କୁନି ପ୍ରତିଭାଙ୍କ ପାଟିରେ ବାଜୁନି ବାଟୁଳି,ବାବୁଶାନ୍‌ଙ୍କ ପୁଅ ସହ ଫିଲ୍ମ କରିବାକୁ ସାଇଶ୍ରୀଙ୍କ ଇଚ୍ଛା

ମାତ୍ର 8 ବର୍ଷ ବୟସ ରେ ସେ ଅନେକ ପ୍ରତିଭାର ଅଧିକାରୀ ହୋଇ ସାରିଲେଣି, କେବଳ ନୃତ୍ୟ ନୁହେଁ ବରଂ ପେଟିଙ୍ଗ ଓ ସିଙ୍ଗିଙ୍ଗ ରେ ମଧ୍ୟ ସେ ରୁଚି ରଖନ୍ତି | ତେବେ ଆଜି ଏହି କୁନି କଳାକାର ସାଇଶ୍ରୀ ବେହେରା ଏକ ସାକ୍ଷାତକାର ରେ ନିଜର ଆସିଛନ୍ତି ଯିଏ କି ମାତ୍ର 8 ବର୍ଷ ବୟସରୁ ନିଜ ବାପା ମା ଙ୍କୁ ବହୁତ ଗର୍ବ ଅନୁଭବ କରାଇଛନ୍ତି | ତେବେ ସାଇଶ୍ରୀ କହିଛନ୍ତି କି ମର୍ଡନ ହିପହପ ଓ ଓଡ଼ିଶୀ ନାଚ ନାଚିବା ପାଇଁ ତାଙ୍କ ଖୁବ ଭଲ ଲାଗି ଥାଏ |

ଆଉ ମୁଁ ବହୁତ ଛୋଟ ବେଳୁ ଡ୍ୟାନ୍ସ କଲିଣି ତେଣୁ ଯେତେ ବେଳେ ମୁଁ ଷ୍ଟେଜ ପ୍ରଗ୍ରାମ କୁ ଯାଏ ମତେ ଏତେ ନର୍ଭସ ଲାଗେ ନାହିଁ | ଆଉ ମୁଁ ମୋ ପାଠ ପଢାକୁ ବହୁତ ଗୁରୁତ୍ୱ ଦିଏ ଯେତେ ବେଳେ ମତେ ଫ୍ରି ଟାଇମ ମିଳେ ମୁଁ ସେତେ ବେଳେ ଡ୍ୟାନ୍ସ କରେ ବୋଲି ସେ କହିଛନ୍ତି | ତେବେ ତାଙ୍କୁ ଯେତେ ବେଳେ ପଚରା ହୋଇ ଥିଲା କି ବଡ଼ ହେଲେ କଣ ହେବ ବୋଲି ତେବେ ସେ ଉତ୍ତର ରେ କହି ଥିଲେ କି ମୁଁ ବଡ଼ ହେଲେ ଜଣେ ଡକ୍ଟର ହେବି |

ଆଉ କହିଛନ୍ତି କି ମୁଁ ବଡ଼ ହୋଇ ଗଲେ ଫିଲ୍ମ କରିବି ଆଉ ବାବୁସାନ ପୁଅ ଙ୍କ ସହିତ ମୁଁ ଫିଲ୍ମ କରିବି | ଆଉ ଯେତେ ବେଳେ ମୁଁ କିଛି ପ୍ରାଇଜ କି ମେଡେଲ ନେଇକି ଘରକୁ ଆସେ ସେତେ ବେଳେ ମୋ ବାପା ମୋ ଉପରେ ଖୁବ ପ୍ରାଉଡ଼ ଫିଲ୍ କରନ୍ତି ଆଉ ମୋ ବାପା ତାହାକୁ ଫଟୋ ଉଠାଇ ସୋସିଆଲ ମିଡ଼ିଆ ରେ ଉପଲୋଡ କରନ୍ତି ଯାହାକି ଲୋକ ମାନଙ୍କର ଅନେକ ପ୍ରଂଶସା ମିଳେ ବୋଲି କହିଛନ୍ତି |


ଏହାପରେ ସାଇଶ୍ରୀ ଗଣେଶ ଙ୍କର ଏକ ମନ୍ତ୍ରକୁ ଖୁବ ସୁନ୍ଦର ଭାବରେ ଉଚ୍ଚାରଣ କରି ଦେଖାଇ ଥିଲେ ଯାହାକୁ ଶୁଣିଲେ ଆପଣ ମଧ୍ୟ ଖୁବ ପ୍ରଶଂସା କରିବେ | ଆଉ କହିଛନ୍ତି କି ଯେତେ ବେଳେ ଡ୍ୟାନ୍ସ ରେ ମୁଁ ସେମି ଫାଇନାଲ ରୁ କଟି ଗଲି ମତେ ବହୁତ କାନ୍ଦ ଲାଗିଲା ବହୁତ କାନ୍ଦିଛି କିନ୍ତୁ ହାର ଜିତ ତ ରହିଛି ଆଉ ଆଗକୁ ଆହୁରି ଅଡିସନ ଦେବି ହାରି ଗଲେ ଆହୁରି ଚେଷ୍ଟା କରିବି |

ଆଉ କହିଛନ୍ତି କି ଯେତେ ବେଳେ ଡ୍ୟାନ୍ସ ରେ ମତେ ପଇସା ମିଳେ ମୁଁ ତାହାକୁ ମୋ ମାମା ପାପା ଙ୍କୁ ଦେଇ ଦିଏ | ତେବେ ସାକ୍ଷାତକାର ରେ ଏଭଳି କିଛି ଚୁଲବୁଲି କଥା ସାଇଶ୍ରୀ କହିଛନ୍ତି ଯାହାକୁ ଶୁଣିଲେ ଆପଣ ମଧ୍ୟ ଖୁବ ପସନ୍ଦ କରିବେ |

Leave a Comment