ଆଜିକା ସମୟରେ ସମସ୍ତେ ଚାହାନ୍ତି ଯେ ତାଙ୍କ ଉପରେ ସବୁବେଳେ ଟଙ୍କା ର ଅଭାବ ନ ରହୁ। କୌଣସି କାମରେ ବାଧା ପ୍ରାପ୍ତ ନ ହୁଏ। ସବୁବେଳେ ମା ଲକ୍ଷ୍ମୀ ଙ୍କର ଅପାର କୃପା ଆମ ଘର ଉପରେ ରହିଥାଉ। ଆପଣଙ୍କ ଉପରେ ମା ଙ୍କର କୃପା ପଡ଼ିବା ପାଇଁ ହେଲେ ଆପଣ ମାନେ ମା ଲକ୍ଷ୍ମୀ ଙ୍କର ନୀତି ନିୟମ କୁ ମାନି ତାଙ୍କର ପୂଜା ଅର୍ଚ୍ଚନା କରିବା ଉଚିତ୍। ତାହେଲେ ଯାଇ ମା ଲକ୍ଷ୍ମୀ ତୁମ ମାନଙ୍କ ଉପରେ ପ୍ରସନ୍ନ ସବୁବେଳେ ହୋଇଥାନ୍ତି। କୌଣସି ବି ଅଭାବ ମା ଲକ୍ଷ୍ମୀ ଆପଣ ମାନଙ୍କର ରଖିବେ ନାହିଁ। ବରଂ ଘରକୁ ଧନର ବର୍ଷା ହେବ। ଆଜିକାଲି ସମସ୍ତେ ନିଜର ଟଙ୍କା, ପଇସା, ଧନ ରତ୍ନ ବୃଦ୍ଧି କରିବା ପାଇଁ ସବୁବେଳେ ଚିନ୍ତାରେ ରହିଥାନ୍ତି। ତେବେ ଧନର ଦେବୀ ମା ଲକ୍ଷ୍ମୀ ଙ୍କୁ ପ୍ରସନ୍ନ କରିବା ପାଇଁ ଆମକୁ ୩ ଟି କାର୍ଯ୍ୟ କରିବା ପାଇଁ ପଡ଼ିବ। ଯାହା କରିବା ଦ୍ୱାରା ମା ଲକ୍ଷ୍ମୀ ଙ୍କର ଅପାର କୃପା ଦୃଷ୍ଟି ସଦା ସର୍ବଦା ଆପଣଙ୍କ ଉପରେ ଲାଗି ରହିବ।
ଅନ୍ନଦାତା ମା ଲକ୍ଷ୍ମୀ ଙ୍କୁ ପ୍ରସନ୍ନ କରିବାର ଉପାୟ ଗୁଡିକ ହେଉଛି :-
୧- ଆପଣ ମାନେ ଜାଣିଛନ୍ତି ଯେ ଭଗବାନ ଶ୍ରୀକୃଷ୍ଣ ମା ଲଷ୍ମୀ ଙ୍କ ମାନ ଭଞ୍ଜନ ପାଇଁ ରସଗୋଲା ଆଣି ଦେଇଥିଲେ । ଯଦି ଆପଣ ପ୍ରତିଦିନ ଗୁରୁବାର ଦିନ ମା ଲଷ୍ମୀ ଙ୍କୁ ପୂଜା କରିବା ସମୟରେ ରୋସଗୋଲା ଅର୍ପଣ କରିବେ ତାହାଲେ ଆପଣଙ୍କ ଘରେ ମା ଲଷ୍ମୀ ଙ୍କ କୃପା ଦୃଷ୍ଟି ସଦା ସର୍ବଦା ବନି ରହିବ ।
୨- ଯଦି ଆପଣ ମା ଲଷ୍ମୀ ଙ୍କୁ ପୂଜା କରିବା ସମୟରେ ନାଲି ଫୁଲ ଅର୍ପଣ କରିବେ ତାହାଲେ ମଧ୍ୟ ମା ଲଷ୍ମୀ ଆପଣଙ୍କ ଉପରେ ପ୍ରସନ୍ନ ହେବେ । କାରଣ ନାଲି ଫୁଲ ମା ଲଷ୍ମୀ ଙ୍କ ପ୍ରିୟ ଫୁଲ ହେଇଥାଏ ।
୩- ଯଦି ଆପଣ ପ୍ରତି ଦିନ ସକାଳେ ମା ଲଷ୍ମୀ ଙ୍କ ପାଦ ଚି଼ହ୍ନ ଘର ର ମୁଖ୍ୟ ଦ୍ୱାର ରେ ଗାଧେଇ ସାରିବା ପରେ ତିଆରି କରିବେ ।ତାହେଲେ ଆପଣଙ୍କ ଘରେ ମା ଲଷ୍ମୀ ଙ୍କ ବାସ ସ୍ଥାନ ହେବ । ତେବେ ଏହି ପାଦ ଚି଼ହ୍ନ ଘର ର ଭିତର ଆଡକୁ ହେବା ଆବଶ୍ୟକ । ଯେମିତି ଲାଗିବ ମା ଲଷ୍ମୀ ଗୃହ ଭିତରକୁ ପ୍ରବେଶ କରୁଛନ୍ତି ।
ଏହା ଛଡା ମା ଲଷ୍ମୀ ଙ୍କୁ ପ୍ରସନ୍ନ କରିବା ପାଇଁ ପ୍ରତିଦିନ ମା ଲଷ୍ମୀ ଙ୍କ ମନ୍ତ୍ର ଜପ କରନ୍ତୁ ଦେଖିବେ ଆପଣଙ୍କ ଘରେ ସଦାସର୍ବଦା ମା ଲଷ୍ମୀ ଙ୍କ ଆଶୀର୍ବାଦ ରହିବ ।ଏହି ଭଳି ଭାବରେ ଯଦି ଆମେ ମା ଲକ୍ଷ୍ମୀ ଙ୍କର ପୂଜା ଅର୍ଚନା କରିବା ତାହେଲେ ଶୁଭ ଫଳ ମିଳିବ ଆମକୁ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।