ଭଗବାନଙ୍କୁ ପ୍ରସନ୍ନ କରି ତାଙ୍କ କୃପା ପାଇବା ପାଇଁ ପ୍ରତିଦିନ ଫୁଲ, ତୁଳସୀ ପତ୍ର ଏବଂ ବେଲ ପତ୍ର ଇତ୍ୟାଦି ତୋଳି ଭଗବାନଙ୍କୁ ଅର୍ପଣ କରିଥାଉ। ଯଦି ଆମେ ତାହାକୁ ସବୁ ନୀତି ନିୟମ ସହକାରେ ନ କରିବା ତେବେ ତାହା ସବୁ ଭଗବାନ ଗ୍ରହଣ କରି ନଥାନ୍ତି। ପ୍ରସନ୍ନ ହେବା ବଦଳରେ କୋପ କରିଥାନ୍ତି। କୃପା କରିବା ବଦଳରେ ଅନର୍ଥ ଘଟାଇଥାନ୍ତି। ଯାହାକି ଆମେମାନେ ଜାଣି ନଥାଉ। ଆମର ସବୁ ପୂଜାର୍ଚ୍ଚନା ବ୍ୟର୍ଥ ଯାଇଥାଏ। ତେବେ ଆଜି ଆମେ ଜାଣିବା ଫୁଲ, ତୁଳସୀ ପତ୍ର ଏବଂ ବେଲ ପତ୍ର ତୋଳିବାର କିଛି ନିୟମ ବିଷୟରେ। ଯାହାଦ୍ୱାରା ଆପଣଙ୍କର ପ୍ରତ୍ୟେକ ଅତୀତ ବସ୍ତୁକୁ ଭକ୍ତିର ସହକାରେ ଗ୍ରହଣ କରିଥାନ୍ତି। ଅନେକ ମୁନି ଋଷି ମାନେ କହିଯାଇଛନ୍ତି ଯେ ଫୁଲ କୁ ଅଗାଧୁଆରେ ତୋଳିବା ବହୁତ ଭଲ ହୋଇଥାଏ। ତ ଆଉ ଅନେକ ମୁନିଋଷି ମାନେ କହିଛନ୍ତି ଗାଧୋଇ ଫୁଲ ତୋଳିବା ଭଲ ହୋଇଥାଏ।
ସାଧାରଣରେ ଅନେକ ଲୋକଙ୍କ ଘରେ ଫୁଲ ଗଛ ନଥାଏ। ତେଣୁ ସେମାନେ ଅନ୍ଯ ଲୋକଙ୍କ ଘରୁ ଫୁଲ ଆଣିଥାନ୍ତି। ଫୁଲର ଅଭାବ କାରଣରୁ ସକାଳୁ ଫୁଲ ନତୋଳି ଅନେକ ଲୋକ ରାତିରେ ଅଗାଧୁଆ ଫୁଲ ତୋଳିଥାନ୍ତି। ଏହା ସାଧାରଣତଃ ସହରାଞ୍ଚଳ ଏବଂ ଗ୍ରାମାଞ୍ଚଳରେ ଦେଖାଯାଏ। କିନ୍ତୁ ଶାସ୍ତ୍ର ଅନୁସାରେ ଫୁଲ କେବେବି ଚୋରି କରି ତୋଳିବା ଉଚିତ ନୁହେଁ। ବିନା ଅନୁମତିରେ କାହାର ଫୁଲ ଗଛରୁ ଫୁଲ ତୋଳିବା ଶାସ୍ତ୍ର ବିରୋଧୀ ଅଟେ।
ଏଣୁ ଗଛ ମାଲିକଙ୍କ ଠାରୁ ଅନୁମତି ନିଅନ୍ତୁ ନଚେତ୍ ଗଛକୁ ପ୍ରଣାମ କରି ଅନୁରୋଧ କରି ଫୁଲ ତୋଳିବା ଉଚିତ୍। କୌଣସି ବି ଫୁଲ ତୋଳିବା ସମୟରେ ଚପଲ ପିନ୍ଧି ବା ଦେହରେ ତେଲ ଲଗାଇ ଫୁଲ ତୋଳିବା ବାରଣ ଅଟେ। ଅଗାଧୁଆରେ ଫୁଲ ତୋଳି ପାରିବେ କିନ୍ତୁ ହାତ, ପାଦ, ମୁହଁ ପ୍ରଥମେ ଧୋଇବେ, ପାଣି ଛିଞ୍ଚି ହେବେ ଆଉ ରାତିରେ ପିନ୍ଧି ଶୋଇଥିବା ଲୁଗାକୁ ବାହାର କରି ସକାଳୁ ଧୁଆ ଲୁଗା ପିନ୍ଧି ଫୁଲ ତୋଳି ପାରିବେ।
ଏହାଛଡା ସୂର୍ଯ୍ୟପରାଗ, ଚନ୍ଦ୍ର ଗ୍ରହଣ ଏବଂ ଶୁଦ୍ଧିକ୍ରିୟା ଦିନ ଅଗାଧୁଆ ଫୁଲ ତୋଳିବା ନିଷେଧ କରାଯାଇଛି। ଅନେକ ଲୋକ ପୂର୍ବ ଦିନରେ ଫୁଲ ତୋଳି ରଖିଥାନ୍ତି। ତା ପରଦିନ ଭଗବାନଙ୍କୁ ଫୁଲ ଅର୍ପଣ କରିଥାନ୍ତି। କେବଳ ଦୁଇଟି ଫୁଲକୁ ପୂର୍ବ ଦିନ ତୋଳିକି ରଖାଯାଏ ଗୋଟିଏ ହେଉଛି ପଦ୍ମଫୁଲ ଆଉ ଗୋଟିଏ ହେଉଛି ସ୍ୱର୍ଣ୍ଣ ଚମ୍ପା ଫୁଲ। ଏହି ଦୁଇଟି ଫୁଲ ମୌଳି ଯାଏ କିନ୍ତୁ କେବେବି ଏହା ବାସି ହୋଇ ନଥାଏ। ଭଗବାନଙ୍କୁ ପାଣି ଛିଞ୍ଚି ଫୁଲ ଅର୍ପଣ କରି ପାରିବେ। ଯଦି ଫୁଲରେ ଧୂଳି ଲାଗିଥିବ କିମ୍ବା ଅପବିତ୍ର ବ୍ୟକ୍ତି ଛୁଇଁଥାନ୍ତି ତେବେ ଫୁଲକୁ ପାଣିରେ ଧୋଇ ଅର୍ପଣ କରି ପାରିବେ। ଯଦି ଆପଣଙ୍କ ବାଡ଼ିରେ ଫୁଲ ଗଛ ଅଛି ତାହେଲେ ଗାଧୋଇ ଆପଣ ତୋଳି ପାରିବେ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।