ହିନ୍ଦୁ ଧର୍ମ ଶାସ୍ତ୍ର ଅନୁସାରେ ଜୀଵନ ସହିତ ମନୁଷ୍ୟ ର ମୃତ୍ୟୁ ପରେ ମିଳିବାକୁ ଥିବା ଅବସ୍ଥା ର ବନ୍ଧନ ବିସ୍ତାର ରୂପେ ହୋଇ ଥାଏ | ଏପରି ମାନା ଯାଏ କି ମନୁଷ୍ୟ ର ମୃତ୍ୟୁ ପରେ ତାହାର କର୍ମ ଅନୁଯାଇ ହିଁ ତାକୁ ପର ଜନ୍ମ ମିଳି ଥାଏ, କିନ୍ତୁ ଧାର୍ମିକ ଗ୍ରନ୍ଥରେ ଏହା ବର୍ଣ୍ଣନା ରହିଛି କି ଯେଉଁ ମନୁଷ୍ୟ ନିଜ ଜୀଵନ ରେ ବହୁତ ଅଧିକ ପାପ କରିଥାଏ ତାକୁ ଏଭଳି ଏକ ଜନ୍ମ ମିଳିଥାଏ ଯେଉଁଥିରେ କି ସେ ତାର କଷ୍ଟ କୁ ଅନ୍ୟ ବ୍ୟକ୍ତି କୁ କହି ପାରେ ନାହିଁ କି କାହା ସହିତ ନିଜ ଦୁଃଖକୁ ବାଣ୍ଟି ପାରେ ନାହିଁ ତେବେ ସେହି ଜନ୍ମ ଟି ହେଉଛି କୁକୁର | ତେବେ ଆଜି ଏପରି ଏକ କାହାଣୀ ସମ୍ପର୍କ ରେ କହିବୁ ଯେଉଁଠି କୁକୁର ତାର ଆଘାତ କୁ ଭଗବାନ ଶ୍ରୀରାମ ଙ୍କ ପାଖକୁ ନେଇ ଆସିଛି ଓ ତାଙ୍କୁ ନ୍ୟାୟ ମାଗୁଛି |
ତେବେ ଏଠାରେ ଏକ ସନ୍ୟାସୀ କୁକୁର ର ପାଦକୁ ଆହାତ କରିଛି ଯାହାକି କୁକୁର ଟିକୁ ଅତି କଷ୍ଟ ହେବାରୁ ସେ ନ୍ୟାୟ ପାଇଁ ଶ୍ରୀରାମ ଙ୍କ ଦରବାର ରେ ପହଞ୍ଚିଛି | କୁକୁର ଆସି ଭଗବାନ ଶ୍ରୀରାମ ଙ୍କୁ କହୁଛି କି ଭଗବାନ ମୁଁ କିଛି ଅପରାଧ କରି ନାହିଁ ତଥାପି ଜଣେ ସନ୍ୟାସୀ ମତେ ପଥର ମାରି ଆହାତ କରି ଦେଇଛି ଆଉ ମତେ ବହୁତ କଷ୍ଟ ହେଉଛି, ଏହି କାରଣ ରୁ ମୁଁ ଦୁଃଖୀ ହୋଇ ଆପଣଙ୍କ ଶରଣ କୁ ଆସିଛି | କୁକୁର କଥାକୁ ଶୁଣି ପ୍ରଭୁ ଶ୍ରୀରାମ ସେହି ସନ୍ୟାସୀ କୁ ସେଠାକୁ ଡାକିଲେ ଆଉ କହିଲେ କୁହନ୍ତୁ ସନ୍ୟାସୀ ଆପଣ କେଁଉ ଅପରାଧ କାରଣ ରୁ ସେହି କୁକୁର ର ପାଦକୁ ଖଣ୍ଡିଆ କରିଛନ୍ତି |
ଏହାପରେ ସନ୍ୟାସୀ କହିଲେ କି ମୁଁ ଭିକ୍ଷା ପାଇଁ ଯାଉଥିଲି ଆଉ ସେହି ସମୟରେ ସେ ସେହି ଭିକ୍ଷା କୁ ଛୁଇଁ ଦେଇଥିଲା ଆଉ ମୁଁ ଭୋକ ରେ ଥିଲି ତାର ସେହି ଅପରାଧ କାରଣରୁ ମୋର କ୍ରୋଧ ଆସିଗଲା ଏବଂ ମୁଁ ତାକୁ ସେଠାରୁ ଘୋଉଡାଇବା ପାଇଁ ପଥର ଉଠେଇ ମାରି ଦେଲି | ଏହାପରେ ପ୍ରଭୁ ଶ୍ରୀରାମ କହିଲେ କି କୁକୁର ଟି ଜ୍ଞାନ ବିହୀନ ପଶୁ ଅଟେ ଆଉ ଭିକ୍ଷା ଛୁଇଁ ଦେବା ମୁଁ କିଛି ଏଥିରେ ଭୁଲ ଦେଖି ନାହିଁ ତେଣୁ ତମେ ଏଥିରେ ଅପରାଧୀ ଅଟ | ଏହାପରେ ପ୍ରଭୁ ଶ୍ରୀରାମ କୁକୁର କୁ କହିଲେ କି ଏହି ସନ୍ୟାସୀ ତମର ଅପରାଧୀ ଅଟେ ତେଣୁ ତୁମେ ଯାହା ଚାହିଁବ ଦଣ୍ଡ ଦେଇ ପାରିବ |
ଏହାପରେ କୁକୁର କହିଲା କି ଏହି ସନ୍ୟାସୀ କୁ କୌଣସି ଏକ ଶିବାଳୟ ର ମାଲିକ ବନେଇ ଦିଅନ୍ତୁ ଆଉ ପ୍ରଭୁ ଶ୍ରୀରାମ ମଧ୍ୟ ତାହା କଲେ ସନ୍ୟାସୀ ଙ୍କୁ ଏକ ଶିବାଳୟ ର ମାଲିକ ବନେଇ ଦେଲେ | ଏହାପରେ ସବୁ ଲୋକ ଯାଇ କୁକୁର କୁ ପଚାରିଲେ କି ଆପଣ ସନ୍ୟାସୀ ଙ୍କ ସହିତ ଏପରି କଣ ପାଇଁ କଲେ ଦଣ୍ଡ ଦେବା ବଦଳ ରେ ମାଲିକ କାହିଁକି କରି ଦେଲେ | ଏହାପରେ କୁକୁର କହିଲା ସ୍ତ୍ରୀ ଓ ବାଳକ ର ହରଣ କରୁଥିବା ଲୋକ, ଗାଳି ଗୁଲଜ କରୁଥିବା ଲୋକ, ଅନ୍ୟାୟ କରୁଥିବା ରାଜା ଅନ୍ୟର ସମ୍ପତ୍ତି କୁ ହଡ଼ପ କରୁଥିବା ଲୋକ, ବ୍ରାହ୍ମଣ ଭୋଜନ ପାଇଁ ଦ୍ରବ୍ୟ କୁ ନଷ୍ଟ କରୁଥିବା ଲୋକ, ଚୋରି କରୁଥିବା ଲୋକ ଏବଂ ବେଈମାନ କରି ଧନ ଆଣୁଥିବା ଲୋକ ମରିବା ପରେ ପର ଜନ୍ମ ରେ କୁକୁର ଜନ୍ମ ହିଁ ପାଇଥାଏ | ଆଉ ସନ୍ୟାସୀ ମଧ୍ୟ ସେହି ଶିବାଳୟ ରେ ସେହି ସବୁ ପାପ କଲା ଆଉ ତାକୁ ପର ଜନ୍ମ ରେ କୁକୁର ଜନ୍ମ ମିଳିଲା, ତେଣୁ ଆପଣ ନିଜ ଭିତରେ ମନୁଷ୍ୟତ୍ୱ କୁ ରଖନ୍ତୁ |