ମୋତେ ବାହା ହେଲେ ମୋର 2 କୋଟିର ଘର 25 ଲକ୍ଷ ଟଙ୍କା ସରକାରୀ ଚାକୀରୀ ମୁଁ ଆପଣ ଙ୍କୁ ଦେବି !

ପ୍ରତିଦିନ ସୋସିଆଲ ମିଡ଼ିଆ ମାଧ୍ୟମରେ ବହୁତ୍ ଜିନିଷ ଭାଇରାଲ ହେବାରେ ଲାଗିଛି। କେତେବେଳେ ଏହି ସବୁ ଜିନିଷ କୁ ଲୋକେ ଭଲ ଦୃଷ୍ଟିରେ ନେଉଛନ୍ତି ତ ଆଉ କେତେବେଳେ ଏ ସବୁକୁ ଲୋକେ ଜାଣି ଶୁଣି ଖରାପ ଦୃଷ୍ଟି ରେ ଦେଖୁଛନ୍ତି। ଆଉ ସୋସିଆଲ ମିଡ଼ିଆରେ ଆପଣ ଅନେକ ପ୍ରକାରର ଭିଡିଓ ଦେଖିବା ପାଇଁ ପାଉଥିବେ। ଏଥି ମଧ୍ୟରୁ କିଛି ଭିଡିଓ ଦର୍ଶକ ମାନଙ୍କୁ ବହୁତ ମାତ୍ରାରେ ପସନ୍ଦ ଆସୁଥିବା ବେଳେ ଆଉ କେତେକ ଭିଡିଓ କୁ ଦର୍ଶକ ମାନେ ତୀବ୍ର ନିନ୍ଦା କରିଥାନ୍ତି ସମାଲୋଚନା କରିଥାନ୍ତି। ଠିକ୍ ସେମିତି ଏକ ଭିଡିଓ ଏବେ ସୋସିଆଲ ମିଡ଼ିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି ଯାହାକୁ ଆପଣମାନେ ଥରେ ଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବେ।

ତେବେ ଆମ ଭାରତ ଭିତରେ ଏମିତି କିଛି ଘଟଣା ଘଟୁଛି ଯାହାକୁ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ। ଆମ ଭାରତକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶାସନ କରୁଛନ୍ତି। ଆମ ଭାରତ ଭିତରେ ଏତେ ମାତ୍ରାରେ କ୍ରାଇମ୍ ଭାଇରାଲ ହୋଇଛି, ଯଦି ଆପଣ ୟୁଟୁବ ରିଲ୍ସ କିମ୍ବା ଫେସବୁକ ରିଲ୍ସ ବା ଇନଷ୍ଟାଗ୍ରାମ୍ ରେ ରିଲ୍ସ ଦେଖୁଥିବେ ତାହେଲେ ଏବେକା ସମୟରେ ଏହି ରିଲ୍ସ ବହୁତ ମାତ୍ରାରେ ଭାଇରାଲ ହେବାରେ ଲାଗିଛି। ଆଉ ସେହି ସବୁ ଭିଡିଓ ମିଛ ହୋଇଥାଏ। କିନ୍ତୁ କେହି କେହି ତାଙ୍କ କଥାରେ ବିଶ୍ୱାସ କରିଥାନ୍ତି ଆଉ ପରେ ସେମାନଙ୍କୁ ପସ୍ତେଇବାକୁ ପଡ଼ିଥାଏ। ତେବେ ଜାଣିବା ସେହି ଫେକ୍ ଭିଡିଓ ଗୁଡ଼ିକ ବିଷୟରେ।

୧- ତେବେ ଏଠାରେ ଜଣେ ପୋଲିସ କନେଷ୍ଟବଳ କହୁଛନ୍ତି ଯେ ତାଙ୍କର ଗୋଟିଏ ଝିଅ ଅଛି ତାର ଏପର୍ଯ୍ୟନ୍ତ ବିବାହ ହୋଇ ନାହିଁ, ଯଦି ତାକୁ କେହି ବିବାହ କରିବା ପାଇଁ ଚାହିଁବେ ତାହେଲେ ସେହି ବ୍ୟକ୍ତିଙ୍କୁ ସରକାରୀ ବିଭାଗରେ ପୋଲିସ ଚାକିରି କରେଇଦେବ।

୨- ଜଣେ ଯୁବକ କହୁଛନ୍ତି କି ତାଙ୍କ ମାଉସୀ ବିଧବା, ଯିଏ ବିବାହ କରିବା ପାଇଁ ଚାହୁଁଛନ୍ତି ନମ୍ବର ଦିଅନ୍ତୁ କଥା ହୁଅନ୍ତୁ ଆଉ ବାହାଘର ବି କରେଇଦେବେ।

୩- ଏଠାରେ ଜଣେ ଡାକ୍ତର କହିଛନ୍ତି, ତାଙ୍କ ଝିଅକୁ ଯିଏ ବିବାହ କରିବ ତାଙ୍କ ନାଁ ରେ ତାଙ୍କର ଦୁଇ କୋଟିର ଘର ଓ ତାଙ୍କ କ୍ଲିନିକ୍ କରେଇଦେବେ। ଆଉ ସେ ଯେମିତିକି ପିଲା ହେଉ ନା କାହିଁକି ଝିଅ ବିବାହ କରିବା ପାଇଁ ରାଜି।

ତେବେ ଏଭଳି ଶହ ଶହ ଭିଡିଓ ଆପଣମାନେ ଦେଖିବାକୁ ପାଉଥିବେ। ଆଉ ଏହି ସବୁ ଲୋକଙ୍କୁ ଠକିବା ପାଇଁ ଏଭଳି କରୁଛନ୍ତି। ଏହି ଠକ ମାନେ ଗାଁ ଅଞ୍ଚଳକୁ ଯାଇ ଯେଉଁମାନେ ଗାଁ ରେ କିଛି ଜାଣନ୍ତି ନାହିଁ ସେମାନଙ୍କୁ ୫୦୦ କି ହଜାରେ ଟଙ୍କା ଦେଇ ନିଜ ମୋବାଇଲ ରେ ଏମିତି ଭିଡିଓ କରୁଛନ୍ତି। ତାପରେ ଏହି ଭିଡିଓ କୁ ସୋସିଆଲ ମିଡ଼ିଆରେ ଭାଇରାଲ କରିଥାନ୍ତି। ଆଉ ଯେତେବେଳେ ହଜାର ହଜାର ନମ୍ବରରୁ ଫୋନ୍ ଆସେ ସେତେବେଳେ ଏହି ଠକ ମାନେ ଜଣ ଜଣକୁ କରି ଠକିବାରେ ଲାଗନ୍ତି। ତେବେ ଏତେ ଭିଡିଓ ଭାଇରାଲ ହେଉଛି କିନ୍ତୁ ସରକାର କିମ୍ବା ପ୍ରଶାସନଙ୍କ ତରଫରୁ କିଛି କାର୍ଯାନୁଷ୍ଠାନ ଗ୍ରହଣ କରାଯାଉ ନାହିଁ। ଯଦି ଆପଣମାନେ ଏଭଳି ଦେଖୁଛନ୍ତି ତାହେଲେ ଠକାମିର ଶିକାର ହେବାରୁ ନିଜକୁ ବଞ୍ଚାନ୍ତୁ

Leave a Comment