ସାମ୍ନାକୁ ଆସିଲା ଛାତିଥରା ଘଟଣା ! ଖୋଲିଲାନି ସିଟ୍ ବେଲ୍ଟ, ଜଳିଗଲେ ଦମ୍ପତି ! ପେଟରେ ଥିଲା ଛୁଆ…

ପ୍ରତିଦିନ ସୋସିଆଲ ମିଡ଼ିଆ ରେ କିଛି ନା କିଛି ଘଟଣା ଭାଇରାଲ ହୋଇ ଥାଏ କିନ୍ତୁ ବେଳେ ବେଳେ ଏମିତି କିଛି ଘଟଣା ଘଟି ଥାଏ ଯାହାକି ଖୁବ ଆଶ୍ଚର୍ଯ୍ୟ କରି ଦେଇ ଥାଏ ଏବଂ ସାଧାରଣ ଭୟଙ୍କର ଘଟଣା ହୋଇ ଥାଏ | ତେବେ ଗାଡ଼ି ମଟର କୁ ନେଇ ଅନେକ ଦୁର୍ଘଟଣା ସାମ୍ନା କୁ ଆସେ ଆଉ ଏହି ଗାଡ଼ି ମଟର ପାଇଁ ମଧ୍ୟ ବେଳେ ବେଳେ ଅନେକ ଲୋକ ଙ୍କ ଜୀଵନ ବିପଦ ରେ ପଡିଯାଏ | ଏଭଳି ଭାବେ ଅନେକ ଲୋକ ଙ୍କର ଜୀଵନ ମଧ୍ୟ ଚାଲି ଯାଇଛି | ତେବେ ଆଜି ସେଭଳି ଏକ ଭୟଙ୍କର ଘଟଣା କଥା କହିବୁ ଯେଉଁଠି ଏକ ଗର୍ଭବତୀ ମହିଳା କାର ର ସିଟ ବେଲ୍ଟ ଖୋଲି ନ ପାରିବାରୁ କାର ବ୍ଲାଷ୍ଟ ହେବାରୁ ଜିଅନ୍ତା ଜଳି ଗଲେ | ତେବେ ଆସନ୍ତୁ ପୁରା ଘଟଣା ଟି ସମ୍ପର୍କ ରେ ଆଲୋଚନା କରିବା |

ତେବେ ସୂଚନା ଅନୁଯାଇ ଏଭଳି ଏକ ହୃଦୟ ବିଦାରକ ଘଟଣା ଗୁରୁବାର ଦିନ ଉତ୍ତର କେରଳ କ୍ୱିନୁର ଅଞ୍ଚଳ ରେ ଘଟି ଯାଇଛି | ତେବେ ଘଟଣା ଟି ହେଉଛି ମହିଳା ଙ୍କର ପ୍ରସବ ଯନ୍ତ୍ରଣା ହେବାରୁ ତାଙ୍କ ପରିବାର ମହିଳା ଜଣଙ୍କୁ ମେଡିକାଲ ଧରି ଯାଉ ଥିଲେ | କାରର ପଛରେ ପରିବାରର ସଦସ୍ୟ ବସି ଥିବା ବେଳେ କାର ଆଗ ସିଟ ରେ ଗର୍ଭବତୀ ମହିଳା ଜଣଙ୍କ ବସି ଥିଲେ ଆଉ ଡ୍ରାଇଭର ଭାବେ ତାଙ୍କ ସ୍ୱାମୀ ଗାଡ଼ି ଚଳାଉ ଥିଲେ | ତେବେ ରାସ୍ତା ରେ ଯାଉ ଥିବା ବେଳେ ହଠାତ କାର ରୁ ଧୂଆଁ ବାହାରି ଥିଲା ଯାହାକି ଗାଡ଼ି ରୁ ସମସ୍ତ ଙ୍କୁ ତୁରନ୍ତ ବାହାରି ଯିବା ପାଇଁ ଡ୍ରାଇଭର ପରାମର୍ଶ ଦେଇ ଥିଲେ |

ପଛରେ ବସିଥିବା ପରିବାର ର ସମସ୍ତ ସଦସ୍ୟ ବାହାରକୁ ବାହାରି ଯାଇଥିଲେ କିନ୍ତୁ ଆଗରେ ବସି ଥିବା ତାଙ୍କ ପତ୍ନୀ ଆଉ ନିଜେ ସେ ବାହାରକୁ ବାହାରି ପାରି ନଥିଲେ | କାରଣ ହେଉଛି ଯେତେ ଚେଷ୍ଟା କଲେ ମଧ୍ୟ ସିଟର ବେଲ୍ଟ ଖୋଲି ନଥିଲା ଆଉ ଅନ୍ୟ ପଟେ ଗାଡ଼ିରେ ଲାଗିଥିବା ନିଆଁ ବୃଦ୍ଧି ପାଇବାରେ ଲାଗିଥିଲା | ସ୍ଥାନୀୟ ଲୋକ ମାନେ ମଧ୍ୟ ମହିଳା ଜଣଙ୍କୁ ବଞ୍ଚାଇବା ପାଇଁ ଚେଷ୍ଟା କରି ଥିଲେ କିନ୍ତୁ ସେଥିରେ ବିଫଳ ହୋଇ ଥିଲେ କାରଣ ତେଲ ଟାଙ୍କି ନିଆଁ ବିସ୍ଫୋରଣ ହେବାର ଭୟ ମଧ୍ୟ ଲୋକଙ୍କୁ ଘାରି ଥିଲା |

ତେବେ ପୋଲିସ କହିବା ଅନୁଯାଇ କାରରେ ମୋଟ 5 ଜଣ ଯାତ୍ରୀ ଥିଲେ ଆଉ ସେଥିରେ ଦମ୍ପତି ଙ୍କର କେବଳ ମୃତ୍ୟୁ ହୋଇ ଯାଇଛି | ପତ୍ନୀ ହେଉଛନ୍ତି ରିସା ଯାହାଙ୍କର ବୟସ ମାତ୍ର 26 ବର୍ଷ ଏବଂ ପତି ହେଉଛନ୍ତି ପ୍ରଜିଥ ଯାହାଙ୍କର ବୟସ 32 ବର୍ଷ | ପରିବାର ଲୋକଙ୍କ କହିବା ଅନୁଯାଇ ରିସା ଗର୍ଭବତୀର ଶେଷ ସୋପାନ ରେ ଥିଲେ ଆଉ ତାଙ୍କୁ ପ୍ରସବ ଯନ୍ତ୍ରଣା ହେବାରୁ ସେମାନେ ତାଙ୍କୁ ହସ୍ପିଟାଲ କୁ ନେଇ ଯାଉଥିଲେ | ସର୍ଟସର୍କିଟ କାରଣରୁ ଗାଡ଼ି ରେ ନିଆଁ ଲାଗିଛି ବୋଲି ପ୍ରାଥମିକ ତଦନ୍ତରୁ ଯାହା ଜଣା ପଡ଼ିଛି |

Leave a Comment