ଦେଖନ୍ତୁ viral ଭିଡିଓ ,ଦେଖନ୍ତୁ ଏହି ଝିଅ ପୁଅ ମାନଙ୍କୁ ଏପରି କହୁଛନ୍ତି,,,ପୁରା ଭିଡିଓ ଦେଖିଲେ ଆପଣଙ୍କ ହୋସ ରହିବନି

ଆମ ସମାଜରେ ନାରୀ ଓ ପୁରୁଷ ହେଉଛନ୍ତି ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ବ ସଦୃଶ । ସମାଜରେ ନାରୀଟିର ଯେତିକି ଭୂମିକା ରହିଛି ପୁରୁଷର କିନ୍ତୁ ତାଠାରୁ ଆହୁରି ଅଧିକ ଭୂମିକା ରହିଛି । ବର୍ତ୍ତମାନ ଯୁଗ ବଦଳିଲାଣି ଆଉ ଯୁଗ ବଦଳିବା ସହିତ ନାରୀ ମାନେ ମଧ୍ୟ ବହୁତ ଆଗକୁ ଗଲେଣି ଏବଂ ପୁରୁଷଙ୍କ ସହିତ ସମସ୍କନ୍ଧ ହୋଇ ପାରିଲେଣି । କିନ୍ତୁ ତଥାପି ଦେଖିବାକୁ ଗଲେ ନାରୀ ପୁରୁଷ ଠାରୁ ସାମାନ୍ୟ ତଳ ସ୍ତରରେ ରହିଛି । କାହିଁକି ନାଁ ଜଣେ ପୁରୁଷ ହେଉଛି ପରିବାରର ମେରୁଦଣ୍ଡ ଆଉ ମେରୁଦଣ୍ଡ ସବୁବେଳେ ପଛରେ ହିଁ ରହିଥାଏ ଆପଣ ମାନେ ବେଶ୍ ଭଲ ଭାବରେ ଜାଣିଥିବେ ।

ଅର୍ଥାତ ଆମର କହିବାର ତାତ୍ପର୍ଯ୍ୟ ହେଉଛି ପୁରୁଷଟି ନିଜ ପରିବାର ପାଇଁ ନିଜର ସମସ୍ତ ଦୁଃଖ କଷ୍ଟକୁ ଛାତିରେ ଚାପି ଦିନରାତି କଠିନ ପରିଶ୍ରମ କରି ତାର ପରିବାର ପାଇଁ ରୋଜଗାର କରେ ଆଉ ସମସ୍ତଙ୍କ ଆଗରେ ଖୁସି ଥିବାର ଦେଖାଇ ହୋଇଥାଏ । ଆପଣମାନେ କହିବେ ନାରୀମାନେ ଅର୍ଥାତ ମାଁ ମଧ୍ୟ ତାର ସବୁ ଦୁଃଖକଷ୍ଟକୁ ଛାତିରେ ଚାପି ଧରି ସମସ୍ତଙ୍କ ଖୁସି ପାଇଁ ନିଜର ଖୁସିକୁ ଦୀପର ସଳିତା ପରି ଜାଳି ଦେଇଥାଏ । ଆଜ୍ଞା ହଁ ତାହା ସଂମ୍ପୂର୍ଣ୍ଣ ସତ୍ୟ ଅଟେ ।

ଝିଅଟି ନିଜର ସମସ୍ତ ଦୁଃଖକଷ୍ଟକୁ ତା ଆତ୍ମୀୟ ପରିଜନଙ୍କ ସାମ୍ନାରେ କାନ୍ଦିକାନ୍ଦି କହି ପାରୁଥିବା ବେଳେ ପୁଅଟି ତାର ସମସ୍ତ ଦୁଃଖକଷ୍ଟକୁ ନିଜ ମନ ଭିତରେ ଚାପି ରଖି ଖୁସି ଥିବାର ଦେଖେଇ ହୋଇଥାଏ । ଥରେ ନିଜ ହୃଦୟରୁ ଚିନ୍ତା କରି ଦେଖିଲେ କଣ ସତରେ ପୁଅ ହେବା ଏତେ ସହଜ, କଣ ସତରେ ସମସ୍ତ ପୁଅ ବହୁତ ଖୁସିରେ ରହିଥାନ୍ତି , କଣ ସେମାନଙ୍କୁ କଷ୍ଟ ହୁଏନି, କଣ ସେମାନଙ୍କ ଆଖିରେ କେବେ ଲୁହ ଝରେନି । ଆଜ୍ଞ ହଁ ସେମାନଙ୍କର ମଧ୍ୟ ହୃଦୟ ଅଛି ଏବଂ ସେମାନଙ୍କୁ ମଧ୍ୟ ବହୁ ଯନ୍ତ୍ରଣା ହୋଇଥାଏ କିନ୍ତୁ ସେମାନେ ତାହାକୁ କାହା ଆଗରେ ପ୍ରକାଶ କରିପାରନ୍ତି ନାହିଁ ।


ତେବେ ଆପଣମାନେ ତ ସମସ୍ତେ ସୋସିଆଲ ମିଡିଆ ସହ ନିଶ୍ଚିତ ଭାବରେ ଜଡିତ ଥିବେ । ସୋସିଆଲ ମିଡିଆରେ ପ୍ରତିଦିନ କିଛି ନାଁ କିଛି ଅଜବ ଘଟଣା ସବୁ ଘଟୁ ଥିବାର ଭିଡିଓ ଏବଂ ଫୋଟ ସବୁ ଭାଇରାଲ ହୋଇଥାଏ । ବର୍ତ୍ତମାନ ସମୟରେ ସେହିପରି ଗୋଟିଏ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ମୋବାଇଲ୍ ରୁ ମୋବାଇଲ୍ ନିଆଁ ଭଳି ଭାଇରାଲ ହେବାରେ ଲାଗିଛି । ତେଣୁ ଚାଲନ୍ତୁ ଜାଣିବା କଣ ସେହି ଭିଡିଓ ବିଷୟରେ ।

 

ଭିଡିଓଟିରେ ଦେଖିବାକୁ ମିଳିଛି ଜଣେ ଝିଅଟି ପୁଅ ମାନଙ୍କ ବିଷୟରେ ବହୁତ ଅକୁହା କଥା ସବୁ କହୁଛି । ତାର କହିବା କଥା କିଏ କହିଲା ପୁଅମାନଙ୍କର ଜୀବନରେ କଷ୍ଟ ନାହିଁ । ଘର ଛାଡି ଦୂର ଦେଶକୁ ଯାଆନ୍ତି ନିଜ ପରିବାର ଖୁସି ପାଇଁ , 12 ଘଣ୍ଟା ଡ୍ୟୁିଟି ପରେ 24 ଘଣ୍ଟା ଓଭର ଡ୍ୟିଟି କରନ୍ତି, 10,000 ଦରମା ପାଇଲେ 2000 ରଖି 8000 ଘରକୁ ଦିଅନ୍ତି , ନିଜ ଘରକୁ 15-30 ପାଇଁ ବୁଲିବା ପାଇଁ ଆସନ୍ତି କୁଣିଆ ହୋଇ,

ନିଜ ହାତରେ ପାଣି୍ ଗ୍ଲାସଟେ ଆଣି ପିଉନଥିବା ପୁଅ ନିଜ ହାତରେ ରୋଷେଇ କରେ ଖାଇଥାଏ ନିଜ ଘରର ଖୁସି ପାଇଁ । ଥରେ ସେ ପୁଅକୁ ପଚାର ତା ହୃଦୟରେ ସେ କେତେ କଷ୍ଟ ଚାପି ରଖିଛି କିନ୍ତୁ କେବେ କହେ ନାହିଁ କାରଣ ନିଜ ପରିବାର ଖୁସି ପାଇଁ । ତେଣୁ ସେହି ପୁଅ ମାନଙ୍କୁ ଝିଅଟି ସାଲ୍ୟୁଟ ଜଣାଇଛନ୍ତି ଯେ୍ଉଁମାନେ ଘର ଛାଡି ଦୂର ସହରରେ ରହୁଛନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment