ତେବେ ଆଜି ହେଉଛି ବର୍ଷର ଶେଷ ସୂର୍ଯ୍ୟ ପରାଗ, ଆପଣ ତ ଏହା ଜାଣନ୍ତି ଯେ ବିଜ୍ଞାନ ଅନୁସାରେ ଏହି ସୂର୍ଯ୍ୟ ପରାଗ ଟି ସେତେ ବେଳେ ଦେଖା ଯାଏ ଯେତେ ବେଳେ ସୂର୍ଯ୍ୟ, ଚନ୍ଦ୍ର ଏବଂ ପୃଥିବୀ ଗୋଟିଏ ସମାନ୍ତରଣ ରେଖା ରେ ଅବସ୍ଥାନ କରନ୍ତି ସେତେ ବେଳେ ସୂର୍ଯ୍ୟ ପରାଗ ହୋଇ ଥାଏ | ଏହି ସୂର୍ଯ୍ୟ ପରାଗ ହେବା ସମୟରେ ଅନେକ ନିୟମ ମଧ୍ୟ ରହିଛି ଯାହାକି ମାନି ଚଳିବା ଆବଶ୍ୟକ ନଚେତ ଘରକୁ କେବଳ ନକାରାତ୍ମକ ଶକ୍ତି ପ୍ରବେଶ କରିଥାଏ | ତେବେ ଆସନ୍ତୁ ଜାଣିବା ପରାଗ ସମୟରେ କେଉଁ କେଉଁ ସବୁ ନିୟମ କୁ ମାନି ଚଳିବା ଉଚିତ |
ସୂର୍ଯ୍ୟ ପରାଗ ସମୟରେ କଣ କରିବେ ନାହିଁ :-
1. ତେବେ ସୂର୍ଯ୍ୟ ପରାଗ ହେବାର 12 ଘଣ୍ଟା ପୂର୍ବରୁ ଆପଣ ମାନେ ପାକ ତ୍ୟାଗ ଅର୍ଥାତ ହାଣ୍ଡି ଛାଡ଼ କରନ୍ତୁ | ଆପଣ ଏହି ସମୟରେ କୌଣସି ରୋଷେଇ ଆଦି କାର୍ଯ୍ୟ କଦାପି କରନ୍ତୁ ନାହିଁ କି ରୋଷେଇ ହୋଇ ଥିବା ଖାଦ୍ୟ କୁ ଆଦୌ ଗ୍ରହଣ କରନ୍ତୁ ନାହିଁ | ସୂର୍ଯ୍ୟ ପରାଗ ସମୟରେ ଆପଣ କେବଳ ଚୂଡ଼ା, ମୁଢ଼ି, ବିସ୍କୁଟ, ନାଶ୍ତା ଇତ୍ୟାଦି ଖାଦ୍ୟ ଖାଇ ପାରିବେ |
2. ସୂର୍ଯ୍ୟ ପରାଗ ସମୟରେ ଆପଣ ଠାକୁର ଙ୍କୁ ପୂଜା ଅର୍ଚନା କରନ୍ତୁ ନାହିଁ କି ଠାକୁର ଘର କୁ ଯାଆନ୍ତୁ, ଏହା ଠାରୁ ଆହୁରି ଭଲ ହେବ ଯଦି ଆପଣ ଠାକୁର ଘରକୁ ବନ୍ଦ ରଖି ଦେବେ | ଏହା ସହିତ ଏହି ପରାଗ ସମୟରେ ଆପଣ କୌଣସି ବି ଶୁଭ କାର୍ଯ୍ୟ କରନ୍ତୁ ନାହିଁ ଏଥିରେ ଖୁବ ଅଶୁଭ ହୋଇଥାଏ |
3. ଚନ୍ଦ୍ରଗ୍ରହଣ ହେବା ସମୟରେ ଗର୍ଭବତୀ ସମୟରେ ଶୋଇବା ଉଚିତ ନୁହେଁ କିମ୍ବା ଏହି ସୂର୍ଯ୍ୟ ପରାଗ କୁ ଦେଖିବା ଉଚିତ ନୁହେଁ | ଏହି ସମୟ ରେ ଗର୍ଭବତୀ ମହିଳା ମାନେ ହାତ ରେ ଏକ ନଡ଼ିଆ ଓ ହଳଦୀ ଖଣ୍ଡ କୁ ଧରି ଭଗବାନ ଙ୍କୁ ସ୍ମରଣ କରିବା ତଥା ଭଗବାନ ଙ୍କ ର କୌଣସି ମନ୍ତ୍ର ଜପ କରିବା ଶୁଭ ହୋଇଥାଏ |
4. ଏହି ସୂର୍ଯ୍ୟ ପରାଗ ସମୟରେ ବାହାରକୁ ଯିବା ଆଦୌ ଉଚିତ ନୁହେଁ କେବଳ ଘରେ ହିଁ ରୁହନ୍ତୁ ଏବଂ ଘରେ ରହି ଭଗବାନ ଙ୍କର ନାମ ଜପ କରନ୍ତୁ | ଏହା ଛଡ଼ା ପରାଗ ସମୟରେ ବୃକ୍ଷ କୁ ମଧ୍ୟ ଛୁଇଁବା ଉଚିତ ନୁହେଁ ଏଭଳି ନିୟମ ମାନନ୍ତୁ ଯାହା ଦ୍ୱାରା ସବୁ ଅନିଷ୍ଟ ଶୁଭ ଫଳ ରେ ପ୍ରାପ୍ତି ହୋଇଯିବ |
5. ସୂର୍ଯ୍ୟ ପରାଗ ସମାପ୍ତ ହେବା ପରେ ଆପଣ ମାନେ ପ୍ରଥମେ ସ୍ନାନ କରି ନିଅନ୍ତୁ ଏବଂ ସୂର୍ଯ୍ୟ ଙ୍କୁ ଦର୍ଶନ କରନ୍ତୁ | ତା ପରେ ଆପଣ ଖାଦ୍ୟ ଗ୍ରହଣ ଓ ରୋଷେଇ କରି ପାରିବେ, ଏହା ସହିତ ସୂର୍ଯ୍ୟ ପରାଗ ସମାପ୍ତ ହେବା ପରେ ଆପଣ ଠାକୁର ଙ୍କୁ ପିନ୍ଧେଇ ଥିବା ବସ୍ତ୍ର କୁ ବାହାର କରି ତାକୁ ଧୋଇ ନିଅନ୍ତୁ | ତେବେ ଏହି ସୂର୍ଯ୍ୟ ପରାଗ ର ସମୟ ସୀମା ସମୟ ରେ ଆପଣ ଏହିପରି ସବୁ କାର୍ଯ୍ୟ କରନ୍ତୁ ନାହିଁ ନଚେତ ନିଜେ ହିଁ ହଇରାଣ ରେ ପଡିବେ |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।