ପରିସ୍ରାରେ ଜ୍ୱଳାପୋଡ଼ା ( BURNING ) ହେଉଛି କି ? ଜାଣନ୍ତୁ ଏହାର ଚିକିତ୍ସା -DR. JYOTJHI

ପରିସ୍ରାରେ ଜୋଳାପଡ଼ା ହେବା ଏକ ସାଧାରଣ କଥା ନୁହେଁ ,ଏହା ବହୁତ ବିପଦ ମଧ୍ୟ ସୃଷ୍ଟି କରିଥାଏ। ଯେଉଁ ବ୍ୟକ୍ତିଙ୍କର ପରିସ୍ରାରେ ଜଳାପୋଡ଼ା ହେଉଛି ସେମାନଙ୍କ ଠାରେ ୟୁରିନ୍ ଇନଫେକସନ୍ ବ୍ୟତୀତ ପରିସ୍ରାରେ ଜଳାପୋଡ଼ା ,କୁଣ୍ଡାଇ ହେବା ଭଳି ଲକ୍ଷଣ ଦେଖାଯାଏ। ଏହାର ଅନ୍ୟ କିଛି କାରଣ ମଧ୍ୟ ଥାଇପାରେ। ତେବେ କାହିଁକି ପରିସ୍ରାରେ ଜଳାପୋଡ଼ା ହୋଇଥାଏ ଏହାର କାରଣ ଓ ନିରାକରଣ ବିଷୟରେ ବିଶିଷ୍ଟ ୟୁରୋଲୋଜିଷ୍ଟ ଡାକ୍ତର ସୁମନ୍ତ କୁମାର ମିଶ୍ର ପାଖରୁ ଜାଣିବା।

ୟୁରିନ୍ ଇନ୍‌ଫେକ୍ସନ୍ ହେବାର କାରଣ କ’ଣ ?

ୟୁରିନ୍ ଇନ୍‌ଫେକ୍ସନ୍ ହେବାର ବିଭିନ୍ନ କାରଣ ରହିଛି। ଡାଇବେଟିସ ଥିଲେ ୟୁରିନ୍ ଇନ୍‌ଫେକ୍ସନ୍ ହେବାର ସମ୍ଭାବନା ରହିଥାଏ। ବାହାରେ ଅନ୍ୟ ଯାଗାରେ ପରିସ୍ରା କରିବା ଦ୍ୱାରା ମଧ୍ୟ ୟୁରିନ୍ ଇନ୍‌ଫେକ୍ସନ୍ ହେବାର ସମ୍ଭାବନା ରହିଥାଏ।ବେଳେବେଳେ ଷ୍ଟୋନ ପାଇଁ ମଧ୍ୟ ୟୁରିନ୍ ଇନ୍‌ଫେକ୍ସନ୍ ହେବାର ସମ୍ଭାବନା ରହିଥାଏ। କିନ୍ତୁ ବେଳେବେଳେ ବିନା କିଛି କାରଣରେ ମଧ୍ୟ ଏହି ସମସ୍ୟା ଦେଖା ଯାଇଥାଏ। ପରିସ୍ରା ଦ୍ଵାର ଦେଇ ଏହି ଇନ୍‌ଫେକ୍ସନ୍ ହୋଇଥାଏ।

ପରିସ୍ରା ପୋଡ଼ା ଛଡ଼ା ଅନ୍ୟ କେଉଁ ସବୁ ଲକ୍ଷଣ ଦେଖାଦିଏ ?

ପ୍ରତ୍ୟେକ ଲୋକଙ୍କ ପାଖରେ ଭିନ୍ନ ଭିନ୍ନ ଲକ୍ଷଣ ଦେଖା ଯାଇଥାଏ। ଅଧିକାଂଶ ସମୟରେ କିଛି ଲକ୍ଷଣ ମଧ୍ୟ ଦେଖା ଯାଇ ନଥାଏ ସାମାନ୍ୟ ଜଳାପୋଡା ହୋଇଥାଏ। କିନ୍ତୁ ଯଦି ଇନ୍‌ଫେକ୍ସନ୍ ଅଧିକ ହୁଏ ତେବେ ପେସେଣ୍ଟ କୁ ଜ୍ଵର ଆସିଥାଏ।ବାରମ୍ବାର ପରିସ୍ରା ଲାଗେ। ପରିସ୍ରା କଣ୍ଟ୍ରୋଲ କରି ହୁଏ ନାହିଁ। ଅତର୍ଚ୍ଛା ଲାଗେ ପରିସ୍ରା କରିବାକୁ।। ଏହା ସହିତ ଯଦି ପରିସ୍ରା ରେ ଅଧିକ ଇନ୍‌ଫେକ୍ସନ୍ ହୋଇଥାଏ ତେବେ ଜ୍ଵର ହେବା ସହିତ ତଳିପେଟ ଯନ୍ତ୍ରଣା ହୋଇଥାଏ। ଏହା ସହିତ ପରିସ୍ରା ରେ ବେଳେବେଳେ ରକ୍ତ ପଡ଼ିବାର ସମ୍ଭାବନା ମଧ୍ୟ ରହିଥାଏ।

ବାରମ୍ବାର ୟୁରିନ୍ ଇନ୍‌ଫେକ୍ସନ୍ ହେଲେ କ’ଣ ସମସ୍ୟା ହୋଇପାରେ ?

ଯଦି ଇନ୍‌ଫେକ୍ସନ୍ ସାମାନ୍ୟ ରହିଛି ତେବେ ଏହା କିଛିଟା ଆଣ୍ଟିବାୟୋଟିକ୍ ଖାଇବା ଦ୍ବାରା ଠିକ୍ ହୋଇଯାଏ। କିନ୍ତୁ ଏହା ଯଦି ଅଧିକ ହୋଇଛି କି ବାରମ୍ବାର ହେଉଛି ତେବେ ଏହାର କିଛି କାରଣ ରହିଥାଏ। ଡାଇବେଟିସ ଷ୍ଟୋନ ଭଳି କିଛି କାରଣ ପାଇଁ ଥାଇପାରେ ଯେଉଁଥୀ ପାଇଁ ବାରମ୍ବାର ୟୁରିନ୍ ଇନ୍‌ଫେକ୍ସନ୍ ହୋଇଥାଏ। ଆଉ ଏହି ଇନ୍‌ଫେକ୍ସନ୍ ଯଦି କିଡନୀ କୁ ଚାଲି ଯାଏ ବିଭିନ୍ନ ପ୍ରକାର ସମସ୍ୟା ଦେଖିବାକୁ ମିଳିଥାଏ। ଏହା କିଡନୀ ଉପରେ କୁ ପ୍ରଭାବ ପକାଇ ଥାଏ।

ୟୁରିନ୍‌ ଇନ୍‌ଫେକ୍ସନ୍‌ର ଚିକିତ୍ସା –

 

ପ୍ରଥମେ ୟୁରୋଲୋଜିଷ୍ଟ ବିଭିନ୍ନ ପ୍ରକାର ଟେଷ୍ଟ କରିଥାନ୍ତି। ଯେପରିକି ପରିସ୍ରା ର ରୁଟିନ୍ ମାଇକ୍ରୋସ୍କୋପି ଟେଷ୍ଟ ଏବଂ ପରିସ୍ରା ର କଲ୍ଚର ।ମାଇକ୍ରୋସ୍କୋପିନେଇ ଜଣା ପଡ଼ିଯାଏ ଇନ୍‌ଫେକ୍ସନ୍‌ର ଅଛି କି ନାହିଁ। ଆଉ ଏଥିପାଇଁ କେଉଁ ମେଡ଼ିସିନ୍ ଦେବା ଆବଶ୍ୟକ ସେଥିପାଇଁ ପରିସ୍ରା ର କଲ୍ଚର ଚେକ୍ କରାଯାଇଥାଏ। ଏହା ପରେ ଡ଼ାକ୍ତର କିଛିଟା ଆଣ୍ଟିବାୟୋଟିକ୍ ଦେଇ ଥାନ୍ତି। କିଛି କ୍ଷେତ୍ରରେ ଇଞ୍ଜେକସନ ମଧ୍ୟ ଦିଆଯାଏ। ଏହା ସହିତ କିଛି ଲକ୍ଷଣ ଦେଖି ମଧ୍ୟ ଔଷଧ ଦେଇଥାନ୍ତି।

ୟୁରିନ୍ ଇନ୍‌ଫେକ୍ସନ୍‌କୁ ରୋକିବେ କିପରି ?

ଆପଣ କେଉଁଠି ପରିସ୍ରା କରୁଛନ୍ତି ତାହା ଉପରେ ଧ୍ୟାନ ଦେବା ଆବଶ୍ୟକ। ଯେଉଁଟି ପରିସ୍ରା କରୁଛନ୍ତି ସେ ସ୍ଥାନ କୁ ସବୁ ସମୟରେ ସଫା ପରିଷ୍କାର ରଖିବେ।

Leave a Comment