ଆଜିର ମୋବାଇଲ ଓ କମ୍ପୁଟର ଯୁଗର ପିଲା ମାନେ ଆମ ଧର୍ମ ପୁରାଣ ଓ ଶାସ୍ତ୍ର ବିଷୟରେ ଜାଣିବାକୁ ସୁଯୋଗ ପାଉ ନାହାଁନ୍ତି।ସେମାନେ ସବୁବେଳେ ବହିରେ ଥିବା ପାଠ କୁ ପଢୁଛନ୍ତି,କାରଣ ଏହା ଦ୍ୱାରା ସେମାନଙ୍କୁ ପରୀକ୍ଷାରେ ଭଲ ନମ୍ବର ମିଳିବ।କେବଳ ଛାତ୍ରଛାତ୍ରୀ ନୁହଁନ୍ତି ସେମାନଙ୍କ ପିତାମାତା ମଧ୍ୟ ଏହା ଚାହୁଁଛନ୍ତି କି ତାଙ୍କ ପିଲା ବହିକୁ ଭଲ ଭାବେ ପଢ଼ି ପରୀକ୍ଷାରେ ପ୍ରଥମ ସ୍ଥାନ ହାସଲ କରୁ।ମାତ୍ର ଏହାଦ୍ବାରା ପିଲାମାନେ ବାହାର ଦୁନିଆର କୌଣସି କଥା ଜାଣି ପାରୁ ନାହାଁନ୍ତି।
ସେମାନେ କେବଳ ପୁସ୍ତକ କୀଟ ହୋଇ ରହି ଯାଉଛନ୍ତି।ଯାହାଦ୍ୱାରା ସେମାନେ ଚାକିରୀ ପାଇଁ ହେଉଥିବା ଇଣ୍ଟର୍ଭିୟୁ ରେ ସଫଳତା ହାସଲ କରି ପାରୁ ନାହାଁନ୍ତି।ତେଣୁ ଆଜି ଆମେ ଆପଣଙ୍କୁ ଦେଶ ଦୁନିଆ ସମ୍ପର୍କିତ ୮ ଗୋଟି ଚତୁର ପ୍ରଶ୍ନ ଓ ସେ ଗୁଡ଼ିକର ଉତ୍ତର ବିଷୟରେ କହିବୁ।
ଏହି ପ୍ରଶ୍ନ ଗୁଡ଼ିକ ଆପଣ ମାନେ ହୁଏତ କେବେବି ଶୁଣି ନଥିବେ ଏବଂ ଏହା ଆପଣଙ୍କ ଜ୍ଞାନ ଭଣ୍ଡାର କୁ ଉନ୍ନତ କରିବ।ଏହି ପ୍ରଶ୍ନ ଗୁଡ଼ିକ ଆପଣଙ୍କୁ ନିଶ୍ଚିତ ରୂପେ ଭଲ ଲାଗିବ।ତେଣୁ ଆପଣ ଏହି ଆର୍ଟିକିଲ କୁ ଶେଷ ପର୍ଯ୍ୟନ୍ତ ପଢନ୍ତୁ ଓ ଏହାର ଉତ୍ତର କୁ ଧ୍ୟାନ ଦେଇ ମନେ ରଖନ୍ତୁ। କାରଣ ଏହା ଭବିଷ୍ୟତ ରେ ଆପଣଙ୍କ କାମରେ ଆସି ପାରେ।ତେବେ ଆସନ୍ତୁ ଜାଣିବା ସେହି ୮ ଟି ପ୍ରଶ୍ନ ଓ ସେମାନଙ୍କର ଉତ୍ତର ବିଷୟରେ;
୧:- ଏମିତି କେଉଁ ଜିନିଷ ରହିଛି, ଯାହାକୁ ବ୍ୟବହାର ପୂର୍ବରୁ ଭାଙ୍ଗିବା ପାଇଁ ପଡ଼ି ଥାଏ?
ଉତ୍ତର:- ଅଣ୍ଡା।ଅଣ୍ଡାକୁ ବ୍ୟବହାର ପୂର୍ବରୁ ଭାଙ୍ଗିବା ପାଇଁ ପଡ଼ି ଥାଏ।
୨:- ତାହା ଏମିତି କେଉଁ କାମ ଯାହାକୁ ପୁରୁଷ ମାନେ ଥରେ କରି ଥାଆନ୍ତି କିନ୍ତୁ ନାରୀ ମାନେ ସବୁଦିନ କରି ଥାଆନ୍ତି?
ଉତ୍ତର:- ମଥାରେ ସିନ୍ଦୂର।
୩:- ତାହା କେଉଁ ବହି ଯାହା କେବେ ଛପା ହୋଇ ନାହିଁ?
ଉତ୍ତର:- Face book।ଆମେ ଯେଉଁ Face book ବ୍ୟବହାର କରୁଛୁ ତାହା କେବେ ଛପା ହୋଇ ନାହିଁ
୪:- କେଉଁ ଜାଗାରେ ଜଣେ ଚାହିଁଲେ ବି ଘୁଙ୍ଗୁଡ଼ି ମାରି ପାରିବ ନାହିଁ?
ଉତ୍ତର:- ମହାକାଶ ରେ ଜଣେ ଚାହିଁଲେ ବି ଘୁଙ୍ଗୁଡ଼ି ମାରି ପାରିବ ନାହିଁ।
୫:- ସେ କେଉଁ ଜିନିଷ ଯାହା ଆମେ ନଚାହିଁଲେ ବି ଆସି ଥାଏ?
ଉତ୍ତର:- ମୃତ୍ୟୁ। ମୃତ୍ୟୁ ଆମେ ନଚାହିଁଲେ ବି ଆସି ଥାଏ।
୬:- ମା ଠାରୁ ଜନ୍ମ ହୁଏ, ମା କୁ ଛୁଇଁଲେ ମରି ଯାଏ।ସେ କିଏ?
ଉତ୍ତର:- ଲୁଣ।
୭:- ତାହା ଏମିତି କେଉଁ ଫଳ ଯାହା ମିଠା ହେବା ସତ୍ତ୍ୱେ ବି ବଜାରରେ ବିକା ଯାଏ ନାହିଁ?
ଉତ୍ତର:- ଧର୍ଯ୍ୟ ର ଫଳ ବା ପରିଶ୍ରମ ର ଫଳ।ଧର୍ଯ୍ୟ ର ଫଳ ମିଠା ହେବା ସତ୍ତ୍ୱେ ବି ବଜାରରେ ବିକା ଯାଏ ନାହିଁ।
୮:- ମହାତ୍ମା ଗାନ୍ଧୀ ଙ୍କୁ ‘ଜାତିର ପିତା’ ବୋଲି କିଏ ଆଖ୍ୟା ଦେଇ ଥିଲେ?
ଉତ୍ତର:- ନେତାଜୀ ସୁବାଷ ଚନ୍ଦ୍ର ବୋଷ, ମହାତ୍ମା ଗାନ୍ଧୀ ଙ୍କୁ ‘ଜାତିର ପିତା’ ବୋଲି ଆଖ୍ୟା ଦେଇ ଥିଲେ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।