ଆପଣ ମାନେ ବେଶ ଭଲ ଭାବରେ ଜାଣିଥିବେ କି ସାରା ଓଡିଶା ପାଇଁ ବହୁତ ବଡ଼ ଗୋଟିଏ ଦୁଃଖର ଖବର ବର୍ତ୍ତମାନ ଚାରିଆଡେ ଚର୍ଚ୍ଚା ହେବାରେ ଲାଗିଛି । ଆଉ ଯେଉଁଠି କୁହାଯାଉଛି କି ଆମର ସ୍ୱାସ୍ଥ୍ୟ ମନ୍ତ୍ରୀ ଭାବରେ ଥିବା ନବ ଦାସ ଙ୍କ ଉପରକୁ ଗୁଳି ମାଡ଼ ଯୋଗୁଁ ଗତ କାଲି ତାଙ୍କର ମୃତ୍ୟୁ ଘଟିଛି । ଆଉ ଆଜି ତାଙ୍କର ମୃତ୍ୟୁ ଦେହ କୁ ତାଙ୍କର ବାସ ଭବନ କୁ ଅଣା ଯାଇଛି ଆଉ ତାଙ୍କୁ ସଂମାନ ର ସହିତ ମୃତ ଶରୀରକୁ ଘର ସାମ୍ନା ରେ ରଖା ଯାଇଛି । ଆଉ ସ୍ୱାମୀ ଙ୍କର ଏହି ଭଳି ଭାବରେ ମୃତ ଅବସ୍ଥା କୁ ଦେଖିକି ଧର୍ଯ୍ୟ ହରା ହୋଇ ଯାଉଛନ୍ତି ନବ ଦାସ ଙ୍କର ସ୍ତ୍ରୀ ଆଉ ପୁଅ ତାହା ଛଡା କାନ୍ଦିବାକୁ ମଧ୍ୟ ଲାଗିଛନ୍ତି । ତାହେଲେ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଭିଡ଼ିଓ ଉପରେ ନଜର ପକାଇବା ।
ଆପଣ ମାନେ ବେଶ ଭଲ ଭାବରେ ଜାଣିଥିବେ କି ନବ ଦାସ ଥିଲେ ଜଣେ ବହୁତ ବଡ଼ ବିଜେଡି କର୍ମୀ, ଆଉ ଯିଏ କି ସ୍ୱାସ୍ଥ୍ୟ ମନ୍ତ୍ରୀ ଭାବରେ ମଧ୍ୟ ନିୟୋଜିତ ହୋଇଥିଲେ । ଆଉ ମହିଳା ଓ ଶିଶୁ ଙ୍କର ସ୍ୱାସ୍ଥ୍ୟ ର ବିକାଶ ଦିଗରେ ଅନେକ କିଛି କାମ କରିଛନ୍ତି ପଶ୍ଚିମ ଓଡିଶା ସମେତ ଆମ ଓଡିଶା ରେ । ଆଉ ଗତ କାଲି ଝାଡ଼ସୁଗୁଡା ରେ ଏକ ସରକାରୀ କାର୍ଯ୍ୟାଳୟ ର ଉଦ୍ଘାଟନୀ ସଭା କୁ ଯାଇଥିଲେ ନବ ଦାସ ।ଆଉ ଗାନ୍ଧିଛକ ନିକଟରେ ସରକାରୀ ପୋଲିସ କର୍ମଚାରୀ ASI ଗୋପାଳ ଦାସ ଗୁଳି କରିବାକୁ ଲାଗିଥିଲେ ନବ ଦାସ ଙ୍କ ଉପରେ ଆଉ ଯାହା ଫଳରେ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହୋଇଥିଲା ଆଉ ଶେଷରେ ସେ ପ୍ରାଣ ମଧ୍ୟ ତ୍ୟାଗ କରିଥିଲେ ବୋଲି ମଧ୍ୟ କୁହାଯାଉଛି ।
ଆଉ ଶେଷରେ ସେ ପ୍ରାଣ ତ୍ୟାଗ ମଧ୍ୟ କରିଛନ୍ତି ଓ ତାଙ୍କର ମୃତ ଦେହ କୁ ଘରକୁ ମଧ୍ୟ ନିଆ ଯାଇଛି । ଆଉ ଘରେ ନବ ଦାସ ଙ୍କର ମୃତ ଶରୀର କୁ ଦେଖିକି ଆତ୍ମହରା ହୋଇ ଯାଇଛନ୍ତି ତାଙ୍କର ପତ୍ନୀ ଆଉ ପୁଅ ।ତାହା ସହିତ ସ୍ୱାମୀ ଙ୍କର ଏହି ଭଳି ମୃତ୍ୟୁ କୁ ସହଜରେ ଗ୍ରହଣ କରି ପାରି ନାହାନ୍ତି ନବ ଦାସ ଙ୍କର ପତ୍ନୀ । ଆଉ କହୁଛନ୍ତି ମୋତେ ଏକୁଟିଆ କରିକି କୁଆଡ଼େ ଯାଉଛ, ଦେହ ଖରାପ ଅଛି ମୋର, ଆଉ ମତେ ଡାକ୍ତର ଙ୍କ ପାଖକୁ ନେଇଯାଅ ବୋଲି ।ତୋ ବାପା ଆମକୁ ଛାଡ଼ି ପଳାଉଛି ପୁଅ। ଆଉ ତାହା ସହିତ ନବ ଦାସ ଙ୍କର ପୁଅ ମଧ୍ୟ କାନ୍ଦିବାକୁ ଲାଗିଥିଲେ । ଆଉ ଏହି ଭଳି ଏକ ଦୁଃଖ ସମୟର ଦୃଶ୍ୟ ବର୍ତ୍ତମାନ ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହେବାରେ ଲାଗିଛି ।