ତେବେ ପ୍ରତ୍ୟେକ ମଣିଷ ଯିଏ ଯାହାର ସ୍ୱାସ୍ଥ୍ୟ ଆଉ ଦେହ କୁ ନେଇକି ବହୁତ ଯତ୍ନବାନ ଥାଉ । ଆଜିକାଲିର ଜୀବନଶୈଳୀ ଓ ଭୁଲ ଖାଦ୍ୟ ପେୟ ପାଇଁ ବହୁତ ସମସ୍ୟା ଦେଖିବାକୁ ମିଳିଥାଏ। ତେବେ ଓଜନ ବଢିବା ଯେମିତି ଗୋଟିଏ ସମସ୍ୟା ସୃଷ୍ଟି କରିଥାଏ ସେହିଭଳି ଓଜନ କମିବା ମଧ୍ୟ ଗୋଟିଏ ବଡ଼ ସମସ୍ୟା ହୋଇଥାଏ ।
ଆଉ ସେଥିରୁ ରକ୍ଷା ପାଇବା ପାଇଁ ହେଲେ ଆମକୁ ବିଭିନ୍ନ ପ୍ରକାରର ଉପାଆ ମାନ ଆପଣାଇବାକୁ ହୋଇଥାଏ । ତେବେ ଆଜି ଆମେ ମାନେ ଜାଣିବା ଆମର ଓଜନ କାହିଁକି କମ ହୋଇଥାଏ । ଆଉ ଏହି ଓଜନ ଜନିତ ସମସ୍ୟା ରୁ କିଭଳି ଭାବରେ ଆମେ ମୁକ୍ତି ପାଇପାରିବା ।
ସାଧାରଣତଃ ଓଜନ ଆମର ବଂଶଗତ ବା ହେରିଡିଟାରି ଉପରେ ନିର୍ଭର କରିଥାଏ । ଯଦି ଆମର ବଂଶ ରେ କେହି ପତଳା ଥାଆନ୍ତି, ତାହେଲେ ଆମେ ମଧ୍ୟ ପତଳା ହୋଇଥାଉ । ତେବେ ଉଚ୍ଚତା ଉପରେ ମଧ୍ୟ ଆମର ଓଜନ ନିର୍ଭର କରିଥାଏ ।ତେବେ ପ୍ରତେକ ବ୍ୟକ୍ତି ତାର ଓଜନ ଅନୁସାରେ ପ୍ରୋଟିନ କୁ ଗ୍ରହଣ କରିବା ଆବଶ୍ୟକ ହୋଇଥାଏ । ଆଉ ତାହା ବ୍ୟତୀତ ଦୌନିକ ଏକସେସାଇଜ ମଧ୍ୟ କରିବା ଆବଶ୍ୟକ ହୋଇଥାଏ ।ତେବେ ଆଜି ଜାଣିବା କିଛି ଯୋଗ ଅଭ୍ୟାସ କରିବା ଦ୍ୱାରା ଆପଣଙ୍କ ମୋଟାପଣ କୁ କମ୍ କରି ପାରିବେ। ତେବେ ଆପଣଙ୍କୁ ପ୍ରତିଦିନ ଏହି ଆସନ ଅଭ୍ୟାସ କରିବା ଉଚିତ୍।
୧- ପ୍ଲାଙ୍କ୍
ପ୍ରଥମେ ଆପଣ କୋଶପ ପଜିସନ୍ କୁ ଆସିବେ ।ଆଉ ତାପରେ ହାତ ସାହାଯ୍ୟରେ ଶରୀର କୁ କିଛି ସମୟ ପର୍ଯ୍ୟନ୍ତ ଉଠେଇ ରଖିବେ। ଏହାକୁ ଆପଣ ୩୦ ସେକେଣ୍ଡ ପର୍ଯ୍ୟନ୍ତ ଉଠାଇ ରଖନ୍ତୁ, ଦେଖିବେ ଆପଣଙ୍କ ମୋଟାପଣ ଧୀରେ କମିବାରେ ଲାଗିବ।
