ପୁରୀରେ କେଉଁଠି ଅଛି ସୁଦର୍ଶନ ଚକ୍ର ଜାଣନ୍ତୁ, କଣ କଳ୍କୀ ଜନ୍ମ ନେଇ ସାରିଲେଣି କି ? ଭିଡିଓ ଦେଖନ୍ତୁ

ପ୍ରଭୁ ଶ୍ରୀକୃଷ୍ଣ ଦେହତ୍ୟାଗ କରିବା ପରେ ସୁଦର୍ଶନ ଚକ୍ର ଗଲା କୁଆଡେ । ତାକୁ ନେଇ ସବୁରି ମନରେ ପ୍ରଶ୍ନ । ବେଦ ପୁରାଣରେ ଉଲ୍ଲେଖ ଅଛି ସୁଦର୍ଶନ ଚକ୍ର କେବଳ ପ୍ରଭୁ ବିଷ୍ଣୁ ହିଁ ଚଲାଇ ପାରିବେ ଅଥବା ବିଷ୍ଣୁଙ୍କ ଅବତାର ନେଇ ଜନ୍ମ ନେଇଥିବା ଦେବତା ହିଁ ସୁଦର୍ଶନ ଚକ୍ର ଚଲାଇ ପାରିବେ । ତାଙ୍କ ଛଡା ସୁଦର୍ଶନ ଚକ୍ର ଚଲାଇବା ଛାଡନ୍ତୁ କେହି ଉଠାଇ ବି ପାରିବେନି । କୁହାଯାଏ ଯେବେ ଶ୍ରୀକୃଷ୍ଣ ଦେହ ତ୍ୟାଗ କରିଲେ ସୁଦର୍ଶନ ଚକ୍ର ତାଙ୍କ ହାତରୁ ଖସି ଧରିତ୍ରୀ ଭିତରେ ପଶି ଯାଇଥିଲା ।

ଭବିଷ୍ୟତରେ ପୃଥିବୀରେ କଳ୍କୀ ଅବତାର ଜନ୍ମ ନେଲେ ସେ ହିଁ ଏହି ସୁଦର୍ଶନ ଚକ୍ର ପୃଥିବୀ ଗର୍ଭରୁ ବାହାର କରିବେ ବୋଲି ଶିବପୁରାଣରେ ବର୍ଣ୍ଣନା ବି କରାଗଲା । କିନ୍ତୁ ଏବେ ଆସିଛି ସମସ୍ତଙ୍କୁ ଚମକାଇବା ଭଳି ଖବର । କାଳକାଳ ଧରି ଖୋଜାଯାଉଥିବା ସେହି ସୁଦର୍ଶନ ଚକ୍ର ଏବେ ମିଳିଛି ।

ଓଡିଶାରେ ଅଛି ଭଗବାନ ବିଷ୍ଣୁଙ୍କ ସୁଦର୍ଶନ ଚକ୍ର । ଧରିତ୍ରୀ ଗର୍ଭରୁ ଫୁଟିକି ବାହାରିଛି ଶ୍ରୀକୃଷ୍ଣଙ୍କ ହାତରେ ଥିବା ସେହି ଚକ୍ର । ତେବେ ପୁରୀରେ ପାତାଳ ଫୁଟି ଏବେ କେବଳ ଦିଶୁଛି ସୁଦର୍ଶ ଚକ୍ରର କେବଳ ଉପରି ଭାଗ । ଯଦି ବେଦ ପୁରାଣକୁ ବିଶ୍ବାସ କରୁଛନ୍ତି ତେବେ ଜାଣି ରଖନ୍ତୁ କଳିଯୁଗ ଶେଷରେ ଏହି ସୁଦର୍ଶନ ରଚିବ ସଂହାର । ଭାରତବର୍ଷ କୌଣସି ସ୍ଥାନରେ ସୁଦର୍ଶ ଚକ୍ର ପାତାଳରୁ ବାହାରୁଥିବା ଅବସ୍ଥାରେ ପୂଜା ପାଉ ନାହାଁନ୍ତି । ହେଲେ ପୁରୀ ଜିଲ୍ଲାରେ ପୃଥିବୀ ଗର୍ଭରୁ ମୁଣ୍ଡ ଟେକିଛନ୍ତି ସୁଦର୍ଶନ । ତେବେ ପବିତ୍ର ପ୍ରାଚୀନଦୀ ତଟରେ ରହିଛି ଅଗିଖିଆ ଆଶ୍ରମ । ଯାହାକୁ ବୀରସିଂହ ଗାଦି ବି କୁହାଯାଏ । ସେହି ଠାରେ ହିଁ ରହିଛି ପୁରାଣ ବର୍ଣ୍ଣିତ ସୁଦର୍ଶନ ଚକ୍ର ।

ତେବେ ଏହି ଚକ୍ର ଅତ୍ୟନ୍ତ ବିଶାଳକାୟ । ମହାଭାରତ ମହାପୁରାଣ ବର୍ଣ୍ଣନା ଅନୁଯାୟୀ ଭଗବାନ ଶ୍ରୀକୃଷ୍ଣ ଙ୍କ ର ଇଚ୍ଛା ଅନୁଯାୟୀ ସପ୍ତ ଋଷିଙ୍କ ଅଭିଶାପ ପାଇ ଯଦୁ ବଂଶ ନାଶ ହେଲା । ଶେଷ ଦାୟାଦ ପ୍ରଦ୍ୟୁମ୍ନଙ୍କ ବିନାଶ ପାଇଁ ଶ୍ରୀକୃଷ୍ଣ ଚକ୍ରରାଜ ସୁଦର୍ଶନ ଙ୍କୁ ପଠାଇ ଥିଲେ । ପ୍ରଦ୍ୟୁମ୍ନଙ୍କୁ ମାରିବା ପରେ ଚକ୍ରରାଜ ସୁଦର୍ଶନ ଶ୍ରୀକୃଷ୍ଣ ଙ୍କ ହାତକୁ ନଫେରି ନିଜ କୃତ କର୍ମର ପ୍ରାୟଶ୍ଚିତ ପାଇଁ ପ୍ରାଚୀ ନଦୀ ତଟରେ ଘୋର ତପସ୍ୟା ରେ ବସିଲେ ବୋଲି ପୁରାଣରେ ବର୍ଣ୍ଣନା ଅଛି ।

ଅନ୍ୟପଟେ ଜନସୃତି ଅନୁଯାୟୀ ପ୍ରାଚୀ ନଦୀ ତଟରେ ଥିବା ଅଗିଖିଆ ଆଶ୍ରମର ପୁନଃରୁଦ୍ଧାର କରିଥିବା ସାହୁଟି ଦାସ ଏକଦା ସ୍ବପ୍ନାଦେଶ ପାଇଥିଲେ ଏହାପରେ ସେ ଉକ୍ତ ସ୍ଥାନକୁ ଖୋଳିବା ଆରମ୍ଭ କରିଥିଲେ । ଅତି ଗଭୀର ଯାଏଁ ଖୋଳିବା ପରେ ମଧ୍ୟ ଚକ୍ର ବାହାରି ନଥିଲା । ପରେ ପୁଣି ଥରେ ତାଙ୍କୁ ସ୍ବପ୍ନାଦେଶ ହେଲା ଯେ ଚକ୍ର ପାତାଳଫୁଟି ହୋଇ ରହିବ ।

ଆଉ ସେବେ ଠାରୁ କେବଳ ଚକ୍ରର ଉପରି ଭାଗ ହିଁ ଦିଶୁଛି । ଏହି ଗୋଲେଇ ଅଂଶ ହେଉଛି ଶ୍ରୀକୃଷ୍ଣଙ୍କର ସୁଦର୍ଶନ ଚକ୍ରର ଉପରି ଅଂଶ ବୋଲି ବିଶ୍ବାସ କରା ଯାଉଛି । ତେବେ ଏହି ସ୍ଥାନଟି ହେଉଛି ପୁରୀ ଜିଲ୍ଲା କାକଟପୁର ବ୍ଲକ ସୁହାଗପୁର ପଞ୍ଚାୟତ ଅନ୍ତର୍ଗତ ସୁହାଗପୁର ଗାଁ । ଏହି ଠାରେ ରହିଛି ଅଗିଖିଆ ଆଶ୍ରମ ବା ପାତାଳଫୁଟା ସୁଦର୍ଶନ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment