ତେବେ ଆପଣ ଜାଣିଛନ୍ତି କି ଆମ ମଣିଷ ଜାତି କିପରି ଭାବରେ ସାପ କୁ ଭୟ କରିଥାଏ, କାରଣ ବିଷଧର ସାପ ଥରେ ଯାହାକୁ କାମୁଡ଼ି ଥାଏ ତାକୁ ବଞ୍ଚାଇବା ବହୁତ କଷ୍ଟ ହୋଇଥାଏ | ତେବେ କେବଳ ମଣିଷ ଟି ଯେ ସାପ କୁ ଡ଼ରିଥାଏ ଓ ଭୟ କରିଥାଏ ତାହା ନୁହେଁ ବରଂ ସାପ ଟିର ମଧ୍ୟ ମଣିଷ ଜାତି ଙ୍କୁ ଭୟ କରିଥାଏ | ତେବେ ଆମେ ଆପଣଙ୍କୁ କହି ରଖୁଚୁ ଯେ, କେବେ ବି ସାପ ଟି ବିନା କାରଣ ରେ ମଣିଷ କୁ କାମୁଡ଼େ ନାହିଁ ତାକୁ ଆଘାତ ହେଲା ପରେ ସେ ନିଜ କୁ ବଞ୍ଚାଇବା ପାଇଁ ଦଂଶନ କରିଥାଏ ଆଉ ମଣିଷ ମଧ୍ୟ ନିଜକୁ ରକ୍ଷା କରିବା ଲାଗି ସାପ କୁ ମାରି ଦେଇଥାଏ |
କିନ୍ତୁ ବର୍ତ୍ତମାନ ର ଲୋକମାନେ ସଚେତନ ହୋଇଗଲେଣି ଆଉ ବିଷଧର ସାପ କୁ ଦେଖିଲେ ସେମାନେ ତାକୁ ନମାରି ଜଙ୍ଗଲ ବିଭାଗ ତଥା ସାପ ଧରାଳି ଙ୍କୁ ସୂଚନା ଦେଉଛନ୍ତି, ଆଉ ସେମାନେ ଆସି ସୁରକ୍ଷିତ ଭାବରେ ଉଦ୍ଧାର କରି ଜଙ୍ଗଲ କୁ ନେଇ ଯାଉଛନ୍ତି | ତେବେ ବର୍ତ୍ତମାନ ସମୟରେ ସେଭଳି ଏକ ଭିଡ଼ିଓ ଏବେ ଖୁବ ଭାଇରାଲ ହେବାରେ ଲାଗିଛି ଯାହାକୁ ଦେଖିଲେ ଆପଣ ମଧ୍ୟ ଖୁବ ଭୟଭୀତ ହୋଇ ଯିବେ |
ତେବେ ଏକ ଗ୍ରାମରେ ଏକ ଭୟଙ୍କର ବିରାଟକାୟ ବିଷଧର ନାଗ ସାପ ଦେଖିବା ପାଇଁ ମିଳିଛି | ଏହା କେଉଁ ସ୍ଥାନର ତାହା ସ୍ପଷ୍ଟ ଭାବେ ଜଣା ପଡ଼ି ନାହିଁ କିନ୍ତୁ ସାପ ଟି ଏତେ ଭୟଙ୍କର ଦେଖା ଯାଉ ଥିଲା କି ଯେ କେହି ନା ଡରି ଯିବ | ଏହି ବିଷଧର ସାପ ଟି ଏକ ଘରେ ଚାଉଳ ବସ୍ତା ତଳେ ଲୁଚି ରହି ଥିଲା ଯାହାକି ଘର ଲୋକ ଦେଖିବା ପାଇଁ ପାଇ ଥିଲେ | ପ୍ରଥମେ ଦେଖି ଘର ଲୋକ ଖୁବ ଭୟଭୀତ ହୋଇ ଯାଇ ଥିଲେ ଏବଂ ନାଗ ସାପ ଟିକୁ କ୍ଷୀର ମଧ୍ୟ ପିଇବା ପାଇଁ ଦେଇ ଥିଲେ | କିନ୍ତୁ ପରେ ପରେ ସାପ ଧରାଳି ଙ୍କ ସହ ଯୋଗାଯୋଗ କରି ତୁରନ୍ତ ଡକାଇ ଥିଲେ |
ସାପ ଧରାଳି ଜଣଙ୍କ ମଧ୍ୟ ଖବର ପାଇଁ ସେହି ଘଟଣା ସ୍ଥଳରେ ପହଞ୍ଚି ଥିଲେ | ତେବେ ସାପ ଧରାଳି ଆସି ଯେତେ ବେଳେ ସାପ ଟିକୁ ଉଦ୍ଧାର କରିବା ପାଇଁ ଚେଷ୍ଟା କରୁ ଥିଲେ ସେହି ସମୟରେ ସାପ ଟି ରାଗି ଯାଇ ଗର୍ଜନ କରୁ ଥିଲା ଏବଂ ଆକ୍ରମଣ କରିଥିଲା | କିନ୍ତୁ ଭାଗ୍ୟ ବଶତଃ ସାପ ଟି ସାପ ଧରାଳି ଜଣଙ୍କର କିଛି କ୍ଷତି ହୋଇ ନଥିଲା | ତେବେ ନିଜ ବିଦ୍ୟା ର କୌଶଳ କ୍ରମେ ସାପ ଧରାଳି ଜଣଙ୍କ ସାପ ଟିକୁ ଧରିବାର ସକ୍ଷମ ହୋଇ ଥିଲେ | ଏହାପରେ ସାପ ଟିକୁ ଏକ ବ୍ୟାଗ ଭିତରେ ପୁରାଇ ଜଙ୍ଗଲ କୁ ନେଇ ଛାଡ଼ି ଦେଲେ | ତେବେ ଏଭଳି ଏକ ଭୟଙ୍କର ଭିଡ଼ିଓ ଏବେ ସୋସିଆଲ ମିଡ଼ିଆ ରେ ଖୁବ ଭାଇରାଲ ହେବାରେ ଲାଗିଛି |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।