Intresting Gk Question – ମହାଭାରତର ଶକୁନି କେଉଁ ରାଜ୍ୟର ରାଜା ଥିଲେ ?

ବର୍ତ୍ତମାନ ସମୟରେ ଛାତ୍ରଛାତ୍ରୀ ମାନେ କେବଳ ପୁସ୍ତକଗତ ଜ୍ଞାନ ଉପରେ ଗୁରୁତ୍ୱ ଦେଉଛନ୍ତି। ଫଳରେ ସେମାନେ କେଵଳ ପରୀକ୍ଷାରେ ଭଲ ନମ୍ବର ରଖୁଛନ୍ତି। କିନ୍ତୁ ବର୍ତ୍ତମାନର ପ୍ରତିଯୋଗି ଦୁନିଆରେ ସେମାନଙ୍କ ସ୍ଥାନ ପଛରେ ରହିଯାଉଛନ୍ତି କିମ୍ବା କୌଣସି ଚାକିରୀ ପାଇଁ ହେଉଥିବା ଇଣ୍ଟର୍ଭିୟୁରେ ମଧ୍ୟ ଭଲଭାବରେ ଉତ୍ତର ଦେଇ ପାରୁନାହାନ୍ତି ଏବଂ ବିଫଳ ହେଉଛନ୍ତି। ବିଫଳ ହେବାର ଏକ ମାତ୍ର କାରଣ ସେମାନେ ପୁସ୍ତକଗତ ଜ୍ଞାନ ବ୍ୟତୀତ ବାହାର ଦୁନିଆ ବିଷୟରେ ଜ୍ଞାନ ରଖୁନାହାନ୍ତି କିମ୍ବା ସେମାନେ ଜାଣିବାକୁ ଚେଷ୍ଟା କରୁନାହାନ୍ତି।

ଶିକ୍ଷା କ୍ଷେତ୍ରରେ ପୌରାଣିକ ଶାସ୍ତ୍ରର ମଧ୍ୟ ଅନେକ ଗୁରୁତ୍ୱ ରହିଥାଏ ଏବଂ ଏହା ଆମକୁ ଅନେକ ଶିକ୍ଷଣୀୟ ତଥ୍ୟ ପ୍ରଦାନ କରିଥାଏ । ସେଥିରୁ ଆମେ ଆମ ଜୀବନରେ ଆମେ କିପରି ଅତି ସହଜରେ ଏହି ସଂସାର ବନ୍ଧନରୁ ମୁକ୍ତି ପାଇ ପାରିବା ସେ ସମ୍ପର୍କରେ ଆମେ ସମୂର୍ଣ୍ଣ ତଥ୍ୟ ଜାଣି ପାରିଥାଉ । ଅନେକ କମ୍ପିଟେଟିଭ ପରିକ୍ଷାରେ ପୌରାଣିକ ପ୍ରଶ୍ନ ମାନ ରହିଥାଏ , ଯାହାର ଉତ୍ତର ଆମେ ଦେଇ ପାରି ନଥାଉ , ଯାହାଫଳରେ ଆମେ ଲକ୍ଷ୍ୟ ସ୍ଥଳରେ ପହଞ୍ଚି ପାରି ନଥାଉ । ତବେ ଆସନ୍ତୁ ଜାଣିବା ପୌରାଣିକ ସମ୍ୱନ୍ଧୀୟ ତଥା ମହାଭାରତର କେତେକ ପ୍ରଶ୍ନ ଗୁଡିକ ବିଷୟରେ ।
1 ଇନ୍ଦ୍ର ଦେବଙ୍କ ବାହାନ କିଏ ?
ଉତ୍ତର – ଐରାବତ ହସ୍ତୀ ।

2 କେଉଁ ଯୁଗରେ ବିଷ୍ଣୁ ରାମଙ୍କ ଅବତାର ଧାରଣ କରିଥିଲେ ?
ଉତ୍ତର – ତ୍ରେତୟା ଯୁଗ ।

3 ପ୍ରହ୍ଲାଦ କାହାର ପୁତ୍ର ?
ଉତ୍ତର – ହୀରଣ୍ୟକଶ୍ୟପୁ ।

4 ପ୍ରଭୁ ଶ୍ରୀରାମଙ୍କ ଗୁରୁ କିଏ ?
ଉତ୍ତର – ବିଶ୍ୱାମିତ୍ର ।

5 ଶ୍ରୀକୃଷ୍ଣଙ୍କ ଗୁରୁ କିଏ ?
ଉତ୍ତର – ସନ୍ଦିପନୀ ।

6 ପାଞ୍ଚଟି ପୁରାଣର ନାମ କୁହ ?
ଉତ୍ତର – ବ୍ରହ୍ମା ପୁରାଣ , ବିଷ୍ଣୁ ପୁରାଣ , ବାୟୁ ପୁରାଣ , ଅଗ୍ନି ପୁରାଣ , ଲିଙ୍ଗ ପୁରାଣ ।

7 ଯୁଗ କେତେ ପ୍ରକାର ?
ଉତ୍ତର – 4 ପ୍ରକାର ।

8 ହିନ୍ଦୁ ପୁରାଣ ଅନୁସାରେ କେଉଁ ମହିଳା ପ୍ରଥମେ ମୃତ୍ୟୁବରଣ କରିଥିଲେ ?
ଉତ୍ତର – ଯାମି ( ଯମଙ୍କ ଭଉଣୀ )

9 ହିନ୍ଦୁ ପୁରାଣ ଅନୁସାରେ ପ୍ରଥମେ କିଏ ମୃତ୍ୟୁ ବରଣ କରିଥିଲେ ?
ଉତ୍ତର – ଯମ ।

10 ବେଦବ୍ୟାସ କହିବାରୁ କିଏ ମହାଭାରତ ଲେଖିଥିଲେ ?
ଉତ୍ତର – ଶ୍ରୀ ଗଣେଷ ।

11 କର୍ଣ୍ଣଙ୍କ ପୁଅ କିଏ ?
ଉତ୍ତର – ବୃଷକେତୁ ।

12 ଘଟୋକ୍ତଚର ପିତା ଏବଂ ମାତାଙ୍କ ନାମ କଣ ?
ଉତ୍ତର – ଭୀମ ଏବଂ ହିଡିମ୍ୱୀ ।

13 ଶ୍ରୀକୃଷ୍ଣଙ୍କ ଶଙ୍ଖର ନାମ କଣ ?
ଉତ୍ତର – ପଞ୍ଚଜନ୍ୟ ।

14 ଅର୍ଜୁନଙ୍କ ଶଙ୍ଖର ନାମ କଣ ?
ଉତ୍ତର – ଦେବଦତ୍ତ ।

15 ଯୁଧିଷ୍ଠୀରଙ୍କ ପରେ କିଏ ସିଂହାସନରେ ବସିଥିଲେ ?
ଉତ୍ତର – ପରୀକ୍ଷିତ ।

16 ଗାନ୍ଧାରୀଙ୍କ ପିତାଙ୍କ ନାମ କଣ ?
ଉତ୍ତର – ସୁବଳ ।

17 କୁରୁକ୍ଷେତ୍ର ଯୁଦ୍ଧର ଧାରାବିବରଣୀ ଧୃତରାଷ୍ଟ୍ରଙ୍କୁ କିଏ ଦେଉଥିଲେ ?
ଉତ୍ତର – ସଞ୍ଜୟ ।

18 କୌରବ ମାନଙ୍କ ମା କିଏ ?
ଉତ୍ତର – ଗାନ୍ଧାରୀ ।

19 ଭୀଷ୍ମଙ୍କ ପ୍ରକୃତ ନାମ କଣ ?
ଉତ୍ତର – ଦେବବ୍ରତ ।

20 ଦ୍ରୋଣାଚାର୍ଯ୍ୟଙ୍କ ପୁତ୍ରଙ୍କ ନାମ କଣ ?
ଉତ୍ତର – ଅଶ୍ୱଥମା ।

21 ମହାଭାରତ ଯୁଦ୍ଧ୍ୟ କେତେ ଦିନ ଧରି ଲାଗି ରହିଥିଲା ? ଉତ୍ତର -18ଦିନ

22 ଦୁର୍ଯ୍ୟୋଧନଙ୍କ ମାମୁଁ ଶକୁନି କେଉଁ ରାଜ୍ୟର ରାଜା ଥିଲେ ? ଉତ୍ତର -ଗାନ୍ଧାର

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment