ମଶାଣିରୁ ଉଡିଆସି ଚାଳରେ ବସିଥିଲା ଏହି ଶାଗୁଣା, ବନ ବିଭାଗକୁ ହସ୍ତାନ୍ତର କଲେ ଗ୍ରାମବାସୀ I

ବିରଳ ପ୍ରଜାତିର ଶାଗୁଣା ଉଦ୍ଧାର ଯାଜପୁର ଜିଲ୍ଲା ବରୀ ବ୍ଲକ ଅନ୍ତର୍ଗତ ମହାକାଳପଡ଼ା ପଞ୍ଚାୟତ ନୀଳପଦା ଗାଁରୁ ବିରଳ ପ୍ରଜାତିର ଶାଗୁଣା ପକ୍ଷୀ ଉଦ୍ଧାର । ଆହାତ ଅବସ୍ଥାରେ ଶାଗୁଣା କୁ ଉଦ୍ଧାର କରିଥିଲେ ଗ୍ରାମବାସୀ । ଏନେଇ ବନବିଭାଗକୁ ଖବର ଦେଇଥିଲେ । ବନ କର୍ମଚାରୀ ଶାଗୁଣାକୁ ଉଦ୍ଧାର କରି ଆଶୁ ଚିକିତ୍ସା କରିଥିଲେ । ଏହାପରେ ଅଧିକ ଚିକିତ୍ସା ନିମନ୍ତେ ନନ୍ଦନକାନନ ପଠାଇଛନ୍ତି ।

ଗତକାଲି ଅପରାହ୍ନ ରେ ଯାଜପୁର ଜିଲ୍ଲା ବରୀ ବ୍ଲକ ନୀଳପଦା ଗାଁ ବିରୂପା ନଦୀ ପଠା ରେ ବିରଳ ପ୍ରଜାତି ର ପକ୍ଷୀ ଟିଏ ଥିବା ଦେଖିଥି ଲେ ଗ୍ରାମବାସୀ । ପ୍ରଥମେ କିଛି ଛୋଟ ପିଲା ପକ୍ଷୀଟି କୁ ଦେଖିବା ପରେ ଗ୍ରାମବାସୀ ଙ୍କୁ ଖବର ଦେଇଥିଲେ । ହଠାତ ଏତେ ବଡ଼ ପକ୍ଷୀ କୁ ଦେଖି ଗ୍ରାମବାସୀ ପ୍ରଥମେ ଡରି ଯାଇଥିଲେ । ପରେ ପକ୍ଷୀଟିକୁ ଉଦ୍ଧାର କରି ରାତିରେ ରଖିଥିଲେ । ଏହାପରେ ବନ ବିଭାଗୀୟ ଅଧିକାରୀ ଙ୍କୁ ଜଣାଇଥିଲେ । ଆଜି ସକାଳ ପ୍ରାୟ ୯ଟା ବେଳେ ବନ କର୍ମଚାରୀ ଗାଁକୁ ଆସି ଉଦ୍ଧାର କରିଥିଲେ ।


ଯାଜପୁର ରୋଡ ବନ ବିଭାଗ ରେଞ୍ଜର ଜ୍ୟୋତି ରଞ୍ଜନ ମହାପାତ୍ର କହିଛନ୍ତି, “ଉଦ୍ଧାର ହୋଇଥିବା ପକ୍ଷୀଟି ଏକ ବିରଳ ପ୍ରଜାତିର ଶାଗୁଣା । ୧୯୯୯ ମହାବାତ୍ୟା ପରେ ଏହିସବୁ ଶାଗୁଣା ପକ୍ଷୀ ବିଲୁପ୍ତ ପ୍ରାୟ ଅଛନ୍ତି । ଉଦ୍ଧାର ଶାଗୁଣା ପକ୍ଷୀ ଟି ର ଓଜନ 20 କେଜି ରୁ ଅଧିକ ଥିବା ଜଣା ପଡ଼ିଛି । ତେବେ ଶାଗୁଣାଟି ର ବାମ ଗୋଡ଼ ରେ ଆଘାତ ଲାଗିଥିବା ରୁ ତାକୁ ତୁରନ୍ତ ଚିକିତ୍ସା କରାଯାଇଛି l କଟକ ବନଖଣ୍ଡ ଅଧିକାରୀ ସଂଜୟ କୁମାର ସ୍ୱାଇଁ ଙ୍କ ନିର୍ଦ୍ଦେଶ କ୍ରମେ ଉଦ୍ଧାର ବିରଳ ପ୍ରଜାତି ର ଶାଗୁଣା ପକ୍ଷୀ କୁ ନନ୍ଦନକାନନ ପଠାଯାଇଛି ।”


ଏହା ଦେଖି ସ୍ଥାନୀୟ ଅଞ୍ଚଳ ର ଜଣେ ସାମ୍ବାଦିକ ଶାଗୁଣା କୁ ସେଠାରୁ ଉଦ୍ଧାର କରି ନିଜ ହେପାଜତ ରେ ରଖିଛନ୍ତି । ତେବେ ଶାଗୁଣା ଟି ଆହତ ହୋଇଥିବା ବେଳେ ଚିକିତ୍ସା କରାଯିବା ର ଅଵଶ୍ୟକତା ରହିଛି । ଏନେଇ ବନ ବିଭାଗ କୁ ଯୋଗା ଯୋଗ କରାଯାଇ ଥିଲେ ହେଁ କୌଣସି ଉତ୍ତର ମିଳି ନ ଥିବା ଅଭିଯୋଗ ହୋଇଛି।

କିଛିଦିନ ହେବ ଏହି ଶାଗୁଣା ଟି ମହାକାଳପଡ଼ା ଗ୍ରାମର ଜଣକ ବାଡିରେ ବୁଲୁଥିଲା। ସେ ଉଡିପାରୁ ନ ଥିବା ରୁ ଘର ମାଲିକ ଶାଗୁଣା କୁ ଧରି ତା’ର କୁକୁଡା ରହୁଥିବା ଘରେ ରଖିଥିଲା। ଗାଁ ଲୋକଙ୍କଠାରୁ ସୂଚନା ପାଇ କଟକ ଡିଭିଜନ ଡିଏଫ୍‌ଓ ସଞ୍ଜୟ କୁମାର ସ୍ବାଇଁ ସଦଳ ବଳେ ଯାଇ ଶାଗୁଣା କୁ ଉଦ୍ଧାର କରି ପ୍ରାଥମିକ ଚିକିତ୍ସା ପରେ ଗୁରୁବାର ନନ୍ଦନକାନନ କୁ ହସ୍ତାନ୍ତର କରିଛନ୍ତି। ଶାଗୁଣା ଟି ଆସିବା ପରେ ବନ୍ୟ ପ୍ରାଣୀ ଚିକିତ୍ସାଳୟ ରେ ତା’ର ପ୍ରାଥମିକ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇ କ୍ବାରେଣ୍ଟାଇନର ପୃଥ୍‌କୀକରଣ ଏନକ୍ଲୋଜରରେ ଛଡାଯାଇଛି। ଉଦ୍ଧାର ଶାଗୁଣାକୁ ମିଶାଇ ଏହି ପ୍ରଜାତିର ଶାଗୁଣା ସଂଖ୍ୟା ନନ୍ଦନକାନନ ରେ ୭ କୁ ବୃଦ୍ଧି ପାଇଛି ।

Leave a Comment