୨- କ୍ରଞ୍ଚେସ୍
ପ୍ରଥମେ ଆପଣ ଫ୍ଲାଟ ହୋଇ ଶୋଇ ଯିବେ, ଆଉ ତା ପରେ ଧୀରେ ଧୀରେ ଗୋଡ ଦୁଇଟିକୁ ଭାଙ୍ଗିବେ ଏବଂ ହାତ ଦୁଇଟିକୁ ପଛକୁ ରଖିବେ । ଏହା ପରେ ଶରୀର ଏବଂ ହାତ ଦୁଇଟିକୁ ଧୀରେଧୀରେ ଉଠାନ୍ତୁ । ଏହାକୁ ୧୦-୧୫ ଥର ଅଭ୍ୟାସ କରନ୍ତୁ।
୩- ଭୁଜଙ୍ଗାସନ
ଆପଣ ଉଦର ବଳରେ ଶୋଇ ବାମ ହାତକୁ ଛାତିର ତଳେ ରଖିକରି ଏହା ଉପରେ ଡାହାଣ ହାତ ରଖବେ। ଆଉ ତା ପରେ ପ୍ରଶ୍ୱାସ ନେବେ। ଧିରେ ଧିରେ ମୁଣ୍ଡ ଓ ଛାତିକୁ ଉପରକୁ ଉଠାନ୍ତୁ। ପଛରୁ ଗୋଇଠି ଓ ପଞ୍ଝା ମିଶାଇ ରଖନ୍ତୁ। କହୁଣିକୁ ସିଧା ରଖି କିଛି ସମୟ ଏମିତି ରୁହନ୍ତୁ। ଏହା ପରେ ଧିରେ ଧିରେ ପୂର୍ବ ଅବସ୍ଥାକୁ ଫେରି ଆସନ୍ତୁ। ଏହି ପ୍ରକ୍ରିୟାକୁ ୩-୪ ଥର ଅଭ୍ୟାସ କଲେ ଆପଣଙ୍କ ସ୍ୱାସ୍ଥ୍ୟ ଭଲ ରହିବ।
୪- ବକ୍ରାସନ
ଦଣ୍ଡାସନରେ ବସି ଡାହାଣ ପଟକୁ ବାମ ପାଦ ମୋଡିକରି ବାମ ଜଙ୍ଘକୁ ପାଖରେ କହୁଣୀ ସହ ସଂଯୋଗ କରି ବାମ ପାଦକୁ ସିଧା ରଖନ୍ତୁ। ବାମ ହାତକୁ ଡାହାଣ ପାଦ ଓ ଉଦର ମଝିରେ ଆଣି ଡାହାଣ ପାଦକୁ ପଞ୍ଝା ପାଖରେ ଲଗାଇ ଟେକି ରଖନ୍ତୁ। ଦୁଇ ହାତକୁ କମର ପଛରେ ଭୂମି ଉପରେ ସିଧା ରଖି ବେକକୁ ବୁଲାଇ ଡାହାଣ କାନ୍ଧ ଉପରେ ମୋଡିକରି ପଛକୁ ଦେଖନ୍ତୁ । ଏହିପରି ବିପରୀତ ଗୋଡ଼ରେ କରନ୍ତୁ । ଏହା ପ୍ରତିଦିନ4-6 ଥର ଅଭ୍ୟାସ କରନ୍ତୁ। ଏହା ତଳିପେଟର ଚର୍ବି କମାଇବା ସହ ମଧୁମେହ ଓ କମର ଯନ୍ତ୍ରଣା ପାଇଁ ଫଳପ୍ରଦ।
ଏହି ଯୋଗ ଅଭ୍ୟାସ କରିବା ସହିତ ଆପଣଙ୍କୁ ତେଲିଆ ଖାଦ୍ୟ ଓ ଫାଷ୍ଟ ଫୁଡ, ମସଲାଯୁକ୍ତ ଖାଦ୍ୟ ପାଖରୁ ଦୂରେଇ ରହିବା ଆବଶ୍ୟକ।