jitu das sadhubani- ଯମରାଜ ଏହି ମାନଙ୍କ ଠାରୁ ସବୁବେଳେଦୁରେଇ ରୁହନ୍ତି ? ଜାଣନ୍ତୁ କେଉଁମାନେ….

ଦିନେ ଜମ ରାଜା ବସିକି ବିଚାର କରିଥିଲା। ମର୍ତ୍ତ୍ୟ ପୁରରେ ଗୋଟିଏ ହାତୀ ମଲା। ତାପରେ ହାତୀ ଗଲା ଯମ ଦରବାରକୁ, କାରଣ ସେ କେତେ ପାପ କରିଛନ୍ତି କେତେ ପୂଣ୍ୟ କରିଛନ୍ତି। ଯମରାଜ ହାତୀକୁ ଦେଖି କହିଲେ ହାତୀ ତୁ ଏତେ ବୋକା ପଶୁ ନା। ହାତୀ ଶୁଣି କହିଲା କେମିତି? ଯମ କହିଲେ ଭଗବାନ ତୋତେ ଏତେ ବଡ଼ ବିଶାଳ ଦେହ ଦେଇଛି ତୋର ଗୋଟିଏ ଗୋଡ଼ ସହ ମଣିଷ ସମାନ ନୁହେଁ ତଥାପି ତୋତେ ମଣିଷ ପୋଷା ବନେଇ ରଖୁଛି ଲାଜ ଲାଗୁନି। ତୁ ଯଦି ଗୋଟିଏ ଗୋଡ଼ ବାଡ଼େଇ ଦେବୁ ୧୦ ମଣିଷ ମରିଯିବେ। ତୁ ମଣିଷର ପୋଷା ହୋଇ ରହିଗଲୁ ତୁ ଆଜ୍ଞାକାରି ଦାସ ହୋଇ ରହିଗଲୁ ତୁ। ଧିକ କହିବ ତୋ ଏତେ ବଡ଼ ବିଶାଳକାୟ ଦେହକୁ।

ହାତୀ କହିଲା ମୁଁ ମଣିଷର ଦାସ ହୋଇ ରହିଛି ତ, ମୁଁ ମଣିଷର ଚାକର ହୋଇ ରହିଛି ବୋଲି କହୁଛନ୍ତି ତ, ତାହେଲେ ଆପଣ ମଣିଷକୁ ଚିହ୍ନି ନାହାନ୍ତି। ଆପଣ ମଣିଷ ମାନଙ୍କୁ ଜାଣି ନାହାନ୍ତି। ଆପଣ ବି ତାଙ୍କର ଚାକର ହୋଇଯିବେ। ଯମ କହିଲେ ମୋତେ ସେମିତି କହନି ମୁଁ ଧର୍ମରାଜ ଟି। ମୁଁ କଣ ମଣିଷ ଦେଖିନି, ମୋ ପାଖକୁ ପରା ନିତି ଶହ ଶହ ମଣିଷ ଆସୁଛି। ହାତୀ କହିଲା, ହେ ଧର୍ମରାଜ ଆପଣ ଯେଉଁ ମଣିଷଙ୍କୁ ଦେଖୁଛନ୍ତି ସେଗୁଡ଼ିକ ଶବ। ଲୋକ ମଲାପରେ ଏଠିକି ଆସୁଛନ୍ତି। ସେଥିପାଇଁ ଆପଣ ଜାଣିପାରୁ ନାହାନ୍ତି ମଣିଷ କଣ କରିପାରେ।ଆଉ ଯଦି ଜଣେ ଜିଅନ୍ତା ମଣିଷ କେବେ ଆପଣଙ୍କ ପାଖକୁ ଆସନ୍ତା ତାହେଲେ ଆପଣ ଜାଣିପାରିବେ ମଣିଷ କଣ କରିପାରେ। ଯମ ହାତୀର କଥା ଶୁଣି ଆଶ୍ଚର୍ଯ୍ୟ ହୋଇ କହିଲା ଜିଅନ୍ତା ମଣିଷ ମୋ ପାଖକୁ କେମିତି ଆସିବ।

ହାତୀ କହିଲା ଯଦି ଆପଣ ଥରେ ଜିଅନ୍ତା ମଣିଷ ହାବୁଡରେ ପଡ଼ନ୍ତେ ତାହେଲେ ଜାଣିବେ ତାର ବୁଦ୍ଧି କେତେ। ଏହା ଶୁଣି ଯମ ସୈନିକକୁ ନିର୍ଦ୍ଦେଶ ଦେଲେ ଆଜି ରାତିରେ ଶୋଇଥିବା ଅବସ୍ଥାରେ ଜଣେ ଜିଅନ୍ତା ମଣିଷକୁ ଖଟ ସହ ଉଠେଇ ଆଣିବୁ। ଆଉ ସୌନିକ ମାନେ ଆସି ଜଣେ ଜିଅନ୍ତା ମଣିଷକୁ ନେଉଥିବା ବେଳେ ଲୋକଟି ଉଠି ପଡ଼ିଲା। ଆଉ ସେହି ଲୋକଟି ଥିଲା ଜଣେ କବି। କବି ଜଣକ ଉଠି ଦେଖିଲେ ତାଙ୍କୁ ଯମଦୁତ ମାନେ ଯମପୁରକୁ ଆଣିଛନ୍ତି। ଆଉ ସେ କିଛି ନକହି କାଗଜରେ କିଛି ଦୁଇ ଧାଡ଼ି ଲେଖି ପୁଣି ଶୋଇ ପଡ଼ିଲେ। ତାପରେ ଯମଦୁତ ମାନେ କବିକୁ ନେଇ ଯମରାଜଙ୍କ ପାଖରେ ପହଞ୍ଚିଲେ। ଆଉ ଯମକୁ କବି ଜଣକ ଦେଖି ଦୁଇ ପଦ ଯମଙ୍କ ବିଷୟରେ ଗାଇଗଲେ। ତାପରେ ଯମ ପଚାରିଲେ ତୁମ ନାମ କଣ। ସେ କହିଲେ ମୁଁ ଜଣେ କବି, ଲେଖାଲେଖି କରେ।


ଆଉ କିଛି କହିବା ପୂର୍ବରୁ ସେ ଲେଖିଥିବା କାଗଜଟି ଯମରାଜଙ୍କୁ ଧରେଇଦେଲେ। ସେଥିରେ ଲେଖାଥିଲା, ଧର୍ମରାଜ ମହାମାନ୍ୟ ନେବ ,ମୋ ଗୁମାସ୍ତାକୁ ପଠେଇଲି ଏ ସବୁକିଛି ତୁମ କାମ ସମ୍ଭାଳିବ। ଇତି ନାରାୟଣ ବୈକୁଣ୍ଠ ପୁର। ଯମ ପଢ଼ିସାରି ସିଂହାସନରୁ ଓହ୍ଲାଇ ଆସି କବି ଜଣକୁ କହିଲେ ଆସନ୍ତୁ ବସନ୍ତୁ। ତାପରେ ସବୁ ଆତ୍ମାକୁ ଡକାଇଲେ। ଆଉ ଆତ୍ମାମାନେ କଣ କଣ ପାପ କରିଥିଲେ କହିଲେ ଆଉ ତାପରେ ସମସ୍ତଙ୍କୁ ବୌକୁଣ୍ଠପୁରକୁ ପଠାଇଦେଲେ। ବୌକୁଣ୍ଠପୁରରେ ନାରାୟଣ ସମସ୍ତ ପାପୀ ମାନଙ୍କୁ ଦେଖି କହିଲେ ଏମାନେ ଏଠି କାହିଁକି? ତାପରେ ନାରାୟଣ କିଛି ବୁଝିନପାରି ଯମକୁ ପଚାରିଲେ ଏସବୁ କଣ? ଯମ କହିଲେ ଆପଣ ତ ଗୁମାସ୍ତାକୁ ଚିଠି ଦେଇଥିଲେ କରିବା ପାଇଁ। ନାରାୟଣ କହିଲେ କିଏ ସେ ଗୁମାସ୍ତା।

ତାପରେ ନାରାୟଣ କବି ଜଣକୁ ଭେଟି କହିଲେ ମୁଁ କେତେବେଳେ ଏ ଚିଠି ତୁମକୁ। କବି କହିଲେ ଆଜ୍ଞା ଆପଣ ହିଁ ଦେଇଛନ୍ତି। ଆପଣ ବା ଗୀତାରେ କହିଛନ୍ତି ମଣିଷ ଯାହା କରେ ଯେତେବେଳେ ଯାହା କରେ ସବୁଗୁଡ଼ିକ ମୋ ମାଧ୍ୟମରେ କରେ। ମୁଁ ହିଁ ହବୁ କରାଇଥାଏ। ତାପରେ ନାରାୟଣ କହିଲେ କବିକୁ ଏଥର ତୁ ଯା ସେ କହିଲେ କାହିଁକି? ଆପଣ ତ ଗୀତାରେ କହିଛନ୍ତି ସବୁ ଧର୍ମକୁ ଛାଡ଼ି ଦେ ମୋ ପାଦ ତଳେ ପଡ଼ିଯା ମୁଁ ତୋର ସବୁ ପାପକୁ ବିନାଶ କରିଦେବି ତୋତେ ମୁଁ ମୋ ପାଖରେ ରଖିଦେବି। ତେବେ ମୁଁ ଆପଣଙ୍କ ଦର୍ଶନ ପାଇଲି ଆପଣଙ୍କ ପାଖରେ ବୌକୁଣ୍ଠପୁରରେ ହିଁ ରହିବି। ନାରାୟଣ କହିଲେ ବାଃ ରେ ମଣିଷ କେତେ ତୋର ବୁଦ୍ଧି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment