Finally …ଆଉ ଆଜି ନୁହେଁ ,ଏବେ 30ତାରିଖରେ ହେବ “ହ୍ୟୁମାନ ଓ ଶ୍ରୀୟାଙ୍କ” ମିଳନ Humane Sagar

ନମ୍ବର ୱାନ ଗାୟକ ଭାବରେ ପରିଚିତ ହ୍ୟୁମାନ ସାଗର ଯିଏ କି ତାଙ୍କର ସୁନ୍ଦର କଣ୍ଠ ମାଧ୍ୟମ ରେ ପୁରା ଓଡ଼ିଶାର ଦର୍ଶକଙ୍କ ମନରେ ରାଜ କରୁଛନ୍ତି | କିନ୍ତୁ ବର୍ତ୍ତମାନ ସମୟରେ ଓଡ଼ିଆ କଣ୍ଠଶୀଳ୍ପ ହ୍ୟୁମାନ ସାଗର ଙ୍କ ବିରୁଦ୍ଧରେ ତାଙ୍କ ସ୍ତ୍ରୀ ଏବେ ଅଭିଯୋଗ ଆଣିଛନ୍ତି ଆଉ ଅଭିଯୋଗ ରେ କହିଛନ୍ତି କି ହ୍ୟୁମାନ ମତେ ବହୁତ ମାରୁଛନ୍ତି | ସବୁବେଳେ ମତେ ଶାରୀରିକ ଓ ମାନସିକ ନିର୍ଯ୍ୟାତନା ଦେଉଛନ୍ତି, ତାଙ୍କର ଏଭଳି ଅତ୍ୟାଚାର କୁ ମୁଁ ଆଉ ସହି ପାରୁ ନାହିଁ | ଯାହାଙ୍କ ଗୀତରେ ରାଜ୍ୟରେ ସବୁ ଯୁବପିଢ଼ି ମତୁଆଲା ହୁଅନ୍ତି ଯାହାଙ୍କର ଗୀତ କୁ ସମସ୍ତେ ସବୁବେଳେ ଗୁଣ ଗୁଣାଉ ଥାଆନ୍ତି ସେହି ହ୍ୟୁମାନ ସାଗର ଏବେ ନିଜ ସ୍ତ୍ରୀ ନିର୍ଯାତନା ମାମଲା ରେ ଛନ୍ଦି ହୋଇ ଯାଇଛନ୍ତି |

ହ୍ୟୁମାନ କୁଆଡେ ଗଲା କିଛି ମାସ ହେବ ସ୍ତ୍ରୀଙ୍କୁ ଅବହେଳା କରିବା ସହିତ ଶାରୀରିକ ଏବଂ ମାନସିକ ନିର୍ଯ୍ୟାତନା ଦେଉ ଥିଲେ | ଆଉ ରାତିରେ ଘରକୁ ଆସିଲେ ସ୍ତ୍ରୀ ଙ୍କୁ ମାଡ଼ ମାରୁ ଥିଲେ, ଖରାପ ବ୍ୟବହାର କରୁ ଥିଲେ ଏବଂ ପୂର୍ବ ଭଳି ତାଙ୍କୁ କୁଆଡେ ଆଉ ଭଲ ପାଉ ନଥିଲେ | ଏହା ସହିତ ସେ ତାଙ୍କ ସ୍ତ୍ରୀ ଙ୍କୁ ଧର୍ମ ପରିବର୍ତ୍ତନ କରିବା ପାଇଁ ମଧ୍ୟ ବାଧ୍ୟ କରୁ ଥିଲେ | ସୂଚନା ଅନୁଯାଇ 30 ତାରିଖ ଦିନ ଗାୟକ ହ୍ୟୁମାନ ଓ ସ୍ତ୍ରୀ ଶ୍ରୀୟା ମିଶ୍ର ଙ୍କର ସମସ୍ୟା ସମାଧାନ ହେବ | ତେବେ ଜରୁରୀ କାମ କହି 30 ତାରିଖ ଯାଏ ଶ୍ରୀୟା ସମୟ ମାଗିଛନ୍ତି ଯାହାକୁ ନେଇ ଏବେ ଖୁବ ଚର୍ଚ୍ଚା ଧରିଛି |

ତେବେ ଏହି ଦମ୍ପତି ଙ୍କ ମଧ୍ୟରେ କଣ ଚାଲିଛି ତାହା କେହି ହେଲେ ଜାଣି ପାରୁ ନାହାଁନ୍ତି, ଦୁହେଁ କହୁଛନ୍ତି କି ସେମାନେ ଘଟଣା ର ସମାଧାନ ଚାହୁଁଛନ୍ତି କିନ୍ତୁ କେହି ବି କାହା ନାଁ ରେ ଆରୋପ ଲଗାଇବା ପାଇଁ ପଛାଉ ନାହାଁନ୍ତି |ହ୍ୟୁମାନ ସାଗର ଆଉ ତାଙ୍କ ପତ୍ନୀ ଶ୍ରୀୟା ଓ କୁନି ଝିଅ ମିଶି କଟକ ରେ ରହୁ ଥିଲେ କିନ୍ତୁ ଏମିତି ଘଟଣା ଘଟିବା ପରଠାରୁ ଶ୍ରୀୟା ତାଙ୍କ ଝିଅ ସହିତ ନିଜ ବାପଘରେ ଏବେ ରହୁଛନ୍ତି | ଏହି ଘଟଣା କୁ ନେଇ ଶ୍ରୀୟା ମିଶ୍ର ପ୍ରେସମିଟ ରେ ହ୍ୟୁମାନ ସାଗର ଙ୍କ ନାଁ ରେ ଅନେକ କିଛି କଥା କହି ଥିଲେ ଯାହାକୁ ଶୁଣି ହ୍ୟୁମାନ ହାତ ଯୋଡ଼ି କ୍ଷମା ମାଗି ଥିଲେ ଆଉ କହି ଥିଲେ କି ଶ୍ରୀୟା ସତୀ ସାବିତ୍ରୀ ଅଟନ୍ତି |

ତେବେ ଗତ କାଲି ଦୁହିଁଙ୍କର ଥାନାରେ ପହଞ୍ଚି ସମସ୍ୟା ସମାଧାନ କରିବାର ଥିଲା କିନ୍ତୁ ଆଶ୍ଚର୍ଯ୍ୟ ର କଥା ହେଉଛି କି ଶ୍ରୀୟା ଥାନାରେ ପହଞ୍ଚି ନଥିଲେ | ସେ କହିଛନ୍ତି କି ତାଙ୍କର କୌଣସି ଜରୁରୀ କାର୍ଯ୍ୟ ରହିଛି କି ଯାହାକି 29 ତାରିଖ ଯାଏଁ କାମ ଚାଲୁ ରହିବ ଆଉ ସେ 30 ତାରିଖ ଦିନ ଥାନାରେ ପହଁଚିବେ | ତେବେ ଏହା ହ୍ୟୁମାନ ସାଗର ମଧ୍ୟ ଗ୍ରହଣ କରିଛନ୍ତି ଏବଂ ସେ ଏବେ ବି ସ୍ତ୍ରୀ ଆଉ ଛୁଆ କୁ ନିଜର କରିବାକୁ ଚାହୁଁଛନ୍ତି | ତେବେ 30 ତାରିଖ ହିଁ ଜଣା ପଡ଼ିବ କି ପ୍ରକୃତ ଘଟଣା କଣ ଅଟେ |

Leave a Comment