ହିନ୍ଦୁ ଶାସ୍ତ୍ରରେ ପ୍ରତ୍ୟେକ କାର୍ଯ୍ୟ ପାଇଁ କିଛି ନା କିଛି ନୀତି ନିୟମ ରହିଥାଏ , ଯାହା ଆମ ଜୀବନର ଗତିପଥକୁ ସରଳ ସୁନ୍ଦର କରିବାରେ ସାହାର୍ଯ୍ୟ କରିଥାଏ । ଶାସ୍ତ୍ରରେ ବର୍ଣ୍ଣିତ ରହିଛି ଯେ , କନ୍ୟା ମାନେ ବିଭିିନ୍ନ ସମୟରେ ବିଭିନ୍ନ ଅବସ୍ଥା ଦେଇ ଗତି କରିଥାନ୍ତି । ଯେମିତିକି 8 ବର୍ଷର କନ୍ୟାମାନେ ଗୌର ଅବସ୍ଥା ଦେଇ ଗତି କରୁଥିବା ବେଳେ 9 ବର୍ଷ ଯାଏ ରୋହିଣୀ ଅବସ୍ଥା ଦେଇ ଏବଂ 10 ବର୍ଷ ଯାଏ ବାଳା ଅବସ୍ଥା ଦେଇ ଗତିକରିଥାନ୍ତି । କିନ୍ତୁ ଆଜି ଆମେ ଆପଣ ମାନଙ୍କୁ ଝିଅ ମାନଙ୍କର ଋତୁସ୍ରାବର ଶୁଭ ସମୟ କେଉଁଟା ହୋଇଥାଏ ଏବଂ କେଉଁ ସମୟରେ ଋତୁସ୍ରାବ ହେଲେ ଶୁଭଫଳ ପ୍ରାପ୍ତ ହୋଇଥାଏ । ତେବେ ଆସନ୍ତୁ ଜାଣିବା ସେ ସମ୍ପର୍କରେ ।
1. ବର୍ଷର ଏହି ମାସ ଗୁଡିକରେ :-
ଶାସ୍ତ୍ର ଅନୁସାରେ ପ୍ରତ୍ୟେକ କନ୍ୟାମାନେ ମାଘ , ମାର୍ଗଶୀର , ଆଶ୍ୱିନ , ବୈଶାଖ , ଫାଲ୍ଗୁନ , ଜ୍ୟୋଷ୍ଠ ଏବଂ ଶ୍ରାବଣ ମାସ ମାନଙ୍କର ଶିକ୍ଳପକ୍ଷରେ ଏବଂ ଶୁଭ ଗ୍ରହ ମାନଙ୍କର ଉପସ୍ଥିତି ଥିବା ଦିନ ମନଙ୍କରେ ପ୍ରଥମ ରଜସ୍ୱାଳା ହେଲେ । ନାରୀ ମାନଙ୍କୁ ଶୁଭ ଫଳ ପ୍ରଦାୟକ ହୋଇଥାଏ ଏବଂ ସେହି ଦିନ ଟି ଆପଣ ମାନଙ୍କ ପାଇଁ ବହୁତ ଖୁସୀର ଦିନ ହୋଇଥାଏ ।
2. ନୂତନ ଶ୍ୱେତବସ୍ତ୍ର ପରିଧାନ ସମୟରେ :-
ଏହାଛଡ଼ା ଆପଣ ମାନେ କୌଣସି ନୂତନ ଶ୍ୱେତ ବସ୍ତ୍ର ପରିଧାନ କରିଥିବା ସମୟରେ ଋତୁସ୍ରାବ ହେଲେ ଶୁଭଫଳ ମିଳିଥାଏ । ଏହାବ୍ୟତୀତ ବିଛଣାରେ ଶୋଇଥିବା ଅବସ୍ଥାରେ ବା ବସିଥିବା ଅବସ୍ଥାରେ ଋତୁସ୍ରାବ ହେଲେ ଆପଣଙ୍କୁ ଶୁଭ ଫଳ ମିଳିଥାଏ ।
3. ପ୍ରଭାତ ସମୟରେ :-
ପ୍ରଭାତ ସମୟରେ ବା ସନ୍ଧ୍ୟା ସମୟରେ ଯଦି ପ୍ରଥମ ରଜଦର୍ଶନ ହୋଇଥାଏ , ତେବେ ମଧ୍ୟ ଶୁଭ ଫଳ ମିଳିଥାଏ । ଧନର ଅଭାବ ମଧ୍ୟ ଦେଖାଯାଇ ନଥାଏ ।
4. ନକ୍ଷତ୍ର ଗୁଡିକ :-
ଯଦି ଗୋଚରରେ ଶ୍ରବଣା , ଧନୀଷ୍ଠା , ସତବିଶା , ଚିତ୍ରା , ଅନୁରାଧା , ମୃଗଶିରା , ରେବତୀ , ଅଶ୍ୱିନୀ , ପୁଷ୍ୟା , ହସ୍ତା , ରୋହିଣୀ , ଉତ୍ତରା ଫାଲ୍ଗୁନି , ଉତ୍ତରା ଷାଡା , ଉତ୍ତର ଭାଦ୍ରବତା ,ସ୍ୱାତୀ ଆଦି ନକ୍ଷତ୍ର ସଂଚାର ହେଉଥିବା ସମୟରେ ନାରୀ ମାନେ ଯଦି ପ୍ରଥମ ରଜସ୍ୱାଳା ଦର୍ସନ କରିଥାନ୍ତି । ତେବେ ସେମାନଙ୍କୁ ଶୁଭ ଫଳ ମିଳିଥାଏ ।
କନ୍ୟାମାନେ ଭବିଷ୍ୟତରେ ବିବହା କରି ସାରିବା ପରେ ସନ୍ତାନ ଦୁଃଖ , ସ୍ୱାମୀ ଦୁଃଖ , ଶାଶୁ ଘର ଦୁଃଖ ଆଦି ସହିବାକୁ ପଡିଥାଏ । ସେହିପରି ଆଫ କେତେକ ମହିଳା ମାନଙ୍କର ବିବାହ ପରେ ସ୍ୱାମୀ ମୃତ୍ୟୁ ଯୋଗ ରହିଥାଏ । ଏହି ସହୁ ଦୋଷରୁ ମୁକ୍ତି ପାଇବା ପାଇଁ ବିଭିନ୍ନ ଶୁଦ୍ଧି କରିବା ପାଇଁ ପଡିଥାଏ , ତେବେ ଯାଇ ଏହି ଦୋଷରୁ ମୁକ୍ତି ପାଇବା ସମ୍ଭବ ହୋଇଥାଏ ।