ବର୍ତ୍ତମାନ ସମୟରେ ଛାତ୍ରଛାତ୍ରୀ ମାନେ କେବଳ ପୁସ୍ତକଗତ ଜ୍ଞାନ ଉପରେ ଗୁରୁତ୍ୱ ଦେଉଛନ୍ତି। ଫଳରେ ସେମାନେ କେବଳ ପରୀକ୍ଷାରେ ଭଲ ନମ୍ବର ରଖୁଛନ୍ତି। କିନ୍ତୁ ବର୍ତ୍ତମାନ ର ପ୍ରତିଯୋଗୀ ଦୁନିଆରେ ସେମାନଙ୍କ ସ୍ଥାନ ପଛରେ ରହି ଯାଉଛନ୍ତି କିମ୍ବା କୌଣସି ଚାକିରୀ ପାଇଁ ହେଉଥିବା ଇଣ୍ଟରଭ୍ୟୟୁ ରେ ମଧ୍ୟ ଭଲ ଭାବରେ ଉତ୍ତର ଦେଇ ପାରୁନାହାନ୍ତି ଏବଂ ବିଫଳ ହେଉଛନ୍ତି। ବିଫଳ ହେବାର ଏକ ମାତ୍ର କାରଣ ସେମାନେ ପୁସ୍ତକଗତ ଜ୍ଞାନ ବ୍ୟତୀତ ବାହାର ଦୁନିଆ ବିଷୟରେ ଜ୍ଞାନ ରଖୁ ନାହାନ୍ତି କିମ୍ବା ସେମାନେ ଜାଣିବାକୁ ଚେଷ୍ଟା କରୁ ନାହାନ୍ତି। ତେଣୁ ଆଜିକାଲି ଦୁନିଆରେ ଚଳିବା ପାଇଁ ହେଲେ ପାଠ ସହିତ ବାହାର ଦୁନିଆ ବିଷୟରେ ଜ୍ଞାନ ରଖିବା ପାଇଁ ପଡ଼ିବ। ତେବେ ଆଜି ଆମେ ଆଲୋଚନା କରିବା ପାଇଁ ଯାଉଛୁ ଆଇଏଏସ୍ ପରୀକ୍ଷାରେ ପଡ଼ିବାକୁ ଥିବା କିଛି ସାଧାରଣ ପ୍ରଶ୍ନ ବିଷୟରେ ଆପଣ ମାନଙ୍କୁ ଜଣେଇବୁ।
ପ୍ରଶ୍ନ ୧- ତାହା କଣ ଯାହାକୁ ଭାଙ୍ଗିବା ପରେ ଲୋକେ ଖୁସି ହୋଇ ଯାଆନ୍ତି ଉତ୍ତର – ରେକର୍ଡ
ପ୍ରଶ୍ନ ୨- ହାଲିଥାଏ କିନ୍ତୁ ଗଛ ନୁହେଁ,ଚାଲିଥାଏ କିନ୍ତୁ ଗାଡ଼ି ନୁହେଁ,ଟିକ ଟିକ କରେ କିନ୍ତୁ ଘଡି ନୁହେଁ ତେବେ ସେଇଟା କଣ? ଉତ୍ତର -ଟାଇପ ମେସିନ
ପ୍ରଶ୍ନ ୩-ଜନ୍ମ ମୋର ସମୁଦ୍ର ଜଳେ ରହିଥାଏ କିନ୍ତୁ ରୋଷେଇ ଘରେ? ଉତ୍ତର -ଲୁଣ
ପ୍ରଶ୍ନ ୪-କେଉଁ ଫଳ ପାଚଲେ ତାହାର ନାମ ବଦଳି ଯାଏ? ଉତ୍ତର -ପଇଡ଼ ବା ନଡ଼ିଆ
ପ୍ରଶ୍ନ ୫ -ଭିକାରୀ ନୁହଁ କିନ୍ତୁ ପଇସା ମାଗିଥାଏ, ଝିଅ ନୁହେଁ କିନ୍ତୁ ପର୍ସ ଧରିଥାଏ,ପୂଜାରୀ ନୁହେଁ କିନ୍ତୁ ଘଣ୍ଟି ବଜେଇଥାଏ ସେ କିଏ? ଉତ୍ତର -ବସ କଣ୍ଡୋକ୍ଟର
ପ୍ରଶ୍ନ ୬ -ବାବାଜୀ ନୁହେଁ କିନ୍ତୁ ତାର ବଢିଛି ଦାଢ଼ି, ପାଦ ତଳ ଯାଏ ଆସିଛି ମାଡ଼ି,ପିଲାଏ ଖେଳନ୍ତି ଦାଢ଼ିରେ ଦୋଳି , ପିଲାଏ ଖାଆନ୍ତି ତା ମିଠା କଳି? ଉତ୍ତର – ବରଗଛ
ପ୍ରଶ୍ନ ୭-ଗାତ ରେ କରଇ ଘର ମୁହଁରେ ଥାଏ ନିଶ, ଯାହା ଘରେ ପଶେ ଜିନିଷ କରେ ସର୍ବନାଶ? ଉତ୍ତର -ମୂଷା
ପ୍ରଶ୍ନ ୮-ତାହା କେଉଁ ଜିନିଷ ଯାହାକୁ ବ୍ୟବହାର କରିଵା ପୂର୍ବରୁ ପ୍ରଥମେ ଭାଙ୍ଗିବାକୁ ପଡିଥାଏ? ଉତ୍ତର -ଅଣ୍ଡା
ପ୍ରଶ୍ନ ୯- କେତେବେଳେ ପିଏ କଳା ପାଣି ମୁହିଁ କେତେବେଳେ ପିଏ ନାଲି ପାଣି ପେଟ ଖାଲି ହେଲେ ମୁହଁ ଶୁଖିଯାଏ ଆଉ ନ ପାରଇ ଚାଲି? ଉତ୍ତର -କଲମ
ପ୍ରଶ୍ନ -୧୦ -ଭାତ ଖାଇ ସାରିବା ପରେ କଣ ଖାଇଲେ ତାହା ମନୁଷ୍ୟର ମୃତ୍ୟୁ ର କାରଣ ହୋଇଥାଏ ବୋଲି କୁହାଯାଉଛି? ଉତ୍ତର -ଚାହା