ପ୍ରତ୍ୟେକ ବ୍ୟକ୍ତି ଚାହାନ୍ତି କି ତାଙ୍କ ଉପରେ ମାତା ଲାଷ୍ମୀଙ୍କ କୃପା ଦୃଷ୍ଟି ରହୁ ବୋଲି। ହିନ୍ଦୁ ଧର୍ମରେ ଏମିତି ଏକ ଶୁଭ ମୁହୂର୍ତ୍ତ ବିଷୟରେ କୁହାଯାଇଛି କି ଯେଉଁ ସମୟରେ ଝାଡ଼ୁ ମାରିଲେ ଆପଣଙ୍କ ଘରକୁ ଧନ, ସମ୍ପତ୍ତି, ସୁଖ ,ସମୃଦ୍ଧି ଆସିଥାଏ। ଶାସ୍ତ୍ର ରେ ଏମିତି ଲେଖା ଅଛି କି ସେହି ସମୟରେ ମାତା ଲଷ୍ମୀ ବସୁଧା ଉପରେ ଥାନ୍ତି।
ଏମିତି କୁହାଯାଏ କି ଝାଡ଼ୁ ହେଉଛି ମାତା ଲାଷ୍ମୀଙ୍କ ଦ୍ଵିତୀୟ ରୁପ ତେଣୁ ଯେଉଁ ଘରେ ଏହି ସମୟରେ ଝାଡୁ ଲଗା ଯାଇଥାଏ ସେହି ଘରକୁ ମାତା ଲାଷ୍ମୀଙ୍କୁ ଆସିବାକୁ ପଡ଼ିଥାଏ।ତେବେ ଆସନ୍ତୁ ଜାଣିବା କେଉଁ ସମୟରେ ଝାଡୁ ମାରିବା ଉଚିତ, ଝାଡୁ ମାରିବା ସମୟରେ କଣ ଉପାୟ କରିବା ଉଚିତ ଏବଂ କେଉଁ ସମୟରେ ଝାଡୁ ମାରିବା ଅନୁଚିତ।
ସକାଳର ସମୟ ବ୍ରହ୍ମ ମୁହୂର୍ତ୍ତର ସମୟ ହୋଇଥାଏ ତେଣୁ ଏହି ସମୟରେ ଦେବତା ମାନେ ବସୁଧା ଉପରକୁ ଆସିଥାନ୍ତି ଏବଂ ରମଣ ପାଇଁ ଯାଇଥାନ୍ତି। ତେଣୁ ଭୋର ୪ ରୁ ସକାଳ ୭ ମଧ୍ୟରେ ସମୟ ଯାହାକି ସୂର୍ଯ୍ୟ ଉଦୟର ସମୟ ହୋଇଥାଏ , ଏହି ସମୟରେ ଯିଏ ଝାଡୁ କରନ୍ତି ସେ ସୁଖ ଶାନ୍ତି ରେ ଏବଂ ହସ ଖୁସି ରେ ରହିଥାନ୍ତି।
ତେଣୁ ସବୁବେଳେ ସୂର୍ଯ୍ୟ ଉଦୟ ପୂର୍ବରୁ ଝାଡୁ କଲେ ମାତା ଲଷ୍ମୀ ଆସି ଆପଣଙ୍କ ଘରେ ବାସ କରିବେ । ଆପଣଙ୍କ ଘର ଧନ ଦଉଲତ, ହସ ଖୁସିରେ ଭରିଯିବ। ସକାଳ ସମୟରେ ଯେଉଁ ଗୃହିଣୀ ଝାଡୁ କରିଥାଏ ତାଙ୍କ ଜୀବନ ସୁଖମୟ ହୋଇଥାଏ। ତାଙ୍କ ଜୀବନରେ କେବେବି ଦୁଖଃ ଆସି ନଥାଏ।ଆମ ଶାସ୍ତ୍ର ରେ ଝାଡୁ ବିଷୟରେ ଅନେକ କଥା ବର୍ଣ୍ଣନା କରାଯାଇଛି। ଆଜି ଆମେ ଝାଡୁର ଭଲ ଏବଂ ଖରାପ ପ୍ରଭାବ ବିଷୟରେ କହିବୁ।
୧:- ଅନ୍ଧାର ହୋଇଗଲା ପରେ ଯଦି ଆପଣ ଝାଡୁ କରୁଛନ୍ତି ତାହେଲେ ଆପଣ ନିଜ ଘରକୁ ଦୁଖଃ, ଦାରିଦ୍ର୍ୟ ଏବଂ ଖରାପ ଶକ୍ତିକୁ ଆମନ୍ତ୍ରଣ କରୁଛନ୍ତି।
୨:- କେତେକ ବ୍ୟକ୍ତି ସ୍ୱପ୍ନରେ ନୁଆ ଝାଡୁ ଧରି ଛିଡ଼ା ହେବାର ଦେଖିଥାନ୍ତି।ଏହାର ଅର୍ଥ ହେଉଛି ଆପଣଙ୍କୁ ସୌଭାଗ୍ୟର ପ୍ରାପ୍ତି ହୋଇଥାଏ। ଆପଣଙ୍କ ଜୀବନରେ ବହୁତ ଭଲ ସଂକେତ ମିଳିଥାଏ ଏବଂ ବହୁତ ଜଲଦି ଆପଣଙ୍କ ଜୀବନ ବଦଳିବାକୁ ଲାଗିଥାଏ।
୩:- ଘର ଭିତରେ ଝାଡୁକୁ ଓଲଟା କିମ୍ବା ଛିଡା କରି ରଖିବା ଅତ୍ୟନ୍ତ ଅସୁଭ ହୋଇଥାଏ।ଯଦି ଆପଣଙ୍କ ଘରେ ଏମିତି ଥାଏ ତାହେଲେ ତୁରନ୍ତ ସମାଧନ କରି ନିଅନ୍ତୁ।କାରଣ ଏହା ଦ୍ୱାରା ଆପଣଙ୍କ ଘରେ କୌଣସି ଅତ୍ୟନ୍ତ ଅଶୁଭ ଘଟଣା ଘଟିପାରେ।
୪:- ଯଦି ଆପଣଙ୍କ ଘରର କୌଣସି ବ୍ୟକ୍ତି ବାହାରକୁ ଯାଇଥାନ୍ତି ତାହେଲେ ତାଙ୍କର ଯିବା ପରେ ଝାଡୁ ଲଗାଇବା ଅତ୍ୟନ୍ତ ଅସୁଭ ହୋଇଥାଏ।
୫:- ଝାଡୁ ଉପରେ ଚଢ଼ି ଯିବା କିମ୍ବା ଝାଡ଼ୁରେ ଗୋଡ଼ ବାଜିବା ଅସୁଭ କଥା ହୋଇଥାଏ। ଅର୍ଥାତ ଆପଣ ଆପଣଙ୍କ ଘରର ସାକ୍ଷାତ ଲାଷ୍ମୀଙ୍କ ଉପରେ ଚଢ଼ିଥାନ୍ତି।
୬:- ଯଦି ଆପଣ ନୂତନ ଘର ତିଆରି କରି ସେହି ଘରକୁ ରହିବାକୁ ଯାଉଛନ୍ତି ତାହେଲେ କେବେ ଭୁଲରେ ବି ପୁରୁଣା ଘରର ଝାଡୁ ସେହି ନୂତନ ଘରକୁ ନେଇ ଯାଆନ୍ତୁ ନାହିଁ।ଏହା ଅତ୍ୟନ୍ତ ଅଶୁଭ ହୋଇଥାଏ।
୭:- ଝାଡୁକୁ ସବୁବେଳେ ଲୁଚାଇ ରଖିବା ଉଚିତ। ଅର୍ଥାତ ଏମିତି ସ୍ଥାନରେ ରଖିବେ ଯେମିତି କୌଣସି ବାହାର ବ୍ୟକ୍ତି ଦେଖି ପାରିବେ ନାହିଁ। ଯେମିତି ଘରର ଲାଷ୍ମୀଙ୍କୁ ଲୁଚାଇ ରଖାଯାଏ ସେହିପରି ଝାଡୁକୁ ଲୁଚାଇ ରଖିବା ଉଚିତ।
୮:- ଝାଡ଼ୁରେ କାହାକୁ ବାଡ଼େଇବା ଉଚିତ ନୁହେଁ। ଏପରି କଲେ ଘର ଉପରେ ମାତା ଲାଷ୍ମୀଙ୍କ କୋପ ଦୃଷ୍ଟି ପଡ଼ିଥାଏ।
୯:-କେବେବି ଝାଡୁକୁ ବାହାରେ କିମ୍ବା ଛାତ ଉପରେ ରଖନ୍ତୁ ନାହିଁ।ଏହା ଏକ ଅସୁଭ ସଂକେତ ଦେଇଥାଏ। ଏମିତି କରିବାରେ ଘରେ ଚୋରିର ସଂକେତ ଦେଇଥାଏ।ତେଣୁ ଏମିତି କରିବା ଉଚିତ ନୁହେଁ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।