ଆଜିର ମୋବାଇଲ ଓ କମ୍ପୁଟର ଯୁଗର ପିଲା ମାନେ ଅଧିକ ମୋବାଇଲ ବ୍ୟବହାର ରେ ସମୟ ବିତାଉ ଅଛନ୍ତି।ସେମାନେ ସବୁବେଳେ ବହିରେ ଥିବା ପାଠ କୁ ପଢୁଛନ୍ତି,କାରଣ ଏହା ଦ୍ୱାରା ସେମାନଙ୍କୁ ପରୀକ୍ଷାରେ ଭଲ ନମ୍ବର ମିଳିବ।କେବଳ ଛାତ୍ରଛାତ୍ରୀ ନୁହଁନ୍ତି ସେମାନଙ୍କ ପିତାମାତା ମଧ୍ୟ ଏହା ଚାହୁଁଛନ୍ତି କି ତାଙ୍କ ପିଲା ବହିକୁ ଭଲ ଭାବେ ପଢ଼ି ପରୀକ୍ଷାରେ ପ୍ରଥମ ସ୍ଥାନ ହାସଲ କରୁ।ମାତ୍ର ଏହାଦ୍ବାରା ପିଲାମାନେ ବାହାର ଦୁନିଆର କୌଣସି କଥା ଜାଣି ପାରୁ ନାହାଁନ୍ତି।ସେମାନେ କେବଳ ପୁସ୍ତକ କୀଟ ହୋଇ ରହି ଯାଉଛନ୍ତି।ଯାହାଦ୍ୱାରା ସେମାନେ ଚାକିରୀ ପାଇଁ ହେଉଥିବା ଇଣ୍ଟର୍ଭିୟୁ ରେ ସଫଳତା ହାସଲ କରି ପାରୁ ନାହାଁନ୍ତି।
ସାଧାରଣ ଜ୍ଞାନ ଶିକ୍ଷିତ ଯୁବପିଢୀ ମାନଙ୍କ ପାଇଁ ଜାଣିବା ଅତ୍ୟନ୍ତ ଜରୁରୀ ଅଟେ କାରଣ ଏହା ଆମର ଲକ୍ଷ୍ୟସ୍ଥଳରେ ପହଞ୍ଚିବା ପାଇଁ ବହୁତ ସାହାର୍ଯ୍ୟ କରିଥାଏ । ଅନେକ ଇଣ୍ଟରଭ୍ୟୁ ମାନଙ୍କରେ ଅତି ସହଜ ପ୍ରଶ୍ନ ମାନ ପଚାରା ଯାଇଥାଏ , ଯାହାର ଉତ୍ତର ଅଧିକାଂଶ ପିଲାମାନଙ୍କୁ ଦେବା ପାଇଁ କଷ୍ଟକର ହୋଇଥାଏ । ତେଣୁ ସେମାନଙ୍କୁ ଅନେକ କଠିନ ପରିଶ୍ରମ କରିବାକୁ ପଡିଥାଏ । ତେବେ ଯାଇ ସେମାନେ ନିଜ ଲକ୍ଷ୍ୟସ୍ଥଳରେ ପହଞ୍ଚି ପାରିଥାନ୍ତି । ତେବେ ଆସନ୍ତୁ ଜାଣିବା କେତେକ ସାଧାରଣ ଜ୍ଞାନ ସମ୍ୱନ୍ଧୀୟ ପ୍ରଶ୍ନ ସହ ଉତ୍ତର ସମ୍ପର୍କରେ ।
1 ଭାରତରେ ସୂର୍ଯ୍ୟଙ୍କର ପହିଲି କିରଣ ସର୍ବ ପ୍ରଥମେ କେଉଁ ରାଜ୍ୟରେ ପଡିଥାଏ ?
ଉତ୍ତର – ଅରୁଣାଚଳ ପ୍ରଦେଶ ।
2 ଭଗବାନ ବୁଦ୍ଧଙ୍କୁ କେଉଁଠାରେ ଜ୍ଞାନ ପ୍ରାପ୍ତି ହୋଇଥିଲା ?
ଉତ୍ତର – ବୁଦ୍ଧଗୟା ।
3 ଭାରତର ମୁଖ୍ୟ ଦକ୍ଷିଣତମ ତଟ କେଉଁଠି ?
ଉତ୍ତର – କନ୍ୟାକୁମାରୀ ।
4 ବିହୁ କେଉଁ ରାଜ୍ୟର ପ୍ରସିଦ୍ଧ ପର୍ବ ?
ଉତ୍ତର – ଆଶାମ ।
5 ପୋଙ୍ଗଲ କେଉଁ ରାଜ୍ୟର ପ୍ରସିଦ୍ଧ ପର୍ବ ?
ଉତ୍ତର – ତାମିଲନାଡୁ ।
6 ଗିଧା ଓ ଭଙ୍ଗଡା କେଉଁ ରାଜ୍ୟର ଲୋକନୃତ୍ୟ ?
ଉତ୍ତର – ପଞ୍ଜାବ ।
7 ଆପକା ବ୍ୟାଙ୍କ୍ , ଆପକା ଦ୍ୱାର ‘ ଏହା କେଉଁ ବ୍ୟାଙ୍କର ଟ୍ୟାଗ୍ ଲାଇନ୍ ?
ଉତ୍ତର – ଆଇ. ପି.ପି .ବି . ।
8- କେଉଁ ଜିଲ୍ଲାର ପ୍ରଥମ ଓ ଶେଷ ଅକ୍ଷର କାଟିଲେ ଗୋଟିଏ ପକ୍ଷୀର ନାମ ହେବ ?
ଉତ୍ତର – ଦେବଗଡ
9 କାଜିରଙ୍ଗା ରାଷ୍ଟ୍ରିୟ ଉଦ୍ୟାନ କେଉଁ ରାଜ୍ୟରେ ଅବସ୍ଥିତ ?
ଉତ୍ତର – ଆଶାମ ।
10 ଜବାହାର ସାଗର ବନ୍ଧ ବା ଡ୍ୟାମ୍ କେଉଁ ନଦୀ ଉପରେ ଅବସ୍ଥିତ ?
ଉତ୍ତର – ଚମ୍ୱଲ ।
11 ନାସିକ୍ ର କେଉଁ ନଦୀ କୂଳରେ କୁମ୍ଭ ମେଳା ଅନୁଷ୍ଠିତ ହୁଏ ?

ଉତ୍ତର – ଗୋଦାବରୀ ।
12 ଭୌଗଳିକ ଦୃଷ୍ଟିକୋଣରୁ ଭାରତର ପ୍ରାଚିନତମ ପର୍ବତ ଶୃଙ୍ଖଳା କିଏ ?
ଉତ୍ତର – ଆରାବଳୀ ।
13 ଅଜନ୍ତା ଗୁମ୍ଫାକେଉଁଠାରେ ଆବସ୍ଥିତ ?
ଉତ୍ତର – ମହାରାଷ୍ଟ୍ର ।
14 ନାଳନ୍ଦା ମହାବିଦ୍ୟାଳୟ କେଉଁଠାରେ ଆବସ୍ଥିତ ?
ଉତ୍ତର – ବିହାର ।
15 ନନ୍ଦାଦେବୀ ପର୍ବତର ଉଚ୍ଚତା କେତେ ?
ଉତ୍ତର – 7816 ମିଟର ।
16 ବୋଉର ସେ ଭାଇ ନୁହଁ ତଥାପି ମାମୁଁ ଡାକୁ ଜଙ୍ଗଲରେ ରହେ ସେ ସିଏ ନୁହଁ ସେ ଚୋର ଡାକୁ ?
ଉତ୍ତର – ବାଘମାମୁଁ ।
17 ଯେତେ ତାକୁ ଟାଣିବ ଲମ୍ୱା ହେବା ବଦଳରେ ସେତେ ସିଏ କମିବ ?
ଉତ୍ତର – ସିଗାରେଟ୍ ।
18 ଉପରକୁ ଯେତେ ମୋଟା ଗଣ୍ଡି ଭିତରେ ତା ସେତେ ବଡ ପୋଲ ଭାରି ସିଏ ଉପକାରୀ – ନାହିଁ ତାର ମୂଲ ?
ଉତ୍ତର – ବାଉଁଶ ।