ଦେଖନ୍ତୁ viral ଭିଡ଼ିଓ : ରୂପା, ପିଣ୍ଟୁ ,ଖୁସି ( Rupa Pin2 Khushi )ଙ୍କ ର ଦୀପାବଳି ପାଇଁ ସାଜ ସଜା….ମାତ୍ର 4 ଘଣ୍ଟାରେ 33k ରୁ ଅଧିକ ଲୋକ ଦେଖି ସାରିଲେଣି….

ଆମ ସୋସିଆଲ ମିଡ଼ିଆ ରେ ଭିଡ଼ିଓ ଉପଲୋଡ କରି ଅନେକ ଫେମସ ହୋଇଛନ୍ତି ଆଉ ସେଥି ମଧ୍ୟରୁ ଜଣେ ହେଉଛି ରୂପା ପିଣ୍ଟୁ ଖୁସି ଏକ୍ସପ୍ରେସ ଯାହାକି ଏବେ ଖୁବ ଲୋକ ପ୍ରିୟତା ହାସଲ କରି ସାରିଲେଣି | ରୂପା ଓ ପିଣ୍ଟୁ ନିଜ ଜୀବନ ଶୈଳୀ କୁ ନେଇ ଅନେକ ଭିଡ଼ିଓ ଉପଲୋଡ କରି ଥାଆନ୍ତି ଯାହାକୁ ଦେଖିବା ପାଇଁ ଖୁବ ଖୁସି ଅନୁଭବ ହୋଇଥାଏ | ତେବେ ଦୀପାବଳି ଉପଲକ୍ଷେ ପୁଣି ଏକ ଭିଡ଼ିଓ ଆସି ପହଞ୍ଚିଛି ଯାହାକୁ ଦେଖିଲେ ଆପଣ ମଧ୍ୟ ଖୁସି ଅନୁଭବ କରିବେ |

ଆପଣ ତ ଜାଣିଛନ୍ତି ଗତ କାଲି ଦୀପାବଳି ଯାଇଛି ଆଉ ଏହି ଦୀପାବଳି କୁ ନେଇ ରୂପା ଓ ପିଣ୍ଟୁ ନିଜ ଘରେ ଅନେକ ସାଜସଜ୍ଜା କରିଛନ୍ତି ଯାହାକୁ ସେ ଏକ ଭିଡ଼ିଓ ମାଧ୍ୟମ ରେ ୟୁଟ୍ୟୁବ ଆକାଉଣ୍ଟ ରେ ପୋଷ୍ଟ କରିଛନ୍ତି | ତେବେ ଏହି ଭିଡ଼ିଓ ଟିରେ ଦେଖିବା ପାଇଁ ମିଳିଛି କି ପିଣ୍ଟୁ ସକାଳେ ଉଠି ଗାଧୋଇ ପ୍ରଥମେ ଗାଁ ମନ୍ଦିର କୁ ଭଲ ଭାବରେ ସଫା କରିଛନ୍ତି ଏହାପରେ ମନ୍ଦିର ଉପରକୁ ଯାଇ ପତାକା ମଧ୍ୟ ଲଗାଇଛନ୍ତି | ଏହାପରେ ପରେ ରୂପା ନିଜ ଠାକୁର ଘରେ ଦୀପାବଳି ପାଇଁ ମୁରୁଜ ପକାଇଛନ୍ତି ଯାହାକି ଏକ ମୟୂର ର ମୁରୁଜ ଖୁବ ସୁନ୍ଦର ଭାବରେ ପକାଇଛନ୍ତି ଏବଂ ସେହି ସୁନ୍ଦର ମୁରୁଜ ରେ ଦୀପ ଜାଳିଛନ୍ତି |

ରୂପା ସବୁ କାମ ରେ ଆଗୁଆ ଥିଲା ଆଉ ଘରର ସମ୍ପୂର୍ଣ୍ଣ ଲକ୍ଷ୍ମୀ ଥିଲେ, ଏହା ସହିତ ସେ ସୁନ୍ଦର ମୁରୁଜ ମଧ୍ୟ ପକାଇ ପାରନ୍ତି | ପରେ ପରେ ପିଣ୍ଟୁ ଭଦ୍ରକ ର ମାର୍କେଟ ଯାଇ ଘରକୁ ସଜାଇବା ପାଇଁ ଲିଚୁ ଲାଇଟ, ଦୀପ ଓ ବାଣ କିଣିକି ଆଣିଛନ୍ତି | ତେବେ ଏହାପରେ ରୂପା ଓ ପିଣ୍ଟୁ ଙ୍କର ପରିବାର ଲୋକ ମିଶି ପୁରା ଘର ଟିକୁ ଲିଚୁ ଲାଇଟ ରେ ସଜାଇଛନ୍ତି ଏବଂ ରୁନା ମଧ୍ୟ ସେହି ଲାଇଟ ରେ ଫୁଲ ଦେଇ ତାହାକୁ ଆହୁରି ସୁନ୍ଦର ଭାବେ ସଜାଇଛନ୍ତି | ଏହାପରେ ସୁଜି କାକରା ପିଠା ଆଣି ପିଣ୍ଟୁ ନିଜ ପରିବାର ଙ୍କୁ ଓ ଗାଁ ର ଛୋଟ ଛୁଆ ଙ୍କୁ ବାଣ୍ଟି ଥିଲେ ଆଉ ଯେଭଳି ଛଡେଇ ସେମାନେ ଖାଉ ଥିଲେ ତାହା ଦେଖିବା ପାଇଁ ଖୁବ ମଜାଦାର ଥିଲା |

ତେବେ ରାତିରେ କିପରି ସେମାନେ ବାଣ ଫୁଟାଇବେ ଓ ଘର ଟି ଲିଚୁ ଲାଇଟ ରେ କେମିତି ସୁନ୍ଦର ଦେଖା ଯିବ ତାହାକୁ ନେଇ ସେ ଏକ ଭିଡ଼ିଓ ପ୍ରସ୍ତୁତ କରି ଉପଲୋଡ କରିବେ ବୋଲି ଦର୍ଶକ ଙ୍କୁ ଶେଷରେ କହିଛନ୍ତି ଏବଂ ଦୀପାବଳି ପାଇଁ ଶୁଭେଚ୍ଛା ଓ ଶୁଭ କାମନା ମଧ୍ୟ ଜଣାଇଛନ୍ତି | ଏହା ଏବେ ସୋସିଆଲ ମିଡ଼ିଆ ରେ ଖୁବ ଭାଇରାଲ ହୋଇଛି ଏବଂ ତାଙ୍କର ଫ୍ୟାନ୍ସ ମଧ୍ୟ ଏହାକୁ ଖୁବ ପସନ୍ଦ କରିଛନ୍ତି ଏବଂ ସୁନ୍ଦର ସୁନ୍ଦର ପ୍ରତିକ୍ରିୟା ରଖିଛନ୍ତି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment