Joint pain – ମାତ୍ର ୧୫ ମିନିଟ୍ ରେ ( ହାତ,ଗୋଡ଼,ଅଣ୍ଟା ) ବିନ୍ଧା ଭଲ ହୋଇଯିବ,,କରନ୍ତୁ ଏହି ଘରୋଇ ଉପଚାର…..

ତେବେ ଅନେକ ସମୟରେ ଅନେକ କାରଣ ଯୋଗୁଁ ଆମକୁ ଜଏଣ୍ଟ ପେନ ବା ଆଣ୍ଠୁ ଗଣ୍ଠି ବିନ୍ଧା ଭଳି ସମସ୍ୟା ହୋଇଥାଏ, ସାଧାରଣତଃ ବୟସ ଅଧିକ ହେଲେ ଆମ ଜଏଣ୍ଟ ବା ଆଣ୍ଠୁରେ କଷ୍ଟ ହେବାକୁ ଲାଗିଥାଏ | କେବଳ ଆଣ୍ଠୁ ନୁହେଁ ଆମ କାନ୍ଧ, ବେକ ଏମିତି ଅନେକ ଜାଗାରେ ଯନ୍ତ୍ରଣା ଅନୁଭବ ହୋଇ ଥାଏ | ବୟସ ଅଧିକ ହେବା ମାତ୍ରେ ଏମିତି ସବୁ ସମସ୍ୟା ଦେଖିବା ପାଇଁ ମିଳିଥାଏ କିନ୍ତୁ ଆଜିକାଲି ଛୋଟ ବଡ଼ ସମସ୍ତଙ୍କ ମଧ୍ୟରେ ଏହି ଆଣ୍ଠୁ ଗଣ୍ଠି ସମସ୍ୟା ଦେଖିବା ପାଇଁ ମିଳେ | କ୍ୟାଲସିୟମ ଅଭାବ ଯୋଗୁଁ ଆପଣ ଙ୍କୁ ଏହି ସମସ୍ୟା ଭୋଗିବା ପାଇଁ ପଡିଥାଏ | ତେବେ ଆଜି ଏଭଳି ଏକ ଉପଚାର ସମ୍ପର୍କ ରେ ଜଣେଇବୁ ଯାହା ଦ୍ୱାରା ଆପଣ ଙ୍କର ଏହି ସମସ୍ୟା ଦୂର ହୋଇଯିବ | ତେବେ ଆଜି ଏଭଳି ଏକ ତେଲ ପ୍ରସ୍ତୁତି ସମ୍ପର୍କ ରେ କହିବୁ ଯାହା ଆପଣ ଜଏଣ୍ଟ ପେନ ସମସ୍ୟା ସବୁଦିନ ପାଇଁ ଦୂର କରିଦେବ |

ଆବଶ୍ୟକ ସାମଗ୍ରୀ :-
1. ସୋରିଷ ତେଲ, 2. ଡାଲଚିନି, 3. ରସୁଣ ଏବଂ 4. ମେଥି |

ପ୍ରସ୍ତୁତି ପ୍ରଣାଳୀ :-
ପ୍ରଥମେ ଆପଣ ଏକ ତାଟିଆ କୁ ଏକ ପ୍ୟାନ ରେ ବସାଇ ଗରମ କରନ୍ତୁ, ତେବେ ଏଥିପାଇଁ ଆପଣ ଙ୍କୁ ପ୍ରଥମ ସାମଗ୍ରୀ ର ଆବଶ୍ୟକ ପଡ଼ିବ ତାହା ହେଉଛି ସୋରିଷ ତେଲ | ବହୁତ ପୁରାତନ କାଳରୁ ଏହି ସୋରିଷ ତେଲ ଆପଣଙ୍କ ଆଣ୍ଠୁ ଗଣ୍ଠି ଭଳି ସମସ୍ୟା କୁ ଦୂର କରିବା ପାଇଁ ସାହାଯ୍ୟ କରିଥାଏ | ତେବେ 10 ଚାମଚ ସୋରିଷ ତେଲ ନିଅନ୍ତୁ ଏବଂ ସେହି ତାଟିଆ ରେ ଏହି ସୋରିଷ ତେଲକୁ ପକାନ୍ତୁ |

ଏହାପରେ ଏକ ବଡ଼ ଖଣ୍ଡ ଡାଲଚିନି ନିଅନ୍ତୁ ଏହି ଡାଲଚିନି ମଧ୍ୟ ଆମ କଷ୍ଟ କୁ ଦୂର କରି ଦେଇଥାଏ | ତେବେ ଏହି ଡାଲଚିନି କୁ ଛୋଟ ଛୋଟ ପିସ ରେ ଭାଙ୍ଗି ସୋରିଷ ତେଲରେ ପକାନ୍ତୁ ଏବଂ ଏହାପରେ 3 କି 4ଟି ରସୁଣ ନେଇ ସେହି ତେଲରେ ପକାନ୍ତୁ | ଏହାପରେ ଶେଷ ସାମଗ୍ରୀ ହେଉଛି ମେଥି ଅଧା ଚାମଚ ମେଥିର ପ୍ରୟୋଗ ଆପଣ ଏହି ତେଲରେ କରନ୍ତୁ | ତେବେ ଏହାପରେ 10 ମିନିଟ ପର୍ଯ୍ୟନ୍ତ ଆପଣ ଏହି ତେଲକୁ ଏହିଭଳି ଫୁଟାନ୍ତୁ ଏବଂ 10 ମିନିଟ ପରେ ଏହାକୁ ହାଲକା ଥଣ୍ଡା ହେବା ପାଇଁ ଛାଡ଼ି ଦିଅନ୍ତୁ |

ବ୍ୟବହାର ପ୍ରଣାଳୀ :-

ଦିନର ଯେକୌଣସି ସମୟରେ ଆପଣ ଏହାର ପ୍ରୟୋଗ କରନ୍ତୁ, କିନ୍ତୁ ରାତିରେ ଶୋଇବା ପୂର୍ବରୁ ଏହାକୁ ପ୍ରୟୋଗ କଲେ ଏହା ଖୁବ ଲାଭ ଦାୟକ ହୋଇ ଥାଏ | ତେବେ ଆପଣ ଙ୍କର ଆଣ୍ଠୁ ଗଣ୍ଠି ବିନ୍ଧୁ ଥିବା ଜାଗାରେ ଆପଣ ଏହି ତେଲକୁ ଲଗାନ୍ତୁ ଅର୍ଥାତ ମାଲିସ କରନ୍ତୁ | ଆପଣ ଏହାକୁ 15 ମିନିଟ ପର୍ଯ୍ୟନ୍ତ ଭଲ ଭାବରେ ମାଲିସ କରନ୍ତୁ, ଏହାକୁ କିଛିଦିନ ପ୍ରୟୋଗ କରିବା ଦ୍ୱାରା ଆପଣଙ୍କର ଆଣ୍ଠୁ ଗଣ୍ଠି ବିନ୍ଧା ସବୁଦିନ ପାଇଁ ଦୂର ହୋଇଯିବ |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment