Jyotisha Shastra – କନ୍ୟା, ମୀନ, କୁମ୍ଭ ବୃଷ, ସାବଧାନ –ସ୍ଵାସ୍ଥ୍ୟ, ଭାଗ୍ୟ ବୃତ୍ତି, ପ୍ରେମ, ରଙ୍ଗ ଅନୁସାରେ ଜାଣନ୍ତୁ ଦିନ ଆଜି କିପରି କଟିବ |

ଆଜି ଆମେ ଜାଣିବା 5ଟି ରାଶିର ବୃତ୍ତି ,ପ୍ରେମ , ବ୍ୟବସାୟ , ଚାକିରି ବିଷୟରେ ଜାଣିବା ।ବୃଷ-ନୂତନ ଗୃହ ନିର୍ମାଣର ସୁଯୋଗ ଆସିବ । ମାଲିମକନ୍ଦମାରେ ସାମାନ୍ୟ ସଫଳତା ମିଳିବ । କର୍ମକ୍ଷେତ୍ରରେ ଅତ୍ୟଧିକ ପରିଶ୍ରମ କରିବାକୁ ପଡିବ । ଆୟ ଅପେକ୍ଷା ବ୍ୟୟ ଅଧିକ ରହିବ । ପାରିବାରିକ ଜୀବନରେ ଅଭାବ ରହିବା ହେତୁ ଧାର କରଜ ଲାଗି ରହିବ । ସାମୟୀକ ଶାରିରୀକ ଅସୁସ୍ଥତା ଲାଗି ରହିବ । ବ୍ୟବସାୟ – ବାଣିଜ୍ୟରେ କ୍ଷତି ତଥା ଅଜଥା ବ୍ୟୟ କରିବାକୁ ପଡିବ । ମହିଳା ମାନେ ଧର୍ମପରାୟଣ ହେବେ । ଛାତ୍ରଛାତ୍ରୀ ମାନେ ବିଦ୍ୟାରେ ମନୋନିବେଶ କରି କୃତିତ୍ୱ ହାସଲ କରିବେ ।ପ୍ରେମ: ସମ୍ପର୍କ ସହିତ ସକରାତ୍ମକତା ବୃଦ୍ଧି ପାଇବ |

କନ୍ୟା-ସରକାରୀ କର୍ମ କ୍ଷେତ୍ରରେ ଆୟ ବୃଦ୍ଧି ପାଇବ । ଅଧିକ ପରିଶ୍ରମ ଦ୍ୱାରା କାର୍ଯ୍ୟ ସଫଳ ହେବ । କୈାଣସି ଅସୁବିଧାର ସମ୍ମୁଖିନ ହୋଇ ପାରନ୍ତି । ସମୟ ସମୟରେ ଅସୁସ୍ଥତା ଅନୁଭବ କରିବେ । ପାରିବାରିକ ଜୀବନରେ ଆବଦ୍ଧ ରହିବେ । ଚାକିରିରେ ପ୍ରାଧାନ୍ୟ ବୃଦ୍ଧି ପାଇବ । ମନ ଭଲ ରହିବା କାରଣରୁ ବନ୍ଧୁଙ୍କ ସହିତ ଦୂର ସ୍ଥାନକୁ ଯାତ୍ରା କରି ପାରନ୍ତି । ମହିଳା ମାନେ ପୂଜାପୂଜିରେ ମନୋନିବେଶ କରିବେ । ଛାତ୍ରଛାତ୍ରୀ ମାନେ ଶିକ୍ଷା କ୍ଷେତ୍ରରେ ପ୍ରଶଂସା ଭାଜନ ହେବେ ।ପ୍ରେମ: ସମସ୍ତଙ୍କ ସହ ସମ୍ପର୍କ ସମ୍ବନ୍ଧୀୟ ଆଲୋଚନା ବିଷୟରେ ଆଲୋଚନା କରନ୍ତୁ ନାହିଁ |

କୁମ୍ଭ-ବ୍ୟବସାୟରେ ଲାଭ, କ୍ଷତି ସମାନ୍ ରହିବ । କୈାଣସି ବ୍ୟକ୍ତିର ସାହାର୍ଯ୍ୟରେ ବ୍ୟବସାୟରେ ଆର୍ôଥକ ଲାଭ ହୋଇପାରେ । ଅଧିନସ୍ଥ କର୍ମଚାରୀଙ୍କ ସହ ବିବାଦ ଦେଖା ଦେଇପାରେ । ପାରିବାରିକ ଜୀବନରେ ସହଯୋଗ ମିଳିବ । ମହିଳା ମାନେ ଚିନ୍ତିତ ରହିବେ । ଗମନା ଗମନ କରିବା ସମୟରେ ସାବଧାନତା ଅବଲମ୍ବନ କରନ୍ତୁ । ବିଦ୍ୟାର୍ଥୀ ମାନେ ପଢାପଢି ଓ କ୍ରୀଡା କ୍ଷେତ୍ରରେ ସମ୍ମାନିତ ହେବେ ତଥା ପ୍ରସନ୍ନ ରହିବେ ।ପ୍ରେମ: ପ୍ରେମ ଜୀବନ ସହିତ ଜଡିତ ଚିନ୍ତା ଦୂର ହେବ |

ମୀନ-ବ୍ୟବସାୟ ଓ କର୍ମ କ୍ଷେତ୍ରରେ ଉନ୍ନତି ହେବ । ଆତ୍ମ ବଳ ଦୃଢ ହେବ । ପରିଶ୍ରମ ଦ୍ୱାରା ଅଟକି ରହିଥିବା କାମକୁ ପୂରା କରିବେ । ଗୃହରେ କୈାଣସି ମାଙ୍ଗଳିକ କାର୍ଯ୍ୟ ସମ୍ପାଦନା ହୋଇପାରେ । ଦୂର ଦୃଷ୍ଟି ଅଭାବରୁ ଅଭାବ ଦେଖାଦେବ । ଧାର କରଜ କରି ପାରନ୍ତି । ଚାକିରିରେ ଦୂର ଯାତ୍ରାର ସମ୍ଭାବନା ରହିଛି । କୈାଣସି ନୂତନ ଯାନ, ବାହନ କିଣି ପାରନ୍ତି । କର୍ମ କ୍ଷେତ୍ରରେ ଅବହେଳା ପ୍ରଦର୍ଶନ କରିବେ । ମହିଳା ମାନେ ଇଶ୍ୱର ବିଶ୍ୱାସି ହେବେ । ଛାତ୍ରଛାତ୍ରୀ ମାନେ ପଢାରେ ପଛେଇ ଯିବେ ଓ ହତୋସ୍‌ôାହ ହେବେ ।ପ୍ରେମ: ପରିବାରର ଦୃଢ ବିରୋଧ ଆପଣଙ୍କୁ ତୁମର ସମ୍ପର୍କ ନିଷ୍ପତ୍ତି ବଦଳାଇବାକୁ ବାଧ୍ୟ କରିପାରିବ |

ସିଂହ-ବ୍ୟବସାୟରେ ଉନ୍ନତି ପଥରେ ଅଗ୍ରସର ହେବେ । ଆକସ୍ମିକ ଧନ ଲାଭର ସୂଚନା ମିଳିବ । କର୍ମ କ୍ଷେତ୍ରରେ ସଫଳତା ଲାଭ କରିବେ । ମାନସମ୍ମାନ ବୃଦ୍ଧି ପାଇବ । ଈଚ୍ଚିତ କାର୍ଯ୍ୟ ପୂରଣ ହେବ । ସାମୟୀକ ଦେହ ପିଡା ଦେଖା ଦେବ । କୈାଣସି ଅଜଣା ବ୍ୟକ୍ତି ବାଧା ସୃଷ୍ଟି କରି ପାରନ୍ତି । ପାରିବାରିକ ଜୀବନରେ ଦ୍ୱନ୍ଦ ଦୂର ହେବ । ଚାକିରୀ କ୍ଷେତ୍ରରେ ଖିଆଲି ମନବୃତି ପୋଷଣ ହେବ । ଅଭିଳଷିତ ବସ୍ତୁ ପାଇ ପାରନ୍ତି । ମହିଳା ମାନେ ସୁଖି ହେବେ । ଛାତ୍ରଛାତ୍ରୀ ମାନେ ପଢାପଢିରେ ଉନ୍ନତି କରିବେ ।ପ୍ରେମ: ସାଥୀର ପ୍ରକୃତି ବୁଝି ହେବ ନାହିଁ |

Leave a Comment