ଦେଖନ୍ତୁ Shocking ଭିଡ଼ିଓ : ପୁଅ କହୁଛି… ମା ହାତରୁ କାଚ କାଢ଼ିଦେ, ମୋ ବୋପା ଆଜିଠୁ ମରିଗଲା..ଏହି ଘଟଣା ଟି ଶୁଣିବା ପରେ ଆପଣଙ୍କ ମନରେ ବି କ୍ରୋଧ ଆସିବ…

ତେବେ ବିବାହ ଏକ ପବିତ୍ର ବନ୍ଧନ ଯାହା ସାତ ଜନ୍ମ ପର୍ଯ୍ୟନ୍ତ ଅତୁଟ ହୋଇ ରହି ଥାଏ ଆଉ ବିବାହ ପରେ ସ୍ତ୍ରୀ ତା ସ୍ୱାମୀ କୁ ଭଗବାନ ରୂପେ ଦେଖି ଥାଏ ଏବଂ ତା ଖୁସି ରେ ଖୁସି ଆଉ ଦୁଃଖ ରେ ଦୁଃଖୀ ହୋଇ ଥାଏ | କିନ୍ତୁ ଆଜିକାଲି ର କେତେକ ପୁରୁଷ ଅଛନ୍ତି ଯେଉଁ ମାନେ ବିବାହ କରି ସାରି ମଧ୍ୟ ଅନ୍ୟ ମହିଳା ସହିତ ସମ୍ପର୍କ ରଖି ଥାଆନ୍ତି ଯାହାକି ସମାଜ ପାଇଁ ଖୁବ ନିନ୍ଦନୀୟ ଘଟଣା ଅଟେ | ତେବେ ପୁଣି ସେଭଳି ଏକ ଘଟଣା ଆଖି ସାମ୍ନାକୁ ଆସିଛି ଯାହାକୁ ନେଇ ଏବେ ସୋସିଆଲ ମିଡ଼ିଆ ରେ ଖୁବ ଚର୍ଚ୍ଚା ଧରିଛି |

ତେବେ ଘଟଣା ଅନୁଯାଇ ସ୍ୱାମୀ ନିଜ ସ୍ତ୍ରୀ କୁ ଛାଡ଼ି ଆଉ ଏକ ମହିଳା ଙ୍କୁ ବିବାହ କରିଛନ୍ତି ଯାହାକୁ ନେଇ ଏବେ ସ୍ତ୍ରୀ ଆସି ସ୍ୱାମୀ ଘର ସାମ୍ନାରେ ନ୍ୟାୟ ମାଗିଛନ୍ତି | ତେବେ ସ୍ତ୍ରୀ ମିଡ଼ିଆ ସାମ୍ନାରେ କହିଛନ୍ତି କି ମୋ ସ୍ୱାମୀ ମତେ ଛାଡ଼ି ଆଉ ଏକ ମହିଳା କୁ ବାହା ହେଇଛି | ମୁଁ ମୋର ଅଲଗା ରହିକି ମୋ ପୁଅକୁ ପାଠ ପଢାଉ ଥିଲି କିନ୍ତୁ ଏବେ ମୁଁ ତାର ଖର୍ଚ୍ଚ ଆଉ କରି ପାରୁ ନାହିଁ |

ମୁଁ ଚାହୁଁଛି କି ମୋ ସ୍ୱାମୀ ମୋ ପୁଅ କଥା ବୁଝୁ ଆଉ ମୋ ସହିତ ବି ଅନ୍ୟାୟ ହୋଇଛି ସେ ମୋର ବି ଭରଣ ପୋଷଣ ଖର୍ଚ୍ଚ ବୁଝୁ | ମୋ ପିଲା କୁ ତ ଆଉ ବାପୋ ମିଳିବନି କି ମତେ ତ ଆଉ ସ୍ୱାମୀ ମିଳିବନି ତେଣୁ କରି ଆମେ ପୁଣି ଚଳିକି ବଞ୍ଚିବୁ କି ନାହିଁ ଆମକୁ କେବଳ ସେତିକି ଦରକାର ବୋଲି ସ୍ତ୍ରୀ ଜଣଙ୍କ କହିଛନ୍ତି | ସ୍ତ୍ରୀ ଏହା ମଧ୍ୟ କହିଛନ୍ତି କି 12 ବର୍ଷ ହେଲାଣି ମୋ ସ୍ୱାମୀ ମୋ ସହିତ ଏମିତି କରୁଛନ୍ତି ଆଉ ଏହାକୁ ନେଇ ମୁଁ ଥାନାରେ ମଧ୍ୟ ଅଭିଯୋଗ କରିଥିଲି କିନ୍ତୁ ପୋଲିସ କୌଣସି କାର୍ଯ୍ୟନୁଷ୍ଠାନ ନେଲା ନାହିଁ |

କୋର୍ଟ ମଧ୍ୟ ମୁଁ ଲଢ଼ି ପାରିବି ନାହିଁ କାରଣ ଲଢ଼ିବା ପାଇଁ ମୋ ପାଖରେ ଟଙ୍କା ନାହିଁ | ସେ କାନ୍ଦି କାନ୍ଦି ଏହା ମଧ୍ୟ କହିଛନ୍ତି କି ମୋ ଜୀବନ ତ ନଷ୍ଟ ହେଇ ଗଲା କିନ୍ତୁ ମୁଁ ମୋ ପୁଅ ଜୀବନ ଏମିତି ନଷ୍ଟ ହେବାକୁ ଦେବି ନାହିଁ , ଆଉ ଯଦି ମତେ ନ୍ୟାୟ ନ ମିଳିଲା ତେବେ ମୁଁ ଏଇଠି ଆତ୍ମହତ୍ୟା କରିବି |

ନବମ ଶ୍ରେଣୀ ରେ ପଢ଼ୁଥିବା ପୁଅ ମଧ୍ୟ କହିଛି କି ମା ତୁ ତୋ ହାତରୁ କାଚ ଭାଙ୍ଗିଦେ ମୋ ବାପା ଆଜିଠୁ ମରିଗଲା | ତେବେ ଏହାକୁ ନେଇ ସ୍ତ୍ରୀ କିଛି ମହିଳା ଙ୍କ ସହ ମିଶି ସ୍ୱାମୀ ଙ୍କ ଘର ଆଗରେ ନ୍ୟାୟ ପାଇଁ ଦାବି କରିଛନ୍ତି | ତେବେ ପରବର୍ତ୍ତୀ ମୁହୂର୍ତ୍ତ ରେ ଘଟଣା କେଉଁ ମୋଡ଼ ନେବ ତାହା ସ୍ପଷ୍ଟ ଭାବେ ଜଣା ପଡ଼ି ନାହିଁ |

Leave a Comment