ଶ୍ରୀଯୁକ୍ତ ପୋଲିସ କମିଶନର ଭୁବନେଶ୍ୱର କଟକ ଆପଣ ଙ୍କୁ ଜଣାଇବା ପାଇଁ ଚାହୁଁଛି ମୋ ସ୍ୱାମୀ ମତେ ନିଶା ଦ୍ରବ୍ୟ ଦେଇକି ଅସଦାଚରଣ କରିବା ସହିତ ଏବେ ମତେ ବ୍ଲାକମେଲିଂ କରି ଜୀବନ ରୁ ମାରି ଦେବାକୁ ଧମକ ଦେଉଛନ୍ତି | ମୁଁ ଶ୍ରମତୀ ବାସନ୍ତୀ ସ୍ୱାଇଁ ମୋ ବୟସ 38 ଆଉ ମୋ ସ୍ୱାମୀ ହେଉଛନ୍ତି ହାବିଲଦାର ସଦାଶିବ ସ୍ୱାଇଁ ଯିଏକି ଧଉଳି ରେ କାମ କରନ୍ତି | ଆଜିକୁ ପ୍ରାୟ 8ମାସ ତଳେ ମୋ ସ୍ୱାମୀ ସଦାଶିବ ସ୍ୱାଇଁ ମତେ ବିନା କାରଣରେ ମାରଧର କରି ଏପରିକି ତଳେ ପକାଇ ଦେଇ ମତେ ବିଧା ଗୋଇଠା ମାରି ମତେ ଜୀବନରୁ ଧମକ ଦେଇ କହିଲେ ମୁଁ ପୋଲିସ ଵାଲା ମୋର କେହି କିଛି କ୍ଷତି କରି ପାରିବେ ନାହିଁ ଆଉ ମତେ ନାନା ପ୍ରକାରର ଅତ୍ୟାଚାର କଲେ |
ମୁଁ ଗୋଟିଏ ଅସହାୟ ମହିଳା ହୋଇ ଥିବାରୁ ଅସତ କାମ ପାଇଁ ମନା କରିବା ପରେ ସେ ମୋ ସହ ଅସଦାଚରଣ କରୁ ଥିଲେ | ଏହି ଘଟଣା କୁ ନେଇ ମୁଁ ମହିଳା ଥାନାରେ 3/01/2022 ରେ ଏକ ଏତଲା ବି ଦେଇ ଥିଲି, କେବଳ ସେତିକି ନୁହେଁ ମୋ ସ୍ୱାମୀ ଙ୍କର ସାନ ଭାଇ ମଧ୍ୟ ମତେ ଅତ୍ୟାଚାର କରି ମୋ ସହ ବାରମ୍ବାର ଶାରୀରିକ ସମ୍ପର୍କ ରଖୁ ଥିଲେ | ଦିନେ ମୋ ସ୍ୱାମୀ ମତେ ପ୍ରଲୋଭନା ଦେଖାଇ କହିଲେ କି ଚାଲ ଯିବା ନୂଆ ଗାଁ ପେଟ୍ରୋଲ ପମ୍ପ ପାଖରେ ଗୋଟେ ହୋଟେଲ ଅଛି ସେଠାରେ ସେ ମତେ ଏକ ରୁମ କୁ ନେଇ ଗଲେ |
ଏହାପରେ କମଳା ଜୁସ ଆଣି ମତେ ଗୋଟେ ଗ୍ଲାସ ଦେଇ ଆଉ ନିଜେ ମଧ୍ୟ ପିଇଲେ ଆଉ ମୁଁ ଜୁସ ପିଇଲା ପରେ ମୋ ମୁଣ୍ଡ ବୁଲାଇ ଦେଲା ଆଉ ମୁଁ କିଛି ଜାଣି ପାରିଲି ନାହିଁ | ରାତି ପ୍ରାୟ 3ଟା ସମୟରେ ମୁଁ ଚେତା ଫେରି ପାଇଲି କିନ୍ତୁ ମତେ ସବୁ ନିଶାଶକ୍ତ ଲାଗୁ ଥାଏ | କିନ୍ତୁ ସେଠି ଦେଖିଲି ମୋ ସ୍ୱାମୀ ଏକ ନୀଳ ରଙ୍ଗର ଗାମୁଛା ପିନ୍ଧି ବସି ଥିଲେ ଏବଂ ମୋ ଦେହରେ ପୋଷାକ ହିଁ ନଥିଲା | ସେ ମୁରୁକି ମୁରୁକି ବସି ମୋବାଇଲ ଦେଖୁ ଥିଲେ ଆଉ ମୁଁ ପଚାରିବାରୁ କହିଲେ ତୋ ସହ ମୁଁ ସବୁ ଅଶ୍ଳୀଳ ଭିଡ଼ିଓ ରେକର୍ଡିଙ୍ଗ କରି ଦେଇଛି | ଆଉ ମୁଁ ତାଙ୍କ ଫୋନରେ ରେକର୍ଡିଙ୍ଗ ଗୁଡ଼ିକ ଦେଖି ଅତି ମର୍ମାହତ ହୋଇ ପଡିଲି ଏବଂ ନିଜ ପୋଷାକ ପିନ୍ଧି ବାହାରକୁ ଆସି ଦେଖିବା ପାଇଁ ପାଇଲି ତାଙ୍କ ଭାଇ ସର୍ବେଶ୍ୱର ସେଇଠି ଛିଡା ହୋଇ ଥିଲା |
ସେ ମତେ ଦେଖି ହଠାତ ଉତ୍ୟକ୍ତ ହୋଇ ମୋ ତଣ୍ଟି କୁ ଜୋରରେ ଚାପି ଧରିଲା କିନ୍ତୁ ମୁଁ ସେଠାରେ ଜୀବନ ବଞ୍ଚାଇ ଲିଙ୍ଗିପୁର ଛକ ପର୍ଯ୍ୟନ୍ତ ଦୌଡି ଆସିଲି | ତେବେ ଘଟଣା ପରଦିନ ଠାରୁ ହ୍ଵାଟ୍ସଆପ ଏକ ନମ୍ବରରୁ ବାରମ୍ବାର ମତେ ଅଶ୍ଳୀଳ ବ୍ୟବହାର କରିବା ସହିତ ଗାଳି ଗୁଲଜ କରି ମତେ ଜୀବନରୁ ମାରି ଦେବାକୁ ଧମକ ଦେଉଛନ୍ତି | ତେବେ ଏହି ଘଟଣା ର ତଦନ୍ତ କରି ଦୋଷୀ ବିରୁଦ୍ଧରେ ଦୃଢ କାର୍ଯ୍ୟନୁଷ୍ଠାନ ଗ୍ରହଣ କଲେ ମୁଁ ଆପଣଙ୍କ ନିକଟରେ ଉପକୃତ ରହିବି | ପୋଲିସ କମିଶନର ନିକଟରେ ଏହି ମହିଳା ଜଣଙ୍କ ପହଞ୍ଚିଛନ୍ତି ଆଉ ନିଜ ସ୍ୱାମୀ ଓ ସ୍ୱାମୀଙ୍କ ଭାଇ ବିରୁଦ୍ଧରେ ଅଭିଯୋଗ ଆଣିଛନ୍ତି |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।