କ୍ରିକେଟ ଟୁର୍ଣ୍ଣାମେଣ୍ଟ ଚାଲିଥିବା ବେଳେ ଅଘଟଣ ।

ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଅନେକ ପ୍ରକାରର ଭିଡ଼ିଓ ମାନ ଆପଣ ମାନେ ଦେଖିବାକୁ ପାଉଥିବେ ଭାଇରାଲ ହେଉଥିବାର । ତେବେ ବେଳେ ବେଳେ କିଛି ଏଭଳି ଘଟଣା ଗୁଡିକ ଆମ ମାନଙ୍କ ସାମ୍ନା କୁ ଆସିଥାଏ ଯାହାକୁ ଦେଖିଲେ ଆମେ ମାନେ ସହଜରେ ବିଶ୍ୱାସ କରି ପାରି ନ ଥାଉ ବୋଲି କୁହାଯାଏ । ଆଉ ବର୍ତ୍ତମାନ ସେହି ଭଳି ଏକ ଆଶ୍ଚର୍ଯ୍ୟ ଜନକ ଘଟଣା ଟି ଭାଇରାଲ ହେବାରେ ଲାଗିଛି ।

ଆଉ ଯେଉଁ ଭିଡ଼ିଓ ରେ ଦେଖିବାକୁ ମିଳିଛି କେଉଁ ଭଳି ଭାବରେ କ୍ରିକେଟ୍ ମ୍ୟାଚ୍ ଚାଲିଥିବା ବେଳେ ଆମ୍ପୟାର କୁ କଲା ହତ୍ୟା । ତାହେଲେ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଭିଡ଼ିଓ ଉପରେ ନଜର ପକାଇବା ।ଆପଣ ମାନେ ବେଶ ଭଲ ଭାବରେ ଜାଣିଥିବେ କି ଅନେକ କିଛି କଥା ଏମିତି ରହିଛି ଯାହା ବିଷୟରେ ଆମେ ମାନେ ସୋସିଆଲ ମିଡ଼ିଆ ଜରିଆରେ ଜାଣିବାକୁ ପାଇଥାଉ ।

ବର୍ତ୍ତମାନ ଦୁନିଆ ଦିନକୁ ଦିନ ଖୁବ ଖରାପ ହେବାକୁ ଲାଗିଲାଣି, ପ୍ରତିଦିନ ଏମିତି ଘଟଣା ଗୁଡିକ ଘଟିବାର ଲାଗୁଛି ଯାହାକୁ ଶୁଣିବା ପରେ ଦେହ ଶୀତେଇ ଉଠୁଛି । ମଣିଷ ଆଜି ଯେତିକି ଶିକ୍ଷିତ ହେଉଛନ୍ତି ସେ ସେତିକି ତଳକୁ ତଳକୁ ଖସି ଯାଉଛି ନିଜ ରକ୍ତ ସମ୍ପର୍କୀୟ ବ୍ୟକ୍ତି ମାନେ ହିଁ ଏମିତି ସର୍ବନାଶ କରୁଛନ୍ତି ଯାହା ବିଷୟରେ ଆପଣ କେବେ ହୁଏତ ଚିନ୍ତା ବି କରିନଥିବେ ।ଦିନକୁ ଦିନ ଦୁନିଆରେ ଅନ୍ୟାୟ ଅନିତି,ଦୁର୍ନୀତି ଓ ବଳତ୍କାର ପରି ଅନେକ ଭୟଙ୍କର କାଣ୍ଡ ଘଟୁଛି ।ମଣିଷ ନିଜର କିଛି ସମୟର ଖୁସି ପାଇଁ ଆଖିରେ ଅନ୍ଧ ପୁଟୁଳି ବାନ୍ଧି ଦେଇଛି ଆଉ ସେହି ସମୟରେ ସେ କଣ କରୁଛି ନିଜେ ବି ଜାଣିପାରୁନି ।ତେବେ ସେହିପରି କ୍ରିକେଟ୍ ଖେଳରୁ ହତ୍ୟାକାଣ୍ଡ ମାମଲା ସାମ୍ନାକୁ ଆସିଛି।

କ୍ରିକେଟ୍ ଖେଳରୁ ମହାଭାରତ। ଭୁଲ ନିଷ୍ପତ୍ତି ଅଭିଯୋଗରେ ଆମ୍ପୟାର ଙ୍କୁ ହତ୍ୟା। ଛୁରାମାଡ଼ ସହ ପଛ ପଟୁ ପିଟାପିଟି ହତ୍ୟା। ଆଉ ଏହି ଘଟଣାରେ ରକ୍ତମୁଖା ଗ୍ରାମବାସୀ ଓ ପୋଲିସ ନାକେଦମ୍। ବ୍ରହ୍ମପୁର ଓ ଶଙ୍କରପୁର ବିପକ୍ଷରେ ଆରମ୍ଭ ହୋଇଥିଲା କ୍ରିକେଟ୍ ମ୍ୟାଚ୍। ମ୍ୟାଚରେ ପ୍ରଥମ ବଲ୍ ରେ ହିଁ ଆଉଟ୍ ହୋଇଥିଲେ ବ୍ରହ୍ମପୁର ର ବ୍ୟାଟ୍ସମ୍ୟାନ। ଏହାପରେ ଆମ୍ପୟାର ଭୁଲ ନିଷ୍ପତ୍ତି ଦେଇଥିବା ଦେଇ ଉଭୟ ଦଳ ମଧ୍ୟରେ ଆରମ୍ଭ ହୋଇଥିଲା ଯୁକ୍ତିତର୍କ।


ଆଉ ପରିସ୍ଥିତି ଏଭଳି ହୋଇଥିଲା ଖେଳ ମଧ୍ୟରେ ଆମ୍ପୟାର କୁ ଆକ୍ରମଣ କରି ମାରି ଦେଲେ। ବାଲିଚରା ବ୍ରହ୍ମପୁର ଗ୍ରାମର ଯୁବକ ସ୍ମୃତିରଞ୍ଜନ ରାଉତ ଖେଳର ଆମ୍ପୟାର ଥିବା ମହିଷାଲଣ୍ଡା ଗ୍ରାମର ଲକି ରାଉତଙ୍କୁ ଛୁରିରେ କରିଥିଲେ ଆକ୍ରମଣ। ଘଟଣା ସ୍ଥଳରେ ଲକି ଗୁରୁତର ହୋଇ ପଡ଼ିଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ସଙ୍ଗେ ସଙ୍ଗେ କଟକ ଜିଲ୍ଲା ବଡ଼ ମେଡ଼ିକାଲ କୁ ନେଇଥିଲେ। ହେଲେ ସେଠାରେ ଲକିଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର।

Leave a Comment