ଆସୁଛି ପ୍ରଳୟ,ରାଗିଛି ମା କାଳିଜାଇ,କେବେ ବୁଝିବେ ଏଇ ପାପୀ ମଣିଷ | Maa Kalijai

ରାଗିଛନ୍ତି କି ଏବେ ମା କାଳିଜାଇ, କେଉଁ ବିପଦର ମା କାଳିଜାଇ ସଙ୍କେତ ଦେଉଛନ୍ତି, କାହିଁକି ବାରମ୍ବାର ଏପରି ଅଘଟଣ ସବୁ ଘଟି ଚାଲିଛି, କାହିଁକି ବାରମ୍ବାର ଡଙ୍ଗା ଅଟକୁଛି | କଣ ହୋଇ ପାରେ ଏହା ସବୁର କାରଣ ଚିଲିକା ରେ ଜୀବନ ବାଜିରେ ଲାଗିଛି | ହେ ମା କାଳିଜାଇ ଆମକୁ ରକ୍ଷା କର ମା ଏହି ଚିଲିକା ମଝିରେ ଆମେ ଅଟକି ରହିଛୁ, ଅକାତ କାତ ପାଣିରେ ଆମେ ଝୁଲି ରହିଛୁ ନା ଆମ ଡଙ୍ଗା ଆଗକୁ ଯାଉଛି ନା ପଛକୁ ଫେରି ପାରୁଛି | ଏହି ମଝି ଦରିଆ ରେ ଆମ ଜୀବନ ଆଜି ସୂତା ଖିଅ ରେ ମା ଝୁଲୁଛି ହେ ମା କାଳିଜାଇ ତମକୁ କଣ ଆମେ ଟିକେ ଦର୍ଶନ କରି ପାରିବୁ ନାହିଁ |

କଣ ତମକୁ ଦେଖିବାର ଇଚ୍ଛା ପୂରଣ ହେବ ନାହିଁ, କଣ ତମ ଆଶୀର୍ବାଦ ପାଇବାର ଆଶା ସବୁଦିନ ପାଇଁ ସ୍ୱପ୍ନ ହୋଇ ରହିଯିବ ଆମ ଉପରେ ଟିକେ ଦୟା କର ମା | ଏହି ମହା ବିପଦ ରୁ ଆମକୁ ଉଦ୍ଧାର କର ମା କାରଣ ଏହି ଡଙ୍ଗା ରେ ଆମେ 25 ଜଣ ବସିଛୁ କିନ୍ତୁ ସମସ୍ତେ ଏବେ ଆଶା ଆଶଙ୍କା ରେ ପଡ଼ି ଯାଇଛନ୍ତି |

ତମକୁ ଦର୍ଶନ କରିବା ପାଇଁ ଆମେ ଯାଉଛୁ କିନ୍ତୁ ଏବେ ଏହି ଘନ କୁହୁଡି ଆମ ଆଗରେ କଣ୍ଟା ହୋଇ ଛିଡା ହୋଇଛି | ହାତେ ଆଗକୁ କିଛି ଦେଖା ଯାଉ ନାହିଁ ଏବଂ ଡଙ୍ଗା ଭିତରେ ମଧ୍ୟ ସମସ୍ତଙ୍କୁ ଦେଖି ହେଉ ନାହିଁ ଏହି କଳା ଭଅଁର ପାଣି ଭିତରେ ଆମେ ଲଟକି ଯାଇଛୁ | ଆଉ ଆମକୁ ଉଦ୍ଧାର କରିବା ପାଇଁ ଆସିଥିବା ଉବ୍ରା ଟିମ ମଧ୍ୟ ଅଧା ବାଟରେ ଫସି ଯାଇଛି, ଏବେ ଆମେ କଣ କରିବୁ କିଏ ଆମକୁ ସାହା ହେବ | ତମ ପାଖରେ ଆମକୁ ଆମେ ସମର୍ପଣ କରି ଦେଉଛୁ ମାରିଲେ ତମେ ମାରିବ ଆଉ ରଖିଲେ ତମେ ରଖିବ ରକ୍ଷା କର ମା କାଳିଜାଇ ରକ୍ଷା କର |

ହଁ ଦର୍ଶକ ବନ୍ଧୁ ଭରା ଚିଲିକା ମଝିରେ ଅଟକି ରହିଥିବା ଯାତ୍ରୀ ମାନେ କେମିତି ବିକଳ ହୋଇ ମା ଙ୍କୁ ଡାକୁଛନ୍ତି | ସକାଳେ ମା କାଳିଜାଇ ଙ୍କୁ ଦର୍ଶନ କରିବା ପାଇଁ ଡଙ୍ଗା ରେ ଯାଉଥିବା ସମୟରେ ଡଙ୍ଗା ଟି ଅକାତ କାତ ପାଣି ମଝିରେ ଝୁଲି ରହି ଥିଲା | ଡଙ୍ଗା ରେ ଥିବା 25 ଜଣ ଜୀବନ ବିକଳ ରେ ମା ଙ୍କୁ ଡାକୁ ଥିଲେ ଆଉ ଅବ୍ରା ଟିମ ମଧ୍ୟ ଡଙ୍ଗା କୁ ଉଦ୍ଧାର କରିବା ପାଇଁ ଆସିଥିବା ବେଳେ ଉଦ୍ଧାରକାରୀ ଟିମ ମଧ୍ୟ ଅଟକି ରହି ଯାଇଥିଲା |

ଘନ କୁହୁଡି ଯୋଗୁଁ ଏପରି ଏକ ବିପଦ ଜନକ ଅବସ୍ଥା ଘଟିଛି ବୋଲି ଜଣା ପଡ଼ିଛି, ତେବେ ବହୁତ ସମୟ ଧରି ଚିଲିକା ମଝିରେ ଅଟକି ରହିବା ପରେ ସମସ୍ତ ଙ୍କୁ ଉଦ୍ଧାର କରା ଯାଇଛି ବୋଲି ଯାହା ଜଣା ପଡ଼ିଛି | ତେବେ ମା କାଳିଜାଇ ଙ୍କ ପୀଠରେ ବାରମ୍ବାର ଏଭଳି ଡଙ୍ଗା ଅଟକି ରହୁ ଥିବାର କାରଣ ଏପର୍ଯ୍ୟନ୍ତ ଜଣା ପଡ଼ି ନାହିଁ | ମଝି ଚିଲିକା ରେ କେବଳ ମା କାଳିଜାଇ ହିଁ ସାହା ଭରଷା ବୋଲି ଲୋକ ମାନେ କହୁଛନ୍ତି |

Leave a Comment