ଝିଅଙ୍କ ପାଇଁ ନୂଆ ଯୋଜନା ଆଣିଲେ ଏହି ସରକାର; ମିଳିବ ୨ଲକ୍ଷ ଟଙ୍କା

ଆମ ସମାଜରେ ଝିଅଟିଏ ଜନ୍ମ ହେଲେ ଘରକୁ ଲଷ୍ମୀ ମାଆଙ୍କର କୃପା ହୋଇଥାଏ ବୋଲି ଆମେ ମାନିଥାଉ | ଏବଂ ଏମିତି ମଧ୍ୟ ଲୋକ ଅଛନ୍ତି ଯୋଉଁ ମାନେ କି ଅଭିଶାପ ବୋଲି ଭାବିଥାନ୍ତି | ସେମାନେ ଭୁଲି ଯାନ୍ତି ଯେ ଝିଅ ମାନେ ଜନ୍ମ ନ ହେଲେ ସଂସାର ଏବଂ ଏ ସୃଷ୍ଟି କିଛି ବି ରହିବ ନାହିଁ | ଝିଅ ମାନଙ୍କୁ ବଝୋ ବୋଲି ନ ଭାବିବା ପାଇଁ ଆମ ଭାରତ ସରକାର ବିଭିନ୍ନ ପ୍ରକାର ଯୋଜନା ମାନ ନିୟମ ଲାଗୁ କରିଛନ୍ତି, ସେମାନଙ୍କର ସ୍ୱାବଲମ୍ବୀ ହେବା ପାଇଁ | ସେଇଥି ମଧ୍ୟରୁ ପ୍ରଚାଳିତ ସୁକନ୍ୟା ଯୋଜନା ଦ୍ୱାରା ଝିଅ ମାନେ ବହୁତ ଉପକୃତ ହେଉଛନ୍ତି |

ଆପଣ ମାନେ ଜାଣିଥିବେ ସୁକନ୍ୟା ସମୃଦ୍ଧି ଯୋଜନା ବିଷୟରେ ଯାହା କେନ୍ଦ୍ର ସରକାର ଙ୍କ ଗୋଟିଏ ପ୍ରୟାସ ଯାହା ଦ୍ୱାରା ସାଧାରଣ ଲୋକ ସାହାଯ୍ୟ ପାଇପାରିବ ସରକାର ଙ୍କ ଏହି ଯୋଜନା ବେଟି ପଢାୟ,ବେଟି ବାଚୟ ରେ ଅନ୍ତର୍ଭୁକ୍ତ ଯାହା ଆପଣ ମାନେ ଜାଣିଥିବେ ଏହି ଯୋଜନା କେବେଳ ସେଇମାନଙ୍କ ପାଇଁ ଉପଲବ୍ଧ ଯେଉଁମାଙ୍କର 2 ଟି ଝିଅ ଥିବ ଓ ସେମାନଙ୍କ ର ବୟସ 10 ବର୍ଷ ହେଇଥିବ, ସେମାନେ ଏହି ଯୋଜନା ପାଇଁ ଆବେଦନ କରିପାରିବେ | ସେହିପରି ବର୍ତ୍ତମାନ UP ସରକାର ଲାଗୁ କରିଛନ୍ତି ଝିଅମାନଙ୍କ ପାଇଁ ଏକ ନୂଆ ଯୋଜନା ଯାହାର ନାମ ରହିଛି ଭାଗ୍ୟଲକ୍ଷ୍ମୀ ଯୋଜନା । ତେବେ ଚାଲନ୍ତୁ ଜାଣିନେବା କଣରହିଛି ଏହି ଯୋଜନାର ବିଶେଷତ୍ଵ ।

ତେବେ ଆପଣମାନେ ଜାଣିଥିବେ ଯେ ମହିଳାଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ସରକାରଙ୍କ ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଉଛି । ବର୍ତ୍ତମାନ ସମୟରେ କୁନିକୁନି ଝିଅଙ୍କ ପାଇଁ ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ଯୋଜନା କରାଯାଇଛି । ଯେଉଁ ଯୋଜନା ମାଧ୍ୟମରେ ଝିଅମାନେ ଟଙ୍କା ପାଇପାରିବେ । ଅତୀତରେ ‘ସୁକନ୍ୟା ଯୋଜନା’କୁ ନେଇ ବେଶ୍‌ ଚର୍ଚ୍ଚା ହୋଇଥିବା ବେଳେ ବର୍ତ୍ତମାନ ‘ଭାଗ୍ୟଲକ୍ଷ୍ମୀ ଯୋଜନା’ ଆଣିପାରେ ଝିଅମାନଙ୍କ ପାଇଁ ବଶେଷ ଖୁସି ।‘ଭାଗ୍ୟଲକ୍ଷ୍ମୀ ଯୋଜନା’ ମଧ୍ୟମରେ ଝିଅମାନଙ୍କୁ ଅନେକ ସୁବିଧା ମିଳିବ । ଉତ୍ତର ପ୍ରଦେଶର ଯୋଗୀ ସରକାର ଏହି ଯୋଜନାକୁ ଚାଲୁ ରଖିଛନ୍ତି ।

ରାଜ୍ୟରେ ଗରୀବ ଶ୍ରେଣୀର ଲୋକଙ୍କ ପାଇଁ ଏହି ଯୋଜନା ଚାଲୁରହିଛି । ସରକାରଙ୍କ ପକ୍ଷରୁ ଦିଆଯାଇଥିବା ନିୟମ ଅନୁସାରେ ଗରୀବ ଶ୍ରେଣୀର ଲୋକମାନେ ଏଥିପାଇଁ ଆବେଦନ କରିପାରିବେ ।ସୂଚନା ମୁତାବକ ଯୋଗୀ ସରକାରଙ୍କ ପକ୍ଷରୁ ଗରୀବ ଶ୍ରେଣୀର କୁନି କୁନି ଝିଅଙ୍କ ପାଇଁ ଏହି ଯୋଜନା କରାଯାଇଛି । ଝିଅଙ୍କ ନାଁରେ ଯୋଗୀ ସରକାର ପ୍ରଥମେ 50 ହଜାର ଟଙ୍କାର ବଣ୍ଡ୍‌ ପ୍ରଦାନ କରିଥା’ନ୍ତି । ଯାହାକି 21 ବର୍ଷ ପରେ ଏହି ବଣ୍ଡ୍‌ର ମେଚ୍ୟୁରିଟି ହୋଇଥାଏ । ମେଚ୍ୟୁରିଟି ହେବା ପରେ ଏହା 2ଲକ୍ଷ ଟଙ୍କାରେ ପହଞ୍ଚିଥାଏ ।ଖାଲି ସେତିକି ନୁହେଁ ଝିଅଟିକୁ ଜନ୍ମ ଦେଇଥିବା ମା’ଙ୍କୁ ମଧ୍ୟ ପ୍ରସବ ପରେ 5,100 ଟଙ୍କା ପ୍ରଦାନ କରିଥା’ନ୍ତି ସରକାର । ଝିଅଟି ଧୀରେ ଧୀରେ ବଢ଼ିବା ପରେ ତାର ପାଠପଢ଼ା ପାଇଁ ସରକାର ମଧ୍ୟ ଆର୍ଥିକ ରାଶି ପ୍ରଦାନ କରିଥାଆନ୍ତି ।

Leave a Comment