନ୍ଦୀପ ଙ୍କ ଉପରେ ବିଭିନ୍ନ ପ୍ରକାର ଆରୋପ ଲଗାଇ ତାଙ୍କ ସହିତ ପାଟି ତୁଣ୍ଡ ଓ ଝଗଡା କରିବାକୁ ଆରମ୍ଭ କଲେ। ତେବେ ସନ୍ଦୀପ ଏହି ସବୁ ଭିତରେ ଫସି ଯାଇ କହିଲେ ଯେ ମୁଁ ଦୁଇ ଜଣ ଙ୍କୁ ବିବାହ କରିବି ଆଉ ସେହି ମନ୍ଦିର ରେ ହିଁ ଫିଲ୍ମ୍ ଷ୍ଟାଇଲ ରେ ଦୁଇ ଜଣଙ୍କ ମଥା ରେ ସିନ୍ଦୂର ଦେଇ ବିବାହ କଲେ । ଖାଲି ଏତିକି ନୁହେଁ ବିବାହ କରି ସାରିବା ପରେ ବିବାହ ଫଟୋ ମଧ୍ୟ ସୋସିଆଲ ମିଡ଼ିଆ ରେ ସେୟାର କରିଛନ୍ତି ।

ଏହା ପରେ ସମସ୍ତେ ଘରକୁ ଯାଇଥିଲେ ଓ ଯୁବକ ଜଣଙ୍କ ଦୁଇ ଜଣ ମହିଳା ଙ୍କ ସହିତ ଚଉଠି ରାତି ର ଫଟୋ ମଧ୍ୟ ସେୟାର କରିଥିଲେ । କିନ୍ତୁ ଏହାର ପରଦିନ ଯୁବକ ଜଣଙ୍କ ପ୍ରଥମ ପ୍ରେମିକା ଉଠି ଦେଖିଲେ ତାଙ୍କ ସ୍ଵାମୀ ତାଙ୍କ ଦ୍ଵିତୀୟ ପ୍ରେମିକା ଙ୍କ ସହିତ କୁଆଡ଼େ ଚାଲି ଯାଇଛନ୍ତି ।ଏହା ଦେଖି ସେ ବ୍ୟସ୍ତ ହୋଇ ପୋଲିସ୍ ରେ ଅଭିଯୋଗ ଦାଖଲ କଲେ କିନ୍ତୁ ପୋଲିସ ଠାରୁ ଜାଣିବାକୁ ପାଇଲେ ଯେ ସେ ଯୁବକ ନାମରେ ଆଗରୁ ଜଣେ ମହିଳା ଙ୍କୁ ଚାପୁଡ଼ା ମାରିଥିବା ର ଅଭିଯୋଗ ହୋଇ ସାରିଛି । ତେବେ ପୋଲିସ ବର୍ତ୍ତମାନ ସେହି ଯୁବକ ଜଣଙ୍କୁ ଖୋଜିବାରେ ଲାଗିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment