ମୋ ବସ ରେ ଦେଖିବା ପାଇଁ ମିଳିଲା ମହିଳା ଙ୍କୁ ଶାରୀରିକ ନିର୍ଯାତନା ଦିଆ ଯାଉଛି, ଭିଡ଼ ର ସୁଯୋଗ ନେଇ ମୋ ବସ ରେ ଯାତ୍ରା କରୁ ଥିବା ଜଣେ ଜଣେ ଯୁବତୀ ଙ୍କ ସହ ଜଣେ ଯୁବକ ଅସଦାଚରଣ କରିଛନ୍ତି | କିନ୍ତୁ ଏଯାଏଁ ଏହାକୁ ନେଇ କୌଣସି ଅଭିଯୋଗ ଥାନାରେ ହୋଇ ନାହିଁ | ତେବେ ଭିଡ଼ିଓ ରେ ଦେଖା ଯାଉ ଥିବା ସମ୍ପୃକ୍ତ ଯୁବତୀ ଙ୍କ ଇଚ୍ଛା ରେ ଏହା ହେଉ ଥିଲା ନା ଅନିଚ୍ଛା ରେ ହେଉ ଥିଲା ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ପାରି ନାହିଁ |
କାହିଁକି ନା ଯେଉଁ ଯୁବତୀ ଙ୍କ ଦେହରେ ସମ୍ପୃକ୍ତ ଯୁବକ ଜଣଙ୍କ ହାତ ମାରୁଛନ୍ତି ଏହାର ପ୍ରତିବାଦ ର କୌଣସି ଝଲକ ଦେଖା ଯାଉ ନାହିଁ | ଭାଇରାଲ ହେଉ ଥିବା ଭିଡ଼ିଓ ସ୍ପଷ୍ଟ କିନ୍ତୁ ଦେଖା ଯାଉଛି କି ଯେ ଜଣେ ଯୁବକ ଲଗାତାର ଯୁବତୀ ଙ୍କ ଛାତିରେ ହାତ ମାରିବା ସହ ତାଙ୍କ ପ୍ରାଇଭେଟ ପାର୍ଟ କୁ ଆଉଁସୁଛନ୍ତି |
ତେବେ ବଡ଼ ଆଶ୍ଚର୍ଯ୍ୟ ର କଥା ଏହା ଯେ ରାଜଧାନୀ ଭଳି ମହାନଗର ରେ ତାହା ପୁଣି ସରକାରୀ ମୋ ବସ ରେ ଏଭଳି ଘଟଣା ଘଟିବା ସାଧାରଣ ରେ ଅନେକ ପ୍ରଶ୍ନ ସୃଷ୍ଟି କରିଛି | ହୁଏତ ଏମିତି ସବୁଦିନ ଘଟୁ ଥାଇ ପାରେ, ହୁଏତ ପ୍ରତେକ ଦିନ ଯୁବତୀ ଓ ମହିଳା ଙ୍କୁ ଏମିତି ଏଭଳି ଅସଦାଚରଣ ର ଶିକାର ହେବାକୁ ପଡୁଥିବ ଏବଂ ସୁରକ୍ଷା କାରଣ ରୁ ଏହାକୁ ନେଇ ମୁହଁ ଖୋଲୁ ନଥିବେ | ତେବେ ଆଜିର ଏହି ଚିତ୍ର ନିହାତି ସଭ୍ୟ ସମ୍ମାନ ପାଇଁ ଏକ କଳଙ୍କ ନିଶ୍ଚୟ | ଆଲୋକ ର ପର୍ବ ଦୀପାବଳି ରେ ଏମିତି ଏକ ଘଟଣା ଘଟିବା ଏବଂ ତାହାର ଭିଡ଼ିଓ ଗଣମାଧ୍ୟମ ନିକଟରେ ପହଞ୍ଚିବା ଅର୍ଥ କେଉଁଠି ନା କେଉଁଠି ମହିଳା ଙ୍କ ସୁରକ୍ଷା ରେ କିଛି ତ୍ରୁଟି ରହୁଛି |
ସମ୍ପୂକ୍ତ ମହିଳା ଙ୍କ ସୁରକ୍ଷା ଓ ଆତ୍ମ ସମ୍ମାନ ଦୃଷ୍ଟି ରେ ବସ କେଉଁଠାରୁ କେଉଁଠି କୁ ଯାଉ ଥିଲା ଏବଂ ନିର୍ଦ୍ଧିଷ୍ଟ କେଉଁ ସମୟରେ ଏହି କାଣ୍ଡ ଘଟିଛି ତାହାକୁ ନେଇ ଆମେ ଖୁଲାସା କରୁ ନାହୁଁ, କିନ୍ତୁ ଏତିକି କହୁଛୁ ମହିଳା ଙ୍କ ପ୍ରତି ଏମିତି ଶାରୀରିକ ଶୁଷଣ ବନ୍ଦ ହେଉ | ଅନ୍ୟ ର ମାଆ ଏବଂ ଭଉଣୀ ଙ୍କୁ ସମ୍ମାନ ଦେଇ ଜାଣିଲେ ନିଜ ମାଆ ଏବଂ ଭଉଣୀ କୁ ମଧ୍ୟ ସମ୍ମାନ ମିଳିବ, ନଚେତ ଯେମିତି କର୍ମ କରିବ ସେ ନିଶ୍ଚିତ ଭାବରେ ସେମିତି ଫଳ ନିହାତି ଭାବରେ ପାଇବ ଏଥିରେ କୌଣସି ସନ୍ଦେହ ନାହିଁ | ତେବେ ବର୍ତ୍ତମାନ ସମୟରେ ଏହି ବସ ର ଭିଡ଼ିଓ ଟି ଖୁବ ମାତ୍ରା ରେ ଭାଇରାଲ ହେବାରେ ଲାଗିଛି ଏବଂ ଯିଏ ଦେଖୁଛି ସେ କେବଳ ନିନ୍ଦା ହିଁ କରୁଛି |