ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶନି ଙ୍କ ମନ୍ତବ୍ୟ ଉପରେ ଅନୁଭବ ଙ୍କର ପ୍ରତିକ୍ରିୟା ବର୍ତ୍ତମାନ ସମୟରେ ଦେଖିବା ପାଇଁ ମିଳିଛି | ଗତକାଲି ରମାଦେବୀ ବିଶ୍ୱ ବିଦ୍ୟାଳୟ ରେ ଏକ କାର୍ଯ୍ୟକ୍ରମ ରେ ଯୋଗ ଦେବା ଅବସରରେ ବର୍ଷା ତାଙ୍କ ପାରିବାରିକ ଜୀଵନ ରେ ଆସିଥିବା ଝଡ଼ ବିଷୟ ରେ ଅବତାରଣ କରିଥିଲେ | ଯାହାକି ସେ ପୀଡିତା ଓ ତାଙ୍କ ନାଁ ରେ ଖୁବ ଅପପ୍ରଚାର ହେଉ ଥିବା କଥା ସବୁ ଭାଷଣ ରେ କହି ଥିଲେ |
ସେ କହି ଥିଲେ କି ଯେଉଁ ସବୁ ବ୍ୟକ୍ତି ମାନେ ସମାଜ ପାଇଁ ଏକ ଉଦାହରଣ ସୃଷ୍ଟି କରିଛନ୍ତି ବହୁତ କଥା କହିଲେ ମୋ ପାଇଁ ବହୁତ କମ କଥା ବାକି ରଖି ଦେଇଛନ୍ତି | ସେମାନେ ସବୁ କଥା କହିଲେ ମୁଁ ଏଇଆ କହିବାକୁ ଚାହିଁବି ମୁଁ ବହୁତ ଇମୋସନାଲ ଲୋକ ମାନଙ୍କ ସହ କଥା କହିବା ପାଇଁ ମିଶିବା ପାଇଁ ମୁଁ ବହୁତ ଡରେ |
କିନ୍ତୁ ମୋ ଜୀଵନ ରେ ଏମିତି ଏକ ଝଡ଼ ଆସିଲା ଯାହାକି ମତେ ପୁରା ପରିବର୍ତ୍ତନ କରିଦେଲା ଆଉ ସେହି ବିଷୟ ରେ ମୁଁ କିଛି କହିବା ପାଇଁ ଚାହୁଁନି ବୋଲି ଏହି ଭାଷଣ ରେ ବର୍ଷା ସମସ୍ତ ଙ୍କୁ କହି ଥିଲେ | ତେବେ ବର୍ଷା ତାଙ୍କ ଭାଷଣ ରେ କେଁଉ ଜାଗାରେ ଅନୁଭବ ଙ୍କର ନାଁ ଉଲ୍ଲେଖ କରି ନଥିଲେ କିନ୍ତୁ ସାଂସଦ ଅନୁଭବ ମହାନ୍ତି ନିଜ ଟୁଇଟ ରେ ନିଜର ପ୍ରତିକ୍ରିୟା ରଖିଛନ୍ତି କି, ଯଦି ଅପପ୍ରଚାର ହେଉଛି ତେବେ ଆପଣ ସବୁ ଏହି ବିରୋଧରେ ନିହାତି ମୁହଁ ଖୋଲିବା ଦରକାର | ସେଥିପାଇଁ କିଛି ସରକାରୀ ଦସ୍ତାବିଜ ବିରୁଦ୍ଧରେ ରେ ମୁହଁ ଖୋଲନ୍ତୁ ବୋଲି ଅନୁଭବ ବର୍ଷା ଙ୍କୁ ଟ୍ୟାଗ କରି ଟୁଇଟ କରିଛନ୍ତି |
ତେବେ ସେପଟେ ବର୍ଷା ଙ୍କର ମନ୍ତବ୍ୟ ଗଣ ମାଧ୍ୟମ ରେ ପ୍ରଚାର ହେବା ପରେ ଅନୁଭବ ଙ୍କର ବାନ୍ଧବୀ ଜାଗୃତି ଶୁକ୍ଲା ମଧ୍ୟ ତାଙ୍କ ଫେସବୁକ ରେ ତୁରନ୍ତ ପ୍ରତିକ୍ରିୟା ରଖି ଥିଲେ କି, ସେ ବର୍ଷା ଙ୍କର ନାଁ ନ ନେଇ ଜଣେ ମହିଳା ତାଙ୍କର କିଭଳି ଆଚରଣ ଓ ଉଚ୍ଚାରଣ ରେ ଭିନ୍ନ ବୋଲି ଉଲ୍ଲେଖ କରି ଥିଲେ | ସଶକ୍ତିକରଣର ବାର୍ତା ଦେଉ ଥିବା ଏବଂ ଜୀଵନ ରେ ଏକାକୀ ଆଗକୁ ଯିବା ପାଇଁ ପ୍ରେରଣା ଦେଉ ଥିବା ଜଣେ ମହିଳା ବାସ୍ତବ ଜୀଵନ ରେ ତାଙ୍କ ସ୍ୱାମୀ ଙ୍କ ଟଙ୍କା ପାଇଁ କୋର୍ଟ ରେ ତାଙ୍କ ନିଜକୁ ପୀଡିତା ସଜାଇ ପାରନ୍ତି ସେ କଥା ଉଲ୍ଲେଖ କରି ଥିଲେ ଆଉ ଲେଖି ଥିଲେ | ତେବେ କାଲି ପର୍ଯ୍ୟନ୍ତ ଏହି ଘଟଣା ରେ କେହି କାହାର ନାଁ ନ ନେଇ ଥିଲେ ବି ଆଜି ଅନୁଭବ ସିଧାସଳଖ ବର୍ଷା ଙ୍କ ଉଦେଶ୍ୟରେ ଟୁଇଟ କରିବା ପରେ ଏହି ବିବାଦ ଅଧିକ ଚର୍ଚ୍ଚା ହେବାରେ ଲାଗିଛି